ଦିଗପହଣ୍ଡି, (ଆମ ଓଡିଶା ଖବର):ଆଜି ଦିଗପହଣ୍ଡି ନୂତନ ବସ୍ ଷ୍ଟାଣ୍ଡ ନିକଟରେ ଖିମଜି ସୁନାଋଣ ନୂତନ ଶାଖା ଶୁଭାରମ୍ଭ ହୋଇଛି । ଦୈନନ୍ଦିନ ଜୀବନରେ ସାଧାରଣ ଜନତା ଟଙ୍କା ପାଇଁ ହଇରାଣ ହରକତ ହୋଉଛନ୍ତି । ଗ୍ରାମାଞ୍ଚଳରେ ସୁନା ଋଣ ରଖି କମ ଟଙ୍କା ପାଇ ଉଚ୍ଚ ସୁଧ ଦେଇ ସାଧାରଣଲୋକ ସବୁବେଳେ ହଇରାଣ ହୋଇ ସୁନା ବୁଡି ଯାଇଥିବାର ଦେଖିବାକୁ ମିଳୁଛି । କିନ୍ତୁ ଦିଗପହଣ୍ଡି ଠାରେ ଖିମଜି ସୁନା ଋଣ ବର୍ତମାନ କମ ସୁଦ୍ଧରେ ସୁନା ବନ୍ଧକ ରଖି ଅଧିକ ଟଙ୍କା ଦେବାପାଇଁ ଏକ ନୂଆ ପ୍ରୟାସ କରିଛି । ମାତ୍ର ପାଞ୍ଚ ମିନଟରେ ଗ୍ରାହକ ମାନଙ୍କୁ ସୁହାଇଲ ଭଳି କମ ସୁଧରେ ସୁନା ଋଣ ପ୍ରଧାନ କରାଯିବ। ଆଜି ଏହି ଶାଖା ଉଦଘାଟନ ସମୟରେ ଶାଖା ପରିଚାଳକ ଏସ ରାମଚନ୍ଦ୍ର ଦୋରା, ଅତିରିକ୍ତ ଶାଖା ପରିଚାଳକ ଚନ୍ଦନ ସେଠି, ଓ ସମସ୍ତ ଶାଖା କର୍ମକର୍ତ୍ତା ଉପସ୍ଥିତ ରହି ଶାଖାକୁ ଆରମ୍ଭ କରିଥିଲେ। ପ୍ରାୟ ଏକସହରୁ ଅଧିକ ଗ୍ରାହକ ଏହି ଶୁଭଆରମ୍ଭ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।
ଖିମଜି ସୁନାରୂଣ ନୂତନ ଶାଖା ଶୁଭାରମ୍ଭ l


More Stories
ଆମରିସତ୍ୟ ବିକାଶ ପରିଷଦର ଓଡ଼ିଆ ପକ୍ଷ ପାଳନ।
ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ଖୋରଧା l
ଅଷ୍ଟଦଣ୍ଡ ମିଳନ କାର୍ଯ୍ୟକ୍ରମ ଉଦଯାପିତ: ମନ ମୋହିଲା ପାରମ୍ପରିକ ଦଣ୍ଡ ନୂର୍ତ୍ୟ |