କୁଦିଆରୀ ସ୍ଥିତ ଟିନି ଟଟସ ମଣ୍ଟେଶ୍ୱରୀ ସ୍କୁଲରେ ସ୍ୱାଧୀନତା ଦିବସ ପାଳିତ।

ଜଟଣୀ “ଆମ ଓଡ଼ିଶା ଖବର” କୁଦିଆରୀ ସ୍ଥିତ ଟିନି ଟଟସ ମଣ୍ଟେଶ୍ୱରୀ ଇଂରାଜୀ ବିଦ୍ୟାଳୟ ସ୍କୁଲରେ ଆଜି ମହା ଆଡମ୍ବର ରେ ସ୍ୱାଧୀନତା ଦିବସ ଉତ୍ସବ ପାଳିତ ହୋଇ ଯାଇଅଛି l ଉକ୍ତ ଉତ୍ସବରେ ମୁଖ୍ୟ ଅତିଥିଭାବେ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ପାଇକରାୟ ପୂର୍ବତନ ସଭାପତି ବାର ଆଶ୍ସୋସିଏସନ ଜଟଣୀ ଓ ସଂମ୍ମାନିତ ଅତିଥିଭାବେ ଆଇନଜୀବୀ ଅକ୍ଷ୍ୟାଂଶୁ ଶେଖର ନାୟକ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ କୁନି କୁନି ପିଲାମାନଙ୍କ ଦ୍ୱାରା ଜାତୀୟ ସଂଗୀତ ଗାନ, ଓ ରଙ୍ଗlରଙ୍ଗ କାର୍ଯ୍ୟକ୍ରମ କୁ ଅତିଥିମାନେ ଭୁୟଂଶୀ ପ୍ରଶଂସା କରିଥିଲେ l ଏହି କାର୍ଯ୍ୟକ୍ରମରେ ସ୍କୁଲ ର ବହୁ ଅଭିଭାବକ ଯୋଗ ଦେଇଥିବା ସହ ସ୍କୁଲର ଶିକ୍ଷୟତ୍ରୀ ମାନେ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ, ଏହି ସ୍କୁଲର ଚେୟାରମ୍ୟାନ ତଥା ରାଜା ୱେଲଫେୟାର ଟ୍ରଷ୍ଟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ପରୱେଜ଼ ହାଇଦର ଓ ତାଙ୍କର ସହଧର୍ମିଣୀ ତଥା ସ୍କୁଲର ପ୍ରିନସିପାଲ ଶ୍ରୀମତୀ ତାହେରା ବେଗମ ଯୋଗ ଦେଇ ଏହି ଅବସରରେ ସ୍କୁଲର ସଫଳ ଉନ୍ନତି ପାଇଁ ତଥା ସ୍କୁଲର ଭଲମନ୍ଦ ସମ୍ପର୍କରେ ନିଜର ଅନୁଭୂତି ଓ ଅଭିଜ୍ଞତା କୁ ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିବା ସହ ସ୍ୱାଧୀନତା ଦିବସ ର ମହତ୍ୱ ସମ୍ପର୍କରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ l ପରିଶେଷରେ ଅତିଥିମାନଙ୍କ ଦ୍ୱାରା ସ୍କୁଲର କୁନି କୁନି ପିଲାମାନଙ୍କୁ ବିସ୍କୁଟ, କେକ, ମିଷ୍ଟାନ ବଣ୍ଟନ କରାଯାଇଥିଲା l

ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।

error: Content is protected !!