
ରାୟଗଡ଼ ଜିଲ୍ଲା (ଆମ ଓଡିଶା ଖବର ) ତା:- ୧୬-୮-୨୦୨୫
ରାୟଗଡ ପୌରାଞ୍ଚଳର ଇନ୍ଦିରାନଗର ଓ ଅଶୋକ ନଗର ଅଞ୍ଚଳରେ ଶନିବାର ଆସ ଆମେ ସ୍କୁଲ ଯିବା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ପିଲାଏ ହାତରେ ପ୍ଲାକାର୍ଡ ଧରି ସାହି ସାହି ବୁଲି ସଚେତନତାର ସ୍ଲୋଗାନ ଦେଇଥିଲେ । ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ଯ ବୃନ୍ଦ ଏଥିରେ ସାମିଲ ହୋଇଥିଲେ । ଅଠର ବର୍ଷରୁ କମ୍ ସମସ୍ତ ଶିଶୁ ପାଠପଢିବେ ଏଥିପାଇଁ ଜନ ସଚେତନତା ସୃଷ୍ଟି କରାଯାଇଥିଲା ।
ପରେ ବିଦ୍ୟାଳୟରେ ଶିକ୍ଷକ ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଏସ୍ ଏମ୍ ସି ଅଧ୍ୟକ୍ଷା ଶ୍ରୀମତୀ ଜି ସ୍ବପ୍ନା ସଭାପତିତ୍ଵ କରିଥିଲେ । ଓସେପା ନିର୍ଦ୍ଦେଶାନାମା ଅନୁସାରେ ବିଦ୍ୟାଳୟର ବିକାଶ ସଂପର୍କିତ ବିଷୟବସ୍ତୁମାନ ଆଲୋଚନା ହୋଇଥିଲା । ଏଥିରେ ପ୍ରମିଳା ପଣ୍ଡା, ବାସନ୍ତି ମିଶ୍ର, ପ୍ରଭାତ ସେନାପତି, ସୋନାଲିସା ସାମଲ, ରଞିତା ସାମନ୍ତରାୟ, ମନୋରମା ସାହୁ, ନୀଳାଞ୍ଚଳ ମିଶ୍ର ଓ ପିଲାଙ୍କ ପିତାମାତା, ଅଭିଭାବକ ପ୍ରମୁଖ ଯୋଗଦେଇଥିଲେ । ବୈଠକ ପ୍ରାରମ୍ଭରେ ସ୍ବର୍ଗତ ଶିକ୍ଷୟିତ୍ରୀ ନମିତା ମାଝୀଙ୍କ ସ୍ବର୍ଗବାସରେ ସମସ୍ତେ ନୀରବ ପ୍ରାର୍ଥନା କରିଥିଲେ ଓ ନୀଳାଞ୍ଚଳ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ ଆମ ଓଡିଶା ଖବର।

More Stories
ନିୟମଗିରି ରୁ”ଦୁଆରେ ପ୍ରଶାସନ” କାର୍ଯ୍ୟକ୍ରମ ର ଶୁଭାରମ୍ଭ କଲେ ରାୟଗଡା ଜିଲ୍ଲାପାଳପିଏମ ଜନମନ ସହ ସମ୍ୱନ୍ୱିତ ଲକ୍ଷ୍ୟ ହାସଲ ନେଇ ଏକ ଅନନ୍ୟ ପ୍ରୟାସ I
ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ।
ରାୟଗଡ଼ାରେ ଓରମାସ ଦୀପାବଳି ଉତ୍ସବ ଷ୍ଟଲର ଉଦଘାଟିତ।