ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଜଗନ୍ନାଥ ମନ୍ଦିରର ସାନ୍ନବେଦୀରେ ତିନି ଠାକୁର । ରତ୍ନବେଦୀ ଛାଡି ସ୍ନାନବେଦୀକୁ ଆସିଛନ୍ତି ଚତୁର୍ଦ୍ଧା ବିଗ୍ରହ । ସ୍ନାନବେଦୀରେ 108 ଗଡୁ ସୁବାସିତ ଜଳରେ ସ୍ନାନ କରିବା ପରେ ପୂଜାର୍ଚ୍ଚନା କରାଯାଇ ଦେବନୀତି ସମ୍ପନ୍ନ ହୋଇଛି । ବିଧି ଅନୁସାରେ ଜଗନ୍ନାଥଙ୍କ ବାଡ଼ରେ ୩୫ ଗରା l ବଳଭଦ୍ର ଙ୍କ ବାଡ଼ରେ ୩୩ ଗରା l ସୁଭଦ୍ରାଙ୍କ ବାଡ଼ରେ ୨୨ ଗରା ଏବଂ ସୁଦର୍ଶନଙ୍କ ବାଡ଼ରେ ୧୮ ଗରା l ଏହି କ୍ରମରେ ୧୦୮ ଗରା ସୁଭାସିତ ଜଳ ରେ ସ୍ନାନ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି l ସ୍ନାନ ନୀତି ପରେ ଛେରା ପହଁରା ନୀତି ଅନୁଷ୍ଠିତ ହୋଇଥିଲା । ସ୍ନାନ ନୀତି ପରେ ଛେରା ପହଁରା ନୀତି କରାଯାଇଥିଲା । ଟାଙ୍ଗୀ ଜଗନ୍ନାଥ ମନ୍ଦିରର ଠାକୁର ରାଜା ଶ୍ରୀ ଶ୍ରୀ ଭାରତ ଭୂଷଣ ଜଗଦ୍ଦେବ ଛେରା ପହଁରା ନୀତି କରିଥିଲେ l ଆଜକୁ ୩୬ ବର୍ଷ ଧରି ଏହିଭଳି ରୀତିନୀତି ଅନୁସାରେ ବିଶ୍ୱ ନିୟନ୍ତା ଙ୍କ ନୀତିକାନ୍ତି ସମ୍ପାଦନ ହୋଇ ଆସୁଛି ବୋଲି ଠାକୁର ରାଜା ଶ୍ରୀ ଶ୍ରୀ ଭାରତ ଭୂଷଣ ଜଗଦ୍ଦେବ କହିଛନ୍ତି!!



More Stories
ସିବିଆଇ ପଞ୍ଝାରେ ନିଟ ପ୍ରଶ୍ନପତ୍ର ଲିକ୍ର କିଙ୍ଗପିନ ପ୍ରଫେସର କୁଲକର୍ଣ୍ଣି l
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ l
ସାଙ୍କୁଡ଼ା ଧବଳେଶ୍ୱର ଠାରେ ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ସମାବେଶ l