ଖୋର୍ଦ୍ଧା ଜିଲ୍ଲା (ଆମ ଓଡିଶା ଖବର) :- କେନ୍ଦ୍ର ସମବାୟ ବ୍ୟାଙ୍କ ଖୋର୍ଦ୍ଧା ର ୧୦୯ ତମ ବାର୍ଷିକ ସାଧାରଣ ସଭା ରେ ବ୍ୟାଙ୍କ ର ସଭାପତି ଅଭିଷେକ ସିଂହ ସାମନ୍ତ ଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା । ପ୍ରଥମେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ ପରେ ବ୍ୟାଙ୍କ ର ପ୍ରତିଷ୍ଠାତା ସ୍ବର୍ଗତ ରାୟ ସାହେବ ସତୀଶ ଚନ୍ଦ୍ର ଚକ୍ରବର୍ଗୀ ଓ ଓଡିଶା ସମବାୟ ଆନ୍ଦୋଳନର ପୁରୋଧା ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କୁ କୁ ଶୁଦ୍ଧାଞ୍ଜଳି ଦିଆଯାଇ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇ ଥିଲା । ଏହି ସଭାରେ ଯୁଗ୍ମ ନିବନ୍ଧକ ସମବାୟ ସମିତି ସମୂହ କୃଷ୍ଣଚନ୍ଦ୍ର ଦାସ ସଭାରେ ଉପସ୍ଥିତ ରହି ଚାଷୀ ତଥା ସମିତି ମାନଙ୍କ ପାଇଁ ଓଡିଶା ସରକାରଙ୍କ ଦ୍ବାରା ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଓ ଯୋଜନା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସମବାୟ ବିଭାଗର ଅଧିକାରୀ ଗଣ ଉପସ୍ଥିତ ଥିଲେ । ଉପନିବନ୍ଧକ ଅଲକାନନ୍ଦା ଜେନା ଉପସ୍ଥିତ ହୋଇ ସମବାୟ ସମିତି ବିଷୟରେ ଆଲୋକପାତ କରିଥିଲେ । ସହକାରୀ ନିବନ୍ଧକ ସମବାୟ ସମିତି ସମୂହ ଖୋର୍ଦ୍ଧା ମଣ୍ଡଳ ଶ୍ରୀଯୁକ୍ତ ଭାଗମତ ମାରାଣ୍ଡି ନିଜର ବକ୍ତବ୍ୟ ମାଧ୍ୟମରେ ସମସ୍ତ ସମିତି କର୍ମଚାରୀ ମାନଙ୍କ ସହଯୋଗରେ ସମବାୟ କୁ ଅଗ୍ରସର କରିବା ଉପରେ ଗୁରୁତ୍ବାରୋପ କରିଥିଲେ । ବ୍ୟାଙ୍କ ସହିତ ଅନୁବନ୍ଧିତ ସମିତି ର ସଭାପତି/ପ୍ରତିନିଧୁ ଏବଂ ସମ୍ପାଦକ ବନ୍ଧୁଗଣ ଯୋଗ ଦେଇଥିଲେ । ବ୍ୟାଙ୍କ ର ସଭାପତି ନିଜର ବ୍ୟାଙ୍କ ରେ କରାଯାଇଥୁବା ବିଭିନ୍ନ ଉନୟନ ମୂଳକ କାମ ର ଚିଠା ଉପସ୍ଥାପନ କରିଥିଲେ ଓ ପରିଚାଳନା ପରିଷଦର ନିଷ୍ପଭି ଅନୁସାରେ ଏହି ୩ ବର୍ଷ ଭିତରେ ବ୍ୟାଙ୍କର ବ୍ୟବସାୟ ର ଦ୍ରୁତତମ ଅଭିବୃଦ୍ଧି ର ଏକ ତୁଳନାତ୍ମକ ଚିଠା ଉପସ୍ଥାପନ କରିଥିଲେ । ବାକି ରହିଯାଇଥୁବ କାମ କୁ ଅତି ଶୀଘ୍ର ସମାପନ କରାଯିବାପାଇଁ ପ୍ରତିଶୃତି ପ୍ରଦାନ କରିଥିଲେ । ବ୍ୟାଙ୍କ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ସାରଥୀ ଶତପଥୀ ୨୦୨୪-୨୫ ଆର୍ଥିକ ବର୍ଷର ବାର୍ଷିକ ବିବରଣୀ ପଠନ କରିଥିଲେ । ନିର୍ଦ୍ଦେଶକ ସୁଧାଂଶୁ ଶେଖର ବଡ଼ଜେନା, ପ୍ରକାଶ ରାଉତରାୟ ଓ ବିପିନ ବିହାରୀ ପାତ୍ର ନିଜର ବକ୍ତବ୍ୟ ରଖୁଥିଲେ । ସର୍ବଶେଷରେ ଶ୍ରୀମତୀ ଜୟଶ୍ରୀ ଗଡ଼ନାୟକ ସଭା ରେ ଉପସ୍ଥିତ ସମସ୍ତ ବ୍ୟାଙ୍କର ଅଂଶୀଦାର ମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ । ଏହି ସଭାରେ ଜ୍ୟୋତିରଞ୍ଜନ ରାଉତରାୟ ସଭା ସଂଚାଳନା କରିଥିଲେ ।
ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର ୧୦୯ ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ।

More Stories
ଲାଞ୍ଚ ନେଇ ଆଇପିଏସ୍ ଧରାପଡ଼ିବା ଘଟଣା: ମିଳିଳା ନଗଦ ୫ କୋଟି, ଦାମୀ କାର ଓ ପୁଳାପୁଳା ସୁନା।
ଜିଲ୍ଲା ସ୍ତରୀୟ ପେନସନ ଅଦାଲତରେ ୧୯୩ ପେନସନ କେଶ୍ ସମୀକ୍ଷା l
ଖୋର୍ଦ୍ଧା ଜିଲ୍ଳା ପ୍ରଶାସନ ପକ୍ଷରୁ ଦୀପାବଳୀ (ଦୀୱାଲୀ) ଷ୍ଟଲ୍ ଉଦ୍ଘାଟିତ l