ଖୋର୍ଦ୍ଧା ଜିଲ୍ଲାର ବାଣପୁର ବ୍ଲକ ନନ୍ଦପୁର ପଞ୍ଚାୟତର ପଦନପୁର ଗ୍ରାମର ଅନନ୍ତ ଚରଣ ଖଟେଇ ଜଣେ ସମାଜ ସେବି ଭାବେ ନିଜକୁ ସମର୍ପଣ କରିଛନ୍ତି ସମାଜ ସେବାରେ l ଦୀର୍ଘ ତିରିଶି ବର୍ଷ ରୁ ଉର୍ଦ୍ଧ ସମାଜ ସେବା କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସ୍କୁଲ,ଏନ ଜି ଓ. କଲେଜ, କ୍ଲବ, ଏସ ଏସ ଜି. ଓ ଅନେକ ଅନୁଷ୍ଠାନ ତରଫରୁ ତାଙ୍କୁ ସଂମ୍ମାନିତ କରାଯାଇଛି Iଅନୁରୂପ ଭାବେ ଓଡିଶାର ରାଜ୍ୟପାଳ ଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ କେତେକ ଅନୁଷ୍ଠାନ ମଧ୍ୟ ସଂମ୍ମାନିତ ହୋଇଛନ୍ତି l

ଖରା ବର୍ଷା ସିତ କୁ ଖାତିର ନକରି ରାତି ଅଧିଆରେ ବି ଘରୁ ବାହାରି ପଡନ୍ତି ଅନନ୍ତ.ବିଶ୍ୱରେ ଦେଖା ଦେଇଥିବା କରୋନା ମହାମାରୀ ସମୟ ରେ ନିଜ ଜୀବନକୁ ପାଣି ଛଡେଇ ବିଭିନ୍ନ ସ୍ଥାନରେ କରୋନା ରୋଗର ଜନ ସଚେତନ କାର୍ଯ୍ୟ ସହ ମାସ୍କ, ସାବୁନ ହ୍ୟାଣ୍ଡୱାସ ବଣ୍ଟନ କରିବା ସହ ପଶୁ ପକ୍ଷୀ ଯଥା -ଯିବ ଜନ୍ତୁ , ଇତ୍ୟାଦି ପେଟକୁ ଆହାର ଯୋଗାଇ ଚର୍ଚ୍ଚା କୁ ଆସିଥିଲେ ଏହି ବ୍ୟକ୍ତି ଜଣକ l କିନ୍ତୁ ଦୁର୍ଭାଗ୍ୟ ର ବିଷୟ ସମାଜ ସେବି ଅନନ୍ତ ଗରିବ ପରିବାରେ ଜନ୍ମ ଗ୍ରହଣ କରି ମଧ୍ୟ୍ୟ ନିଜ ରୋଜଗାର ର ତିରିଶ ପତିଶତ ଘର ଚଳାଇବା ସହ ସତୁରି ପତିଶତ ଅର୍ଥ ସମାଜ ସେବାରେ ଲଗାଇବା ଆନନ୍ଦ ଉପଭୋଗ କରି ଥାନ୍ତି l କହିବାକୁ ଗଲେ ବାଣପୁର ମାଟିର ପୁଅ ଅନନ୍ତ ସମାଜ ସେବା ପାଇଁ ଅଭାବ ଅନାଟନ ଭିତରେ ରହି ମଧ୍ୟ ପଛକୁ କେବେ ବୁଲି ଚାହିଁ ନାହାନ୍ତି l ସେ ସର୍ବଦା ସମାଜର ମଙ୍ଗଳ ପାଇଁ ଅଣ୍ଟା ଭିଡିଥାନ୍ତି, ସମାଜ ସେବୀ ଅନନ୍ତ କୁହନ୍ତି ଯଦି ସରକାର ମୋ ଭଳି ଅନେକ ଯୁବକ ଯୁବତୀ ଙ୍କୁ କିଛି ସରକାରୀ ସମ୍ନାନ ମିଳନ୍ତା ତାହେଲେ ଯୁବ ପିଢ଼ି ଆଗକୁ ଆଗେଇ ଆସନ୍ତେ ସମାଜର ଅନେକ ସେବା ହୁଅନ୍ତା ବୋଲି ସମାଜସେବି ଅନନ୍ତ ମତପ୍ରକାସ କରନ୍ତି I


More Stories
ବ୍ରାଉନସୁଗାର ମାମଲାରେ ମାନସ ସାହୁକୁ ହେଲା ୧୦ ବର୍ଷ ଜେଲ୍,ଏକଲକ୍ଷ ଜରିମାନା।
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ