ଜନ ପ୍ରତିନିଧିଙ୍କ ଇଚ୍ଛାଶକ୍ତିର ଅଭାବ l
ଖୋର୍ଦ୍ଧା (ଆମ ଓଡ଼ିଶା ଖବର ) ବେଗୁନିଆ ବ୍ଲକ୍ ଅନ୍ତର୍ଗତ ଦୁର୍ଗାପୁର ପଞ୍ଚାୟତରେ ୨୦୧୫ ମସିହାରେ ଆରମ୍ଭ ହେଇଥିବା ପଞ୍ଚାୟତ କଲ୍ୟାଣୀ ମଣ୍ଡପ ଦୀର୍ଘଦିନ ଧରି ଅଧପନ୍ତରିଆ ହୋଇ ପଡିରହିଛି । ଦଶବର୍ଷ ତଳେ ବିଜେଡି ସରକାର ସମୟରେ ଆରମ୍ଭ ହୋଇଥିଲେ ସୁଦ୍ଧା ପୂର୍ବ ସରକାର ଯାଇ ରାଜ୍ୟରେ ନୂଆ ସରକାର ଆସିଲେଣି, ହେଲେ ଆଜି ପର୍ଯ୍ୟନ୍ତ ସରି ପାରୁନାହିଁ କଲ୍ୟାଣୀ ମଣ୍ଡପ କାର୍ଯ୍ୟ ।

ବିଭାଗୀୟ ଅଧକାରୀ ଏବଂ ସ୍ଥାନୀୟ ସରପଞ୍ଚଙ୍କ ଉଦାସୀନତା ଯୋଗୁଁ ସରକାରୀ ଯୋଜନାର ଲାଭ ଉଠାଇବାରୁ ବଞ୍ଚିତ ଦୁର୍ଗାପୁର ପଞ୍ଚାୟତ ବାସୀ । ଜନ ପ୍ରତିନିଧିଙ୍କ ଇଛାଶକ୍ତିର ଅଭାବ କାରଣରୁ ୨୦୧୫ ମସିହାରେ ଆରମ୍ଭ ହେଇଥିବା କଲ୍ୟାଣୀ ମଣ୍ଡପ କାର୍ଯ୍ୟ ଦୀର୍ଘଦିନ ଧରି ଅଧପନ୍ତରିଆ ହୋଇ ପଡ଼ିରହିଛି । ଖୋଦ୍ ବ୍ଲକ୍ ଉପାଧ୍ୟକ୍ଷଙ୍କ ଘର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର ଏକ କିଲୋମିଟର ଦୂରରେ ହୋଇଥିବା ବେଳେ ଅର୍ଦ୍ଧ ନିର୍ମିତ କଲ୍ୟାଣୀ ମଣ୍ଡପ ତାଙ୍କ ନଜରକୁ ନ ଆସିବା ଏକ ବଡ଼ ପ୍ରଶ୍ନବାଚୀ ହେଇଥିବା ବେଳେ କଲ୍ୟାଣୀ ମଣ୍ଡପ କାର୍ଯ୍ୟ ଅଧପନ୍ତରିଆ ହୋଇ ପଡିରହିବା ନିହାତି ଭାବରେ ଉପାଧ୍ୟକ୍ଷଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ଏଵଂ କାର୍ଯ୍ୟରେ ଶିଥିଳତାକୁ ନେଇ ପଞ୍ଚାୟତ ବାସିନ୍ଦାଙ୍କ ମନରେ ଅସନ୍ତୋଷର ବାତାବରଣ ଦେଖିବାକୁ ମିଳିଛି।

ସାଧାରଣତଃ ଗ୍ରାମାଞ୍ଚଳରେ ଆର୍ଥିକ ସ୍ୱଚ୍ଛଳ ନଥିବା ଲୋକ ନିଜ ପିଲାଛୁଆଙ୍କ ବିବାହ ବ୍ରତ କାର୍ଯ୍ୟ କରିବା ପାଇଁ ଏହି କଲ୍ୟାଣୀ ମଣ୍ଡପ ଏକମାତ୍ର ସାଧନ ହୋଇଥିବା ବେଳେ ଏହାର ନିର୍ମାଣ ଏବେ ଅନିଶ୍ଚିତତା ମଧ୍ୟରେ। ତେଣୁ ବାଧ୍ୟ ହୋଇ ଅଧିକ ଅର୍ଥରାଶି ଖର୍ଚ୍ଚ କରି ଆଖ ପାଖରେ ଥିବା ଘରୋଇ କଲ୍ୟାଣୀ ମଣ୍ଡପ ଉପରେ ନିର୍ଭର କରୁଥିବା ଜଣା ପଡିଛି। ସରକାରୀ କଲ୍ୟାଣୀ ମଣ୍ଡପର ନିର୍ମାଣକୁ ନେଇ ଉଠିଥିବା ପ୍ରଶ୍ନ ପଛରେ ଆଖ ପାଖରେ ଗଢ଼ି ଉଠିଥିବା ଅନେକ ଘରୋଇ କଲ୍ୟାଣୀ ମଣ୍ଡପ ଏକ ପ୍ରମୁଖ କାରଣ ହୋଇଥିବା ଜଣାପଡ଼ିଥିବା ବେଳେ ଅଧାପନ୍ତରିଆ ନିର୍ମାଣ ପଛରେ ଆହୁରି ଅନେକ ରହସ୍ୟ ଛପି ରହିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ବିଷୟ ପାଲଟିଛି।

ବିୟୁରୋ ରିପୋର୍ଟ ଆମ ଓଡ଼ିଶା ଖବର
More Stories
୧.୯୮ କୋଟି ବ୍ୟୟର ନୂତନ ରାସ୍ତାର ଉଦଘାଟନ କଲେ ସାଂସଦ ।
ସାମ୍ବାଦିକ ସମ୍ମିଳନୀର ଆୟୋଜକ ଥିଲେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କର୍ମୀ।
ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପକ୍ଷରୁ ଯୋଗ କର୍ମଶାଳା ଆୟୋଜିତ ।