ଦିବଙ୍ଗତ ସରପଞ୍ଚଙ୍କ ସୃତିଚାରଣ ସଭା ଓ ଏକାଦଶାହ କ୍ରିୟା ଅନୁଷ୍ଠିତ                                

ଭଦ୍ରକ ଜିଲ୍ଲା (ଆମ ଓଡିଶା ଖବର):ସୃତି ଏମିତି ଏକ ଶବ୍ଦ ଯାହାକୁ ଆମେ ଯେତେ ଚାହିଁଲେ ବି ମନରୁ କେବେ ଭୁଲି ପାରିବାନାହିଁ,କାହିଁକି ନା’ ସେ ସୃତି ଜଣେ ଭଲ ମଣିଷ ଆଉ ନିଜ ହୃଦୟରୁ ଭଲ ପାଉଥିବା ମଣିଷଟିଏ…ସେମିତି ଏକ ସୃତିଚାରଣ ସଭା ଧାମନଗର ବ୍ଲକ ଅଧୀନ ଗୋବିନ୍ଦପୁର ପଞ୍ଚାୟତ କୋରୁଆ ଠାରେ ସ୍ବର୍ଗତ ସୁବାଷ ଚନ୍ଦ୍ର ମହାକୁଡ଼ଙ୍କ ଏକାଦଶାହ କ୍ରିୟା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ସଭାପତି ଏବଂ ମଞ୍ଚ ସଞ୍ଚାଳନ କରିଥିଲେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଲକ୍ଷ୍ମୀକାନ୍ତ ରାଉତ,ମୂଖ୍ୟବକ୍ତା ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶୋକ କୁମାର ନାୟକ,ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ଟୁନିବାଳା ବିଶ୍ୱାଳ,ସମିତି ସଭ୍ୟା ଶ୍ରୀମତୀ ଲକ୍ଷ୍ମୀପ୍ରିୟା ପତି,ଜିଲ୍ଳା ପରିଷଦ ସଭ୍ୟ ଶ୍ରୀଯୁକ୍ତ ପ୍ରତାପ ସାମଲ,ହସନାବାଦ ଜିଲ୍ଳା ପରିଷଦ ସଭ୍ୟ ଶ୍ରୀଯୁକ୍ତ ପ୍ରଦୀପ ମଲ୍ଲିକ,ଧାମନଗର ଗ୍ରାମୀଣ ମଣ୍ଡଳ ସଭାପତି ଶ୍ରୀଯୁକ୍ତ ଶ୍ରୀକାନ୍ତ ନାୟକ,ଅସୁରାଳୀ ଜୋନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ ସାରଦା ପ୍ରସନ୍ନ ସାହୁ,ସମାଜସେବୀ ଓ କବି ଦୟାନିଧି ମିଶ୍ର,ଧାମନଗର ଏନଏସି ଅଧ୍ୟକ୍ଷା ଶ୍ରୀମତୀ ନିବେଦିତା ଜେନା,ସୂର୍ଯ୍ୟ ନାୟକ,ସୁବାଷ ମଲ୍ଲିକ,ବାଲେଶ୍ୱର ଭଦ୍ରକ କୋ.ଅପେରେଟିଭ ବ୍ୟାଙ୍କର ପୂର୍ବତନ ସଭାପତି ଶ୍ରୀଯୁକ୍ତ ରଘୁନାଥ ଲେଙ୍କା,ଶିକ୍ଷାବିତ ଶ୍ରୀଯୁକ୍ତ ଉଦ୍ୟକର ଦାସ, ବେଦ ପାଠ କରିଥିଲେ ପଣ୍ଡିତ ଘନଶ୍ୟାମ ଲେଙ୍କା, ସମାଜସେବୀ ରାକେଶ କୁମାର ପତି,ସମାଜସେବୀ ବରିଷ୍ଠ କର୍ମୀ ଶ୍ରୀଯୁକ୍ତ ଆକୁଳ ଚନ୍ଦ୍ର ଦାସ,ଯୁବନେତା ପ୍ରଶାନ୍ତ କୁମାର ନାୟକ ପ୍ରମୁଖ ଯୋଗଦାନ ଏବଂ ସ୍ବର୍ଗତ ମହାକୁଡ଼ଙ୍କ ସୃତିଚାରଣ କରିଥିଲେ ଏବଂ ଆଖପାଖ ଅଞ୍ଚଳର ବହୁ ବିଶିଷ୍ଠ ବ୍ୟକ୍ତି,ରାଜନେତା,ସମର୍ଥକ,ବୁଲୁ ପ୍ରେମୀ ସୃତିଚାରଣ ସଭାରେ ଯୋଗଦେଇଥିଲେ। ସ୍ବର୍ଗତ ମହାକୁଡ଼ଙ୍କ ଆବିର୍ଭାବ ୨୫/୦୩/୧୯୬୦ ଏବଂ ତିରୋଧାନ ୦୫/୦୮/୨୦୨୫ ମସିହା ଥିଲା..ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା। ସେ ଗୋବିନ୍ଦପୁର ପଞ୍ଚାୟତରୁ ୪ଥର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ।ତାଙ୍କ ଶାସନ କାଳ ମଧ୍ୟରେ ପଞ୍ଚାୟତରେ ବହୁ ଉନ୍ନତି ତଥା ବହୁ ଉନ୍ନୟନ ମୂଳକ କାର୍ଯ୍ୟ ହୋଇଥିଲା,ସେ ଜଣେ ମେଳାପୀ,ମିଷ୍ଠଭାଷୀ,ଦରଦୀ ଓ ଅତିସରଳ ବ୍ୟକ୍ତି ହିସାବରେ ସାରା ଅଞ୍ଚଳରେ ସୁନାମ ଅର୍ଜନ କରିଥିଲେ ଏବଂ ଜଣେ ବିଚକ୍ଷଣ,ଚତୁର ନେତା ଭାବେ ଜଣାଶୁଣା ଥିଲେ। ତାଙ୍କର ଏହି ଅବର୍ତମାନରେ ଗୋବିନ୍ଦପୁର ପଞ୍ଚାୟତର ଏକ ଅପୂରଣୀୟ କ୍ଷତି ହୋଇଛି ଯାହାକି ଭବିଷ୍ୟତରେ କେବେ ପୂରଣ ହେବ କହିବା ବଡ଼ କଷ୍ଟସାଧ୍ୟ ହେବ, ସେ ଯାହାବି ହେଉ ସ୍ବର୍ଗତ ମହାକୁଡ଼ ସର୍ବଦା ଜନ ମାନସରେ ଚି଼ର ସ୍ମୁତି ହୋଇରହିବେ…ସଭା ଆୟୋଜନ ଏବଂ ସହଯୋଗ କରିଥିଲେ,ସୁକାନ୍ତ କୁମାର ନାୟକ,ରାଜେନ୍ଦ୍ର ମହାକୁଡ଼,ଜିତେନ୍ଦ୍ର ମହାକୁଡ଼,ବିକାଶ ସାହୁ,ରବୀନ୍ଦ୍ର କୁମାର ମହାକୁଡ଼,ଦୀନେଶ ବେହେରା ପ୍ରମୁଖ ସମ୍ପୂର୍ଣ ଦାୟିତ୍ୱ ନିର୍ବାହ କରିଥିଲେ। ଶେଷରେ ପ୍ରାୟ ୩ ହଜାରରୁ ଉର୍ଦ୍ଧ ଲୋକଙ୍କ ପାଇଁ ପଂକ୍ତିଭୋଜନର ବ୍ୟବସ୍ଥା କରାଯାଇଥିଲା।ଭଦ୍ରକ ଜିଲ୍ଲା ପ୍ରତିନିଧି ଶିଶିର କୁମାର ସ୍ଵାଇଁ ଙ୍କ ରିପୋର୍ଟ ଆମ ଓଡ଼ିଶା ଖବର,

error: Content is protected !!