ଖୋର୍ଦ୍ଧା ଜିଲ୍ଲା (ଆମ ଓଡିଶା ଖବର) :- କେନ୍ଦ୍ର ସମବାୟ ବ୍ୟାଙ୍କ ଖୋର୍ଦ୍ଧା ର ୧୦୯ ତମ ବାର୍ଷିକ ସାଧାରଣ ସଭା ରେ ବ୍ୟାଙ୍କ ର ସଭାପତି ଅଭିଷେକ ସିଂହ ସାମନ୍ତ ଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା । ପ୍ରଥମେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ ପରେ ବ୍ୟାଙ୍କ ର ପ୍ରତିଷ୍ଠାତା ସ୍ବର୍ଗତ ରାୟ ସାହେବ ସତୀଶ ଚନ୍ଦ୍ର ଚକ୍ରବର୍ଗୀ ଓ ଓଡିଶା ସମବାୟ ଆନ୍ଦୋଳନର ପୁରୋଧା ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କୁ କୁ ଶୁଦ୍ଧାଞ୍ଜଳି ଦିଆଯାଇ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇ ଥିଲା । ଏହି ସଭାରେ ଯୁଗ୍ମ ନିବନ୍ଧକ ସମବାୟ ସମିତି ସମୂହ କୃଷ୍ଣଚନ୍ଦ୍ର ଦାସ ସଭାରେ ଉପସ୍ଥିତ ରହି ଚାଷୀ ତଥା ସମିତି ମାନଙ୍କ ପାଇଁ ଓଡିଶା ସରକାରଙ୍କ ଦ୍ବାରା ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଓ ଯୋଜନା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସମବାୟ ବିଭାଗର ଅଧିକାରୀ ଗଣ ଉପସ୍ଥିତ ଥିଲେ । ଉପନିବନ୍ଧକ ଅଲକାନନ୍ଦା ଜେନା ଉପସ୍ଥିତ ହୋଇ ସମବାୟ ସମିତି ବିଷୟରେ ଆଲୋକପାତ କରିଥିଲେ । ସହକାରୀ ନିବନ୍ଧକ ସମବାୟ ସମିତି ସମୂହ ଖୋର୍ଦ୍ଧା ମଣ୍ଡଳ ଶ୍ରୀଯୁକ୍ତ ଭାଗମତ ମାରାଣ୍ଡି ନିଜର ବକ୍ତବ୍ୟ ମାଧ୍ୟମରେ ସମସ୍ତ ସମିତି କର୍ମଚାରୀ ମାନଙ୍କ ସହଯୋଗରେ ସମବାୟ କୁ ଅଗ୍ରସର କରିବା ଉପରେ ଗୁରୁତ୍ବାରୋପ କରିଥିଲେ । ବ୍ୟାଙ୍କ ସହିତ ଅନୁବନ୍ଧିତ ସମିତି ର ସଭାପତି/ପ୍ରତିନିଧୁ ଏବଂ ସମ୍ପାଦକ ବନ୍ଧୁଗଣ ଯୋଗ ଦେଇଥିଲେ । ବ୍ୟାଙ୍କ ର ସଭାପତି ନିଜର ବ୍ୟାଙ୍କ ରେ କରାଯାଇଥୁବା ବିଭିନ୍ନ ଉନୟନ ମୂଳକ କାମ ର ଚିଠା ଉପସ୍ଥାପନ କରିଥିଲେ ଓ ପରିଚାଳନା ପରିଷଦର ନିଷ୍ପଭି ଅନୁସାରେ ଏହି ୩ ବର୍ଷ ଭିତରେ ବ୍ୟାଙ୍କର ବ୍ୟବସାୟ ର ଦ୍ରୁତତମ ଅଭିବୃଦ୍ଧି ର ଏକ ତୁଳନାତ୍ମକ ଚିଠା ଉପସ୍ଥାପନ କରିଥିଲେ । ବାକି ରହିଯାଇଥୁବ କାମ କୁ ଅତି ଶୀଘ୍ର ସମାପନ କରାଯିବାପାଇଁ ପ୍ରତିଶୃତି ପ୍ରଦାନ କରିଥିଲେ । ବ୍ୟାଙ୍କ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ସାରଥୀ ଶତପଥୀ ୨୦୨୪-୨୫ ଆର୍ଥିକ ବର୍ଷର ବାର୍ଷିକ ବିବରଣୀ ପଠନ କରିଥିଲେ । ନିର୍ଦ୍ଦେଶକ ସୁଧାଂଶୁ ଶେଖର ବଡ଼ଜେନା, ପ୍ରକାଶ ରାଉତରାୟ ଓ ବିପିନ ବିହାରୀ ପାତ୍ର ନିଜର ବକ୍ତବ୍ୟ ରଖୁଥିଲେ । ସର୍ବଶେଷରେ ଶ୍ରୀମତୀ ଜୟଶ୍ରୀ ଗଡ଼ନାୟକ ସଭା ରେ ଉପସ୍ଥିତ ସମସ୍ତ ବ୍ୟାଙ୍କର ଅଂଶୀଦାର ମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ । ଏହି ସଭାରେ ଜ୍ୟୋତିରଞ୍ଜନ ରାଉତରାୟ ସଭା ସଂଚାଳନା କରିଥିଲେ ।
ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର ୧୦୯ ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ।


More Stories
ବୈଷ୍ଣବୀୟ୍ ମହାଶିବ ରାତ୍ରୀ ପାଳିଲେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ।
ସହିଦ ମାନଙ୍କ ପାଇଁ କଳାଦିବସ ପାଳିଲେ, ଜଟଣୀର “ୟୁଥ ଫର ନ୍ୟସନାଲ” ସହ ସହ ଯୁବଛାତ୍ର।
ବ୍ରାଉନସୁଗାର ମାମଲାରେ ମାନସ ସାହୁକୁ ହେଲା ୧୦ ବର୍ଷ ଜେଲ୍,ଏକଲକ୍ଷ ଜରିମାନା।