ଅସ୍ତରଙ୍ଗ, “ଆମ ଓଡ଼ିଶା ଖବର” ଅସ୍ତରଙ୍ଗ ଥାନାର ବର୍ତମାନର ସବୁଠାରୁ ବଡ଼ ଖବର। ଗଞ୍ଜେଇ ବେପାରୀଙ୍କ ହତ୍ୟା ମାମଲାରେ ଅସ୍ତରଙ୍ଗ ଥାନା ଅଧିକାରୀ ରାଜେଶ ବଳିଆରସିଂ ନିଳମ୍ବିତ। କାର୍ଯ୍ୟରେ ଅବହେଳା ଯୋଗୁଁ ନିଲମ୍ବନ ନିର୍ଦ୍ଦେଶ ଦେଲେ ଡିଜିପି। ରାଜେଶ ବଳିଆରସିଂ ଅସ୍ତରଙ୍ଗ ଆରକ୍ଷୀ ନିରକ୍ଷକ ଭାବେ କାର୍ଯ୍ୟରତ ଥିଲେ। ଜୟପୁର ଟାଉନ ଥାନାର ଉପ ଅଧିକାରୀ ଥିବାବେଳେ ତାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଥିଲା। ଗଞ୍ଜେଇ ମାଫିଆଙ୍କୁ ଅନୁକମ୍ପା ଦେଖାଉଥିବା ଅଭିଯୋଗ ତାଙ୍କ ବିରୋଧରେ ଆଗରୁ ରହିଥିଲା। ଦୁଇଦିନ ଧରି କୋରାପୁଟ ପୋଲିସ ଭୁବନେଶ୍ୱରରେ ଡେରା ପକାଇ, ଶ୍ରୀ ବଳିଆରସିଂଙ୍କୁ ଗତକାଲି କ୍ୟାପିଟାଲ ଥାନାରେ ପଚରାଉଚରା ମଧ୍ୟ କରାଯାଇଥିଲା। ଜେରା ବେଳେ ଅସ୍ତରଙ୍ଗ ଅସ୍ତରଙ୍ଗ ଥାନା ଅଧିକାରୀ ରାଜେଶ ବଳିଆରସିଂ ଫେରାର୍ ହୋଇଯାଇଥିଲେ। କ୍ୟାପିଟାଲ୍ ଥାନାରେ ପଚରାଉଚରା ବେଳେ ପରିସ୍ରା ବାହାନାରେ ଚମ୍ପଟ ମାରିଲେ ଶ୍ରୀ ବଳିୟାରସିଂ ଥାନା ଅଧିକାରୀ। ଶ୍ରୀ ବଳିୟାରସିଂଙ୍କ ବିରୋଧରେ କୋରାପୁଟରେ ଗଞ୍ଜେଇ ଚାଲାଣର ଅଭିଯୋଗ ପୁର୍ବରୁ ରହିଥିଲା।
ଭୁବନେଶ୍ବର ୧ ନଂ ହାଟ ପଛ କ୍ବାର୍ଟର୍ସରୁ ଉଠାଇ ନେଇଥିଲା ଜୟପୁର ପୋଲିସ୍।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।
More Stories
ଭୋଟ ଚୋରୀ ବିରୁଦ୍ଧରେ କଂଗ୍ରେସର ଦସ୍ତଖତ ଅଭିଯାନ
କୁକୁଡ଼ାଖଣ୍ଡି ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ମହା ଦୁର୍ନୀତିରେଜିଷ୍ଟ୍ରି କାମ ପାଇଁ ସାଧାରଣ ଲୋକ ହେଉଛନ୍ତି ନିର୍ଦୟ ଶୋଷଣର ସିକାର ।
ପ୍ରାଣନାଥ ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ସାଇନ୍ସ ସେମିନାର।