ରାୟଗଡ଼ା ଜିଲ୍ଲା (ଆମ ଓଡିଶା ଖବର )ତା :-୧୧/୦୨: ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ, ରାୟଗଡ଼ାର ପ୍ରାଣୀବିଜ୍ଞାନ ବିଭାଗ ପକ୍ଷରୁ “କୁମ୍ଭୀର ସଂରକ୍ଷଣର ସୁବର୍ଣ୍ଣ ଜୟନ୍ତୀ” ବିଷୟରେ ଏକ ପାଠଚକ୍ର ଆୟୋଜିତ ହୋଇଯାଇଛି। ଏହି ପାଠଚକ୍ରରେ ମୁଖ୍ୟ ବକ୍ତା ଭାବେ ଗଞ୍ଜାମ ମହାବିଦ୍ୟାଳୟ, ଗଞ୍ଜାମର ପ୍ରାଣୀବିଜ୍ଞାନ ବିଭାଗର ଅଧ୍ୟାପକ ପ୍ରୋଫେସର ମହେନ୍ଦ୍ର ସେଠୀ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟରର ଅଧ୍ୟକ୍ଷା ଡ଼. ସରସ୍ୱତୀ ରାୟ ଅଧ୍ୟକ୍ଷତା କରିଥିଲେ। ଏହାସହିତ ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଟି. ଜ୍ୟୋତି ଓ ସହଯୋଗୀ ଶିକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ହୁଇକା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ପ୍ରାଣୀବିଜ୍ଞାନ ବିଭାଗର ମୁଖ୍ୟ ପୂଜା ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରି ଅତିଥିମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ପରେ ଡ଼. ରାକେଶ ସ୍ୱାଇଁ ମୁଖ୍ୟ ବକ୍ତାଙ୍କ ପରିଚୟ ପ୍ରଦାନ କରିଥିଲେ ଏବଂ ତାଙ୍କର ଶିକ୍ଷାଜୀବନ ଓ ଗବେଷଣା କ୍ଷେତ୍ରରେ ଅବଦାନକୁ ଉଲ୍ଲେଖ କରିଥିଲେ। ମୁଖ୍ୟବକ୍ତା ପ୍ରୋଫେସର ମହେନ୍ଦ୍ର ସେଠୀ ତାଙ୍କ ଅଭିଭାଷଣରେ ଭାରତରେ କୁମ୍ଭୀର ସଂରକ୍ଷଣର ୫୦ ବର୍ଷର ଯାତ୍ରା, ସରକାରୀ ପଦକ୍ଷେପ, ଭିତରକନିକା ପରି ସଂରକ୍ଷିତ କ୍ଷେତ୍ରମାନଙ୍କ ଭୂମିକା ଓ ପରିବେଶ ସନ୍ତୁଳନରେ କୁମ୍ଭୀରର ଗୁରୁତ୍ୱ ବିଷୟରେ ତଥ୍ୟ ଆଧାରିତ ଆଲୋଚନା କରିଥିଲେ। ସେ ଛାତ୍ରଛାତ୍ରୀମାନଙ୍କୁ ପ୍ରକୃତି ସୁରକ୍ଷା ପାଇଁ ସଚେତନ ହେବାକୁ ଆହ୍ୱାନ କରିଥିଲେ। ଅଧ୍ୟକ୍ଷା ଡ଼. ସରସ୍ୱତୀ ରାୟ ତାଙ୍କ ଅଭିଭାଷଣରେ ଏପରି ଶିକ୍ଷାମୂଳକ କାର୍ଯ୍ୟକ୍ରମ ଜ୍ଞାନବୃଦ୍ଧି ସହିତ ସଚେତନତା ସୃଷ୍ଟିରେ ଉପକାରୀ ବୋଲି କହିଥିଲେ। ପାଠଚକ୍ରର ଶେଷ ପର୍ବରେ ମୁଖ୍ୟବକ୍ତା ପ୍ରୋଫେସର ମହେନ୍ଦ୍ର ସେଠୀ ଛାତ୍ରଛାତ୍ରୀମାନଙ୍କ ସହ ଏକ ଆଲୋଚନା କରିଥିଲେ। ଶେଷରେ ପାଠଚକ୍ର ସଚିବ ରାଧାରାଣୀ କୌଶଲ୍ୟା ଧନ୍ୟବାଦ ଜ୍ଞାପନ କରି ସମସ୍ତ ଅତିଥି, ଅଧ୍ୟାପକ – ଅଧ୍ୟାପିକା ଓ ଛାତ୍ରଛାତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। ଛାତ୍ରଛାତ୍ରୀମାନଙ୍କ ସକ୍ରିୟ ଅଂଶଗ୍ରହଣ ସହ ପାଠଚକ୍ରଟି ସଫଳତାର ସହିତ ସମାପ୍ତ ହୋଇଥିଲା।
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।


More Stories
ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘ ର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ।
ନିୟମଗିରିର ଦୁର୍ଗମ ଅଞ୍ଚଳରେ ରାୟଗଡ ଜିଲ୍ଲା ପ୍ରଶାସନ: ଡୋଙ୍ଗରିଆ କନ୍ଧ ସମ୍ପ୍ରଦାୟଙ୍କୁ ଭୋଟର ତାଲିକା ସଂଶୋଧନ ପାଇଁ ଏନ୍ୟୁମେରେସନ ଫର୍ମ ବଣ୍ଟନ ।
ଅବସର ଦିବସରେ ରାୟଗଡ଼ ବିଇଓ ପ୍ରଦାନ କଲେ ଚୂଡାନ୍ତ ପେନସନ, ଶିକ୍ଷକ ସଂଘ ଖୁସ୍।