ବେଗୁନିଆପଡା, (ଆମ ଓଡିଶା ଖବର): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତ ସୋରଡ଼ାପଲ୍ଲୀ ଗ୍ରାମରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ । ହତ୍ୟାକାଣ୍ଡରେ କୈଳାସ ଶବର ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ହତ୍ୟାକାଣ୍ଡ ଭିଆଇଥିବା ତିନି ଅଭିଯୁକ୍ତ ଙ୍କ ମଧ୍ୟରୁ ଶ୍ରୀକ୍ଷେତ୍ର ଶବର ନାମକ ଜଣେ ଯୁବକ ବେଗୁନିଆପଡା ଥାନାରେ ଆତ୍ମ ସମ୍ପର୍ପଣ କରିଥିବା ସୂଚନା ମିଳିଛି । ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଫେରାର ଥିବା ମଧ୍ୟ ଜଣା ପଡିଛି ।ପ୍ରାପ୍ତ ସୂଚନା ଅନୁଯାୟୀ ମୃତକ କୈଳାଶ ଶବର ଅନ୍ୟ ତିନି ଜଣ ଯୁବକଙ୍କ ସହ ମିଶି ମଦ୍ୟପାନ କରିଥିବା ବେଳେ କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲା । ଅଭିଯୁକ୍ତ ମାନେ କୋଦାଳ ସାହାଯ୍ୟରେ ମୁଣ୍ଡକୁ ପ୍ରଥମେ ଆଘାତ ଦେଇଥିବା ବେଳେ କୌଣସି ଏକ ଧାରୁଆ ଅସ୍ତ୍ର ରେ ବେକ କୁ କାଟି ପକାଇଥିଲେ । ଘଟଣା ସ୍ଥଳରେ କୈଳାଶଙ୍କ ମୃତ୍ୟୁ ଘଟିଥିବା ବେଳେ ବେଗୁନିଆପଡା ଥାନା ଆଇ ଆଇ ସି ଭଗବାନ ପୂଜାରୀ ଙ୍କ ସମେତ ପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରୀ ରଖିଛନ୍ତି । ତେବେ ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ଅପରାଧିକ କାର୍ଯ୍ୟ କଳାପ ବୃଦ୍ଧି ପାଉଥିବା ବେଳେ ଏହି ହତ୍ୟା ଘଟଣା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ବେଶ ଚିନ୍ତାରେ ପକାଇଛି ।
ରିପୋର୍ଟ :ଦେବାଶିଷ ମହାରଣା


More Stories
ପୋଷ୍ଟ ଅଫିସ ଛକ “ମୋ ଜଟଣୀ “ପାର୍କରେ ଏକ ମଡେଲ ଶୌଚାଳୟ ନିର୍ମାଣ ପାଇଁ ଶୁଭ ଉଦ୍ଘାଟନ।
କଂଗ୍ରେସ ନେତାଙ୍କ ଭାତୃ ବିୟୋଗ,
କାଲିମେଘି ଠାରୁ ଲୁହାକୋଟ ନବ ନିର୍ମିତି ରାସ୍ତାର ଆୟୁଷ କେତେ ?