“ମା ପାଇଁ ଗଛଟିଏ” କାର୍ଯ୍ୟକ୍ରମ ମାଧ୍ୟମରେ ଚାରା ବଣ୍ଟନ
କୋଦଳା, (ଆମ ଓଡିଶା ଖବର): କୋଦଳା ଏନ୍ଏସି ତଥା ଆଖପାଖ ଅଞ୍ଚଳର ପରିବେଶକୁ ସବୁଜ ସୁନ୍ଦର କରିବା ପାଇଁ ଅହରହ ଚେଷ୍ଟା ଜାରୀ ରଖି ଆସିଥିବା କୋଦଳା ନଗରପାଳ ଶ୍ରୀ ସୂର୍ଯ୍ୟ ନାରାୟଣଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କୋଦଳା ଏନ୍ଏସି ରେ “ମା ପାଇଁ ଗଛ ଟିଏ” କାର୍ଯ୍ୟକ୍ରମ ଜାରୀ ରହିଛି । ବର୍ଷା ଦିନେ ଗଛ ଲଗାଇବା ସହ ଗଛ ର ସୁରକ୍ଷା ନିମିତ୍ତ ବହୁ ମୂଲ୍ୟ ପଦକ୍ଷେପ ନେଇ ଚର୍ଚ୍ଚାରେ ରହି ଆସିଥିବା ଶ୍ରୀ ନାୟକ ମଙ୍ଗଳବାର କୋଦଳା ସ୍ଥିତ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ମାନଙ୍କୁ ବୃକ୍ଷ ଚାରା ବଣ୍ଟନ କରିବା ସହ ଏହାର ଯତ୍ନ ନେବା ପାଇଁ ଆହ୍ୱାନ ଦେଇଥିଲେ । “ବୃକ୍ଷ ହିଁ ଜୀଵନ,ସଭିଏଁ କରନ୍ତୁ ବୃକ୍ଷ ରୋପଣ” ନାରା ଦେଇ ଏଯାବତ ଅନେକ ବୃକ୍ଷ ରୋପଣ କରିଥିବା ବେଳେ ଖରା ଦିନେ ଏହାର ଯତ୍ନ ନେଇ ପରିବେଶ ବଳୟ କୁ ସବୁଜ ସୁନ୍ଦର କରିବା ପାଇଁ କୁନିକୁନି ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ ଶ୍ରୀ ନାୟକ । ଏହି ଅବସରରେ କୋଦଳା ଉପାଧ୍ୟକ୍ଷାଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ପ୍ରାୟ ଶହେ ରୁ ଉର୍ଦ୍ଧ ଚାରା ବଣ୍ଟନ କରାଯାଇଥିଲା ।
ରିପୋର୍ଟ :ଦେବାଶିଷ ମହାରଣା


More Stories
ପୋଷ୍ଟ ଅଫିସ ଛକ “ମୋ ଜଟଣୀ “ପାର୍କରେ ଏକ ମଡେଲ ଶୌଚାଳୟ ନିର୍ମାଣ ପାଇଁ ଶୁଭ ଉଦ୍ଘାଟନ।
କଂଗ୍ରେସ ନେତାଙ୍କ ଭାତୃ ବିୟୋଗ,
କାଲିମେଘି ଠାରୁ ଲୁହାକୋଟ ନବ ନିର୍ମିତି ରାସ୍ତାର ଆୟୁଷ କେତେ ?