
ପଞ୍ଜାବ, “ଆମ ଓଡ଼ିଶା ଖବର” ସ୍କ୍ରାପ ଡିଲରଙ୍କ ଠାରୁ ଜଣେ ମଧ୍ୟସ୍ଥିଙ୍କ ଜରିଆରେ ଆଇପିଏସ ହରଚରଣ ସିଂହ ଭୁଲ୍ଲାର ୮ ଲକ୍ଷ ଟଙ୍କା ଓ ମାସିକିଆ ବଟି ପାଇଁ ଡିଲ କରିଥିଲେ। ଏନେଇ ଡିଲର ଜଣଙ୍କ ସିବିଆଇର ଦ୍ୱାରସ୍ଥ ହୋଇଥିଲେ। ହରଚରଣଙ୍କୁ ରଙ୍ଗେ ହାତ ଧରିବାକୁ ସିବିଆଇ ଜାଲ ବିଛାଇଥିଲା। ୫ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ସିବିଆଇ ହାତରେ ଧରା ପଡ଼ିଥିବା ଆଇପିଏସ୍ ହରଚରଣ ସିଂହ ଭୁଲ୍ଲାରଙ୍କ ସମ୍ପତ୍ତିକୁ ଦେଖି ଟେରା ହୋଇଛନ୍ତି ସିବିଆଇ ଅଧିକାରୀ। ପଞ୍ଜାବ ପୁଲିସ୍ରେ ଡିଆଇଜି ଭାବେ କାମ କରୁଥିବା ହରଚରଣଙ୍କ ବିଭିନ୍ନ ଠିକଣାରୁ ମିଳିଛି ନଗଦ ୫ କୋଟି ଟଙ୍କା, ୧.୫ କେଜି ସୁନା, ଏକାଧିକ ଦାମୀ କାର ଓ ଅନ୍ୟାନ୍ୟ ସମ୍ପତ୍ତିର ସୂଚନା। ପଞ୍ଜାବକୁ ନିଶା ମୁକ୍ତ କରିବା ପାଇଁ ଆରମ୍ଭ ହୋଇଥିବା ଅପରେସନରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ହରଚରଣ ସିଂହ ଭୁଲ୍ଲାର ହେଉଛନ୍ତି ପଞ୍ଜାବର ପୂର୍ବତନ ପୁଲିସ୍ ମହାନିର୍ଦ୍ଦେଶକ ମେହଲ ସିଂହ ଭୁଲ୍ଲାରଙ୍କ ପୁଅ।

ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ l
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.