ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟରେ ସଂସ୍କୃତ ସପ୍ତାହ ଦିବସ ପାଳିତ।

କୋଦଳା, (ଆମ ଓଡିଶା ଖବର): କୋଦଳା ସ୍ଥିତ ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟରେ ସଂସ୍କୃତ ସପ୍ତାହ ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ରଘୁନାଥ ମୁଦୁଲି ଆଜିର କାର୍ଯ୍ୟକ୍ରମକୁ ଅଧ୍ୟକ୍ଷତା କରି ସଂସ୍କୃତ ସପ୍ତାହ ର ମହତ୍ୱ ସମ୍ପର୍କେ ଆଲୋକପାତ କରିଥିଲେ । ଏକାଡେମିକ ଅଧିକାରୀ ଶ୍ରୀଯୁକ୍ତ ବିନୋଦ କୁମାର ମିଶ୍ର କାର୍ଯ୍ୟକ୍ରମ ପ୍ରାରମ୍ଭରେ ବେଦ ପାଠ କରି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ । ଆଜିର କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ସଂସ୍କୃତ ବିଦ୍ୱାନ ତଥା ସଂସ୍କୃତ ଭାରତୀ ର ସଦସ୍ୟ ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ଦାଶ ଯୋଗଦେଇ ସଂସ୍କୃତ ଭାଷାର ଆଲୋଚନା ପର୍ଯ୍ୟାଲୋଚନା ଓ ସଂସ୍କୃତ ଭାଷାର ପ୍ରଚାର ପ୍ରସାର ପାଇଁ ଚ୍ଛାତ୍ର ଛାତ୍ରୀ ବ୍ରତୀ ହେବା ପାଇଁ ପ୍ରେରଣା ଯୋଗାଇଥିଲେ। କାର୍ଯ୍ୟକ୍ରମ ର ସଂଯୋଜିକା ଶ୍ରୀମତୀ ରଂଜୁବାଳା ନନ୍ଦ ଏ ସପ୍ତାହ ର ଉଦେଶ୍ୟ ସମ୍ପର୍କେ କହିଥିଲେ।ଅନ୍ୟାନ୍ୟ ଅତିଥି ଭାବେ ପରୀକ୍ଷା ନିୟନ୍ତ୍ରକ ଡ଼କ୍ଟର ପ୍ରଦୀପ କୁମାର ପଣ୍ଡା, ସୁଶ୍ରୀ ପ୍ରିୟଦର୍ଶିନୀ ସାହୁ ଙ୍କ ସମେତ ଅନେକ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦେଇ ଥିଲେ।ଅନେକ ଛାତ୍ରଛାତ୍ରୀ ସଂସ୍କୃତ ଗଳ୍ପ, ପଦ୍ୟ ଓ ଶ୍ଳୋକ ପଠନ କରିଥିଲେ।ଶେଷରେ ଅନ୍ତର୍ନିହିତ ଗୁଣାବଳୀ ବର୍ଧକ ସଂଯୋଜକ ଶ୍ରୀ ସପନ କୁମାର ଦାଶ ଧନ୍ୟବାଦ ଅର୍ପଣ ପରେ କାର୍ଯ୍ୟକ୍ରମକୁ ସମାପନ କରାଗଲା ।

ରିପୋର୍ଟ :ଦେବାଶିଷ ମହାରଣା

error: Content is protected !!