ଆମବସ୍ ଜଳିଗଲା ଅଳ୍ପକେ ବର୍ତ୍ତିଗଲେ ୪୧ ଜଣ ଯାତ୍ରୀ ।

ଭୁବନେଶ୍ୱର: “ଆମ ଓଡ଼ିଶା ଖବର” ୨୧ ଅଗଷ୍ଟ ପୂର୍ବାହ୍ନ ୧୧:୨୦ ସମୟରେ ଆମ ବସ୍ ରୁଟ୍ ନମ୍ବର ୪୮ ଭୁବନେଶ୍ୱର ଭରତପୁରରୁ ଖୋର୍ଦ୍ଧା ଅଭିମୁଖେ ଓଡ଼ି-୩୩-ୟୁ-୭୩୪୩ ରେଜିଷ୍ଟ୍ରେସନ୍ ଥିବା ବସ୍‌ଟି ୧୬ନଂ ଜାତିୟ ରାଜପଥ, ଗଡଖୋର୍ଦ୍ଧା ନିକଟରେ ଅଗ୍ନୀ ସଂଯୋଗର ସମ୍ମୁଖୀନ ହୋଇଥିଲା। ବସ୍ ଚାଳନା କରୁଥିବା ପାଇଲଟ ଏବଂ ସାଥିରେ ଥିବା ସହଯୋଗୀ ଗାଡ଼ିରୁ ଧୁଆଁ ବାହାରୁଥିବା ଦେଖି ଅଗ୍ନି ନିର୍ବାପକ ଯନ୍ତ୍ର ବ୍ୟବହାର କରି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ। ଘଟଣାସ୍ଥଳରେ ଅଧିକ କିଛି ଦୁର୍ଘଟଣା ଘଟିବା ପୂର୍ବରୁ ଜରୁରୀକାଳୀନ ସ୍ଥିତିରେ କ୍ୟାପଟେନ ଓ ଗାଇଡ ସମସ୍ତ ୪୧ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବସ୍ ବାହରକୁ ବାହାରି ଆସିବାରେ ସହଯୋଗ କରିଥିଲେ। ପରବର୍ତ୍ତି ସମୟରେ ଅଗ୍ନିଶମ ବିଭାଗ ଏବଂ କ୍ରୁଟ୍ ସଦସ୍ୟଙ୍କୁ ଜଣାଇଥିଲେ। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଆସି ଅଗ୍ନିକୁ ଆୟତ୍ତ କରିଥିଲେ। ଘଟଣାରେ କୌଣସି ବ୍ୟକ୍ତି ଆହତ ହୋଇନାହାନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ମୁଖ୍ୟ ବିଦ୍ୟୁତ୍ କେବଲ୍‌ରେ ସର୍ଟ୍ ସର୍କିଟ ହୋଇ ଅଗ୍ନି ସଂଯୋଗ ହୋଇଛି। ପରବର୍ତ୍ତି ସମୟରେ ଡିଜେଲ୍ ଲାଇନକୁ ପ୍ରଭାବିତ ହେବା ସହିତ ବାମ ପଟର ସାମ୍ନା ଚକ ପର୍ଯ୍ୟନ୍ତ ପହଞ୍ଚିଥିଲା। କର୍ମଚାରୀଙ୍କ ତୁରନ୍ତ ପ୍ରତିକ୍ରିୟା ସତ୍ତ୍ୱେ ବସ୍‌ରେ ଅଗ୍ନି ସଂଯୋଗ ଯୋଗୁଁ ବସ୍‌ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ସମ୍ପୃକ୍ତ ଅପରେଟରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ଏବଂ ସମସ୍ତ ବସ୍‌ର ତୁରନ୍ତ ଫିଟନେସ୍ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ, ପରିବହନ କମିଶନର, ଓଡ଼ିଶା କାର୍ଯ୍ୟାଳୟକୁ ସ୍ଥାନୀୟ ମୋଟର ଯାନ ନିରୀକ୍ଷକ ଙ୍କୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବା ଏବଂ ବିଶେଷଜ୍ଞ ମତାମତ ପ୍ରଦାନ କରିବା ପାଇଁ ଅନୁରୋଧ କରାଯାଇଛି।

ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।

error: Content is protected !!