(ଖୋର୍ଦ୍ଧା ଜିଲ୍ଲା ଆମ ଓଡ଼ିଶା ଖବର) ଡେ଼ଲାଙ୍ଗ ତା ୧୦-୮-୨୫ ଜଟଣୀ ମଣ୍ଡଳ ବିଦ୍ୟାଳୟ ସମୂହ କ୍ରୀଡ଼ା ସଂଗଠନ ପକ୍ଷରୁ ମାଆ ଜଟିଆଣି ମନ୍ଦିର ପରିସରରେ ପଦୋନ୍ନତି ପାଇ ନୂତନଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ଖୋର୍ଦ୍ଧାରେ ଯୋଗ ଦେଇଥିବା ରଶ୍ମି ବାଳା ପରିଡାଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ପୂର୍ବରୁ ଶ୍ରୀମତୀ ପରିଡ଼ା ଜଟଣୀ ମଣ୍ଡଳ ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟ କରି ଦକ୍ଷ ପ୍ରଶାସକ ଭାବେ ବେଶ୍ ସୁନାମ ଅର୍ଜନ କରିଛନ୍ତି । ଆଜିର ସମ୍ବର୍ଦ୍ଧନା ଉତ୍ସବରେ ଜଟଣୀ ମଣ୍ଡଳର ସମସ୍ତ କ୍ରୀଡ଼ା ଶିକ୍ଷକ/ଶିକ୍ଷୟିତ୍ରୀ ଯୋଗ ଦେଲେ ଶ୍ରୀମତୀ ପରିଡାଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଆୟୋଜିତ ଉତ୍ସବକୁ ଏନେ ଡି ଆର ସି ବିଦ୍ୟାଳୟର କ୍ରୀଡ଼ା ଶିକ୍ଷୟିତ୍ରୀ ସାଧନା କୁମାରୀ ନାୟକ ସଂଯୋଜନା କରିଥିବା ବେଳେ ମଦନପୁର ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ବିଦ୍ୟାଧର ସାହୁ ଓ ରଘୁନାଥ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ,ନିରଞ୍ଜନପୁର ର କ୍ରୀଡ଼ା ଶିକ୍ଷକ ଗଣେଶ ବେହେରା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଜଟଣୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟ ସମୟର ସ୍ମୃତିକୁ ମନେ ପକାଇ ଶିକ୍ଷକ ଶିକ୍ଷୟିତ୍ରୀମାନେ ଶ୍ରୀମତୀ ପରିଡ଼ା ଙ୍କ କାର୍ଯ୍ୟର ଉଚ୍ଚ ପ୍ରଶଂସା କରିବା ସହ ପୂର୍ବପରି ଶିକ୍ଷକଙ୍କ ଦୁଃଖ ସୁଖରେ ସାହା ଭରଷା ହେବାକୁ ନିବେଦନ କରିଥିଲା। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତାଙ୍କ ବକ୍ତବ୍ୟରେ କହିଥିଲେକି ଜଟଣୀ ଗୋଷ୍ଠୀ ଶିକ୍ଷା ଅଧିନସ୍ଥ ସମସ୍ତ ବିଦ୍ୟାଳୟ ଯେପରି ଛାତ୍ର ଛାତ୍ରୀ ମାନଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ଗଢି ଜିଲ୍ଲା ତଥା ରାଜ୍ୟରେ ସୁନାମ ଅର୍ଜନ କରିଛନ୍ତି ସେହି ଧାରାକୁ ବଜାୟ ରଖିବାକୁ ଆଶା ପୋଷଣ କରିଥିଲେ । ଶେଷରେ ସାଧନା କୁମାରୀ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଡେ଼ଲାଙ୍ଗ /ଜଟଣୀରୁ ନିଳାମ୍ବର ମିଶ୍ରଙ୍କ ରିପୋର୍ଟ ଆମ ଓଡ଼ିଆ ଖବର ।


More Stories
ବିକାଶ ପରିଷଦ ଶିଶୁ ମନ୍ଦିର ର ବାର୍ଷିକ ଉତ୍ସବ ଅନୁଷ୍ଠିତ l
ଶ୍ରୀଚୈତନ୍ଯ ରିସର୍ଚ ଆସୋସିଏସନ ପକ୍ଷରୁ ଆଲୋଚନାଚକ୍ର।
ବାର୍ଷିକପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ l