କୌଣସି ଅଘଟଣ ହେଲେ ଦାୟୀ ରହିବ କିଏ ?
ବେଗୁନିଆପଡା, (ଆମ ଓଡିଶା ଖବର):ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଅଙ୍ଗାର ଗାଁ ପଂଚାୟତର ନୂଆଗଡ ନୁଆଁସାହିରେ ଥବା ପ୍ରାଥମିକ ବିଦ୍ୟାଳୟରେ ଚାଳିଶିରୁ ଉର୍ଦ୍ଧ ପିଲା ଅଧ୍ୟୟନ କରୁଥିବା ବେଳେ ବିଦ୍ୟାଳୟ ପାର୍ଶ୍ଵରେ ଏକ ପୋଖରୀ ଥିବାରୁ କୁନିକୁନି ଛାତ୍ରଛାତ୍ରୀ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି | ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରୁଥିବା କୁନିକୁନି ଛାତ୍ରଛାତ୍ରୀଙ୍କ ସୁରକ୍ଷା ନିମନ୍ତେ ଏକ ପାଚେରୀର ନିହାତି ଆବଶ୍ୟକ ଥିବା ବେଳେ ସ୍କୁଲ କର୍ତୃପକ୍ଷ ପିଲାଙ୍କ ସୁରକ୍ଷା ନିମନ୍ତେ ବାଉଁଶ ବାଡ଼ କରି ପିଲାଙ୍କୁ ଜଗୁଛନ୍ତି | ଏ ସଂକ୍ରାନ୍ତରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ମଧୁସୂଦନ ସେଠୀ ଅନେକ ବାର ବିଭାଗକୁ ଜଣାଇଥିଲେ ବି ପାଚେରୀ ନିର୍ମାଣ ନେଇ ପଦକ୍ଷେପ ଶୂନ | ଏ ନେଇ ଆମେ ବି ଇ ଓ ରୁଦ୍ର ନାରାୟଣ ସାହୁଙ୍କ ସହିତ ଯୋଗାଯୋଗ କରିବାରେ ସେ କହିଛନ୍ତି ଆମେ ଏ ସମ୍ପର୍କରେ ନିଶ୍ଚିତ ଭାବେ ବିଭାଗକୁ ଜଣେଇବୁ | ତେବେ ଆମେ ଅଙ୍ଗାର ଗାଁ ସରପଞ୍ଚ ପ୍ରତିନିଧି ପୁର୍ଣଚନ୍ଦ୍ର ସେଠୀଙ୍କୁ ଯୋଗାଯୋଗ କରିବାରେ ସେ କହିଛନ୍ତି ଏ ସମ୍ପର୍କିତ ସମସ୍ତ ତଥ୍ୟ ଗତ ସମିତି ବୈଠକରେ ଦିଆଯାଇଥିଲେ ବି କୌଣସି ପ୍ରକାର ପଦକ୍ଷେପ ନିଆଯାଇନାହିଁ | ତେବେ ଏଠି ପ୍ରଶ୍ନ ଉଠେ ଯଦି ଭବିଷ୍ୟତରେ ଛାତ୍ରଛାତ୍ରୀଙ୍କ କୌଣସି ଅଘଟଣ ଘଟେ ତେବେ କିଏ ଦାୟୀ ରହିବ? ତେଣୁ ବିଭାଗୀୟ କର୍ତୃପକ୍ଷ ଏହି ବିଦ୍ୟାଳୟର ପାଚେରୀ ନିର୍ମାଣ ନିମନ୍ତେ ଖୁବଶୀଘ୍ର ଉଚିତ ପଦକ୍ଷେପ ନେବାକୁ ଅଭିଭାବକ ମହଲରେ ଦାବୀ ହୋଇଛି |
ରିପୋର୍ଟ :ଦେବାଶିଷ ମହାରଣା
More Stories
ବ୍ରହ୍ମପୁର ନୂଆ ଉପଜିଲ୍ଲାପାଳଙ୍କୁ ଭେଟିଲେ ଓଡ଼ିଶା ଡିଜିଟାଲ ମିଡିଆ ଆସୋସିଏସନ୍ କର୍ମକର୍ତ୍ତା।
ବ୍ରହ୍ମପୁର ସବୁଜବାହିଁନୀ ପକ୍ଷରୁ “ଆସ ବୃକ୍ଷ ସହ କରିବା ମିତ”କାର୍ଯ୍ୟକ୍ରମ ।
ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟରେ ଷ୍ଟାର୍ଟଅପ କାର୍ଯ୍ୟକ୍ରମ