ଖୋର୍ଦ୍ଧା ଟାଙ୍ଗୀ  ସାନ୍ନବେଦୀରେ ତିନି ଠାକୁର!!

ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଜଗନ୍ନାଥ ମନ୍ଦିରର ସାନ୍ନବେଦୀରେ ତିନି ଠାକୁର । ରତ୍ନବେଦୀ ଛାଡି ସ୍ନାନବେଦୀକୁ ଆସିଛନ୍ତି ଚତୁର୍ଦ୍ଧା ବିଗ୍ରହ । ସ୍ନାନବେଦୀରେ 108 ଗଡୁ ସୁବାସିତ ଜଳରେ ସ୍ନାନ କରିବା ପରେ ପୂଜାର୍ଚ୍ଚନା କରାଯାଇ ଦେବନୀତି ସମ୍ପନ୍ନ ହୋଇଛି । ବିଧି ଅନୁସାରେ ଜଗନ୍ନାଥଙ୍କ ବାଡ଼ରେ ୩୫ ଗରା  l  ବଳଭଦ୍ର ଙ୍କ ବାଡ଼ରେ  ୩୩ ଗରା l ସୁଭଦ୍ରାଙ୍କ ବାଡ଼ରେ  ୨୨ ଗରା ଏବଂ ସୁଦର୍ଶନଙ୍କ  ବାଡ଼ରେ  ୧୮ ଗରା l  ଏହି କ୍ରମରେ ୧୦୮ ଗରା  ସୁଭାସିତ ଜଳ ରେ ସ୍ନାନ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି l  ସ୍ନାନ ନୀତି ପରେ ଛେରା ପହଁରା  ନୀତି ଅନୁଷ୍ଠିତ ହୋଇଥିଲା ।  ସ୍ନାନ ନୀତି ପରେ ଛେରା ପହଁରା  ନୀତି କରାଯାଇଥିଲା । ଟାଙ୍ଗୀ ଜଗନ୍ନାଥ ମନ୍ଦିରର ଠାକୁର ରାଜା ଶ୍ରୀ ଶ୍ରୀ ଭାରତ ଭୂଷଣ ଜଗଦ୍ଦେବ ଛେରା ପହଁରା  ନୀତି  କରିଥିଲେ l ଆଜକୁ ୩୬ ବର୍ଷ ଧରି ଏହିଭଳି ରୀତିନୀତି ଅନୁସାରେ ବିଶ୍ୱ ନିୟନ୍ତା ଙ୍କ ନୀତିକାନ୍ତି ସମ୍ପାଦନ ହୋଇ ଆସୁଛି ବୋଲି ଠାକୁର ରାଜା ଶ୍ରୀ ଶ୍ରୀ ଭାରତ ଭୂଷଣ ଜଗଦ୍ଦେବ କହିଛନ୍ତି!!

error: Content is protected !!