କୋଦଳା, (ଆମ ଓଡିଶା ଖବର): କୋଦଳା ସ୍ଥିତ ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟରେ ସ୍ୱାଧୀନତା ଦିବସ ଉପଲକ୍ଷେ ବକୃତା ଓ ଦେଶାତ୍ମବୋଧକ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ରଘୁନାଥ ମୁଦୁଲି ଏବଂ ଏକାଡେମିକ ଅଧିକାରୀ ଶ୍ରୀଯୁକ୍ତ ବିନୋଦ କୁମାର ମିଶ୍ର ଆଜିର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଆଜିର ବକୃତା ପ୍ରତିଯୋଗିତା ରେ ଅଧ୍ୟାପକ ସପନ କୁମାର ଦାଶ, ଲିପୁନ ମାଝୀ ଓ ରତ୍ନାକର ପ୍ରଧାନ ଓ ଦେଶାତ୍ମକ ବୋଧକ ସଂଗୀତ ପ୍ରତିଯୋଗିତା ପାଇଁ ଅଧ୍ୟାପିକା ସୁଶ୍ରୀ ପ୍ରିୟଦର୍ଶିନୀ ସାହୁ, ଶ୍ରୀମତୀ ସାଗରିକା ଦାଶ ଓ ଶ୍ରୀମତୀ ଗୃହଲକ୍ଷ୍ମୀ ସାହୁ ବିଚାରକ ଭାବେ ରହିଥିଲେ। ଏହି କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ଶ୍ରୀମତୀ ରଞ୍ଜୁବାଳା ନନ୍ଦ ଆଜିର ପ୍ରତିଯୋଗିତା କୁ ସୁଚାରୁ ରୂପେ ସଂଚାଳନ କରିଥିଲେ । ଅନେକ ଛାତ୍ରଛାତ୍ରୀ ଆଜିର କାର୍ଯ୍ୟକ୍ରମରେ ଯୋଗଦେଇ ନିଜର ପ୍ରତିଭାକୁ ପ୍ରଦର୍ଶନ କରିଥିଲେ।
ରିପୋର୍ଟ :ଦେବାଶିଷ ମହାରଣା


More Stories
ପୋଷ୍ଟ ଅଫିସ ଛକ “ମୋ ଜଟଣୀ “ପାର୍କରେ ଏକ ମଡେଲ ଶୌଚାଳୟ ନିର୍ମାଣ ପାଇଁ ଶୁଭ ଉଦ୍ଘାଟନ।
କଂଗ୍ରେସ ନେତାଙ୍କ ଭାତୃ ବିୟୋଗ,
କାଲିମେଘି ଠାରୁ ଲୁହାକୋଟ ନବ ନିର୍ମିତି ରାସ୍ତାର ଆୟୁଷ କେତେ ?