ବରୀ :(ଆମ ଓଡ଼ିଶା ଖବର )ଅଭିମନ୍ୟୁ ସାମନ୍ତ ସିଂହାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ଅଭିମନ୍ୟୁ ସାମନ୍ତସିଂହାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତଃ ନବଘନ ଜେନାଙ୍କର ୩୫ ତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ “ବିକଶିତ ବାଲିଆ-ବିକଶିତ ଯାଜପୁର” ବିଷୟ ବସ୍ତୁକୁ ନେଇ ଏକ ପ୍ରବନ୍ଧ ପ୍ରତିଯୋଗିତା ଏବଂ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ସ୍ବର୍ଗତଃ ନବଘନ ଜେନା କେବଳ ଜଣେ ଶିକ୍ଷାପ୍ରେମି ନଥିଲେ ନିଜ ଅଞ୍ଚଳର ବିକାଶ ପାଇଁ ବହୁ ଶିକ୍ଷାନୁଷ୍ଠାନ ସହିତ ସଂଗଠନ ସୃଷ୍ଟି କରିଥିଲେ । ଏପରିକି କଟକ ସହର ସହିତ ରାଜ୍ୟର ବିଭିନ୍ନ ଅଗମ୍ୟ ଅଞ୍ଚଳରେ ୧୨ ଗୋଟି ଶିକ୍ଷାନୁଷ୍ଠାନ ନିର୍ମାଣରେ ତାଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା । ବରୀ ଅଞ୍ଚଳରେ ନବ ବାବୁ ବୋଲି କହିଲେ ଏକ ଆବେଗ ବୁଝା ପଡୁଥିଲା। ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ଜନ୍ମମାଟି ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ କବି ଅଭିମନ୍ୟୁଙ୍କ ଜୟନ୍ତୀ ପାଳନ କରି ସେ ସାହିତ୍ୟ ଓ ସାହିତ୍ୟିକଙ୍କୁ କିଭଳି ଭଲ ପାଉଥିଲେ ତାହାର ଉଦାହରଣ ସୃଷ୍ଟି କରିଥିଲେ ବୋଲି ଅତିଥି ମାନେ କହିଥିଲେ। ଏହି ଆଲୋଚନାରେ ଅନୁଷ୍ଠାନର ଅଧ୍ୟାପକ, ଅଧ୍ୟାପିକା ଏବଂ କମଚାରିମାନେ ଅଂଶଗ୍ରହଣ କରିଥିଲେ । ଜାତୀୟ ସେବା ଯୋଜନା ଅଧିକାରୀ ପ୍ରଦିପ କୁମାର ମୁଦୁଲିଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।
ରିପୋର୍ଟ :ଚୈତନ୍ୟ କୁମାର ଜେନା
More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l