ବୌଦ୍ଧ ଅବତାରରେ ପୂଜା ପାଇବେ ଗଣେଶ                            ଖୋର୍ଦ୍ଧା ଜିଲ୍ଲା (ଆମ ଓଡ଼ିଶା ଖବର) ଡେ଼ଲାଙ୍ଗ – ତା ୨୧-୮-୨୫ ଚଳିତ ବର୍ଷ ରେତଙ୍ଗ କଲୋନୀ ଫ୍ରେଣ୍ଡେସ୍  କ୍ଲବର ମୁଖ୍ୟ ଆକର୍ଷଣ    ଗୌତମ ବୁଦ୍ଧଙ୍କ ଅବତାରରେ ପୂଜା ପାଇବେ ଶ୍ରୀ ଗଣେଶ ।      

ଚଳିତ ବର୍ଷ ଜଟଣୀ ରେ ଆକର୍ଷଣ ର କେନ୍ଦ୍ର ବିନ୍ଦୁ ସାଜିବ ରେତଙ୍ଗ କଲୋନି ଫ୍ରେଣ୍ଡସ କ୍ଲବ ର ଗଣେଶ     ପୂଜା।ସବୁ ବର୍ଷ ପରି ଏଥର  ନୂଆ ପରିକଳ୍ପନା ନେଇ ତୋରଣ ଓ ଗଣେଶ ମୁର୍ତ୍ତି ପ୍ରସ୍ତୁତ କରୁଛନ୍ତି ପୁଜା କମିଟି କତୃପକ୍ଷ।ଏଥର ଆକର୍ଷଣ ରେ ରହିବ ଓଡିଶାର ଐତିହାସିକ କଳିଙ୍ଗର ଗାଥା ତଥା ଚଣ୍ଡାଶୋକ ରୁ ଧର୍ମାଶୋକ କୁ ପରିବର୍ତ୍ତନର କାହାଣୀ ଓ ଗୌତମ ବୁଦ୍ଧଙ୍କ  ଗାଥା।କାରଣ ଏଥର ପୁଜା କମିଟି ପ୍ରସ୍ତୁତ କରୁଛନ୍ତି ଗୌତମ ବୁଦ୍ଧଙ୍କ ଅବତାରରେ ବିଶାଳକାୟ  ଗଣେଶ ମୁର୍ତ୍ତି,  ଯାହାର ଉଚ୍ଚତା ୧୫ଫୁଟ ସହିତ ଓସାର ମଧ୍ୟ ୧୦ ଫୁଟରୁ ଅଧିକ ରହିବ।କଳିଙ୍ଗର ଏହି ପରମ୍ପରାକୁ ଉଜ୍ଜୀବିତ ଓ ଓଡ଼ିଆ ଙ୍କ ମନରେ ଚଣ୍ଡାଶୋକ ରୁ ଧର୍ମାଶୋକ ର ସେହି ଐତିହାସିକ କାହାଣୀକୁ ଚିର ଜୀବିତ କରିବା ପାଇଁ ଏଭଳି ନିଷ୍ପତି ନେଇଛନ୍ତି ପୁଜା କମିଟିର ସଦସ୍ୟମାନେ।ଏଥି ସହ ପୂଜା ମଣ୍ଡପକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଏଥର ତିବତିୟାନ ରାଜା ରାଜୁଡା ସମୟର ନିର୍ମିତ ରାଜପ୍ରାସାଦ ଢାଞ୍ଚାରେ ସଜ୍ଜିତ ତୋରଣ  ଦର୍ଶକଙ୍କ ମନମୁଗ୍ଧ କରିବ ବୋଲି   ପୂଜା କମିଟିର କର୍ମ କର୍ତ୍ତା ଆଶା ବାନ୍ଧିଛନ୍ତି।ବିଶେଷ କରି ଆଲୋକ ମାଳାର ରଙ୍ଗିନ ଆଲୁଅରେ ଏହି ତୋରଣଟି ବହୁ ଦୁର ପର୍ଯ୍ୟନ୍ତ ଦୃଶ୍ୟମାନ ସହ କିପରି ଲୋକଙ୍କୁ ଅଧିକରୁ ଅଧିକ ଆକୃଷ୍ଟ କରିବ ସେ ଦିଗରେ ମଧ୍ୟ ପୂଜା କମିଟି ଧ୍ୟାନ ଦେଇଛନ୍ତି।ତା ସହିତ ଛୋଟ ଛୋଟ ପିଲାଙ୍କ ପାଇଁ ଏକ ବୁଦ୍ଧ ପାର୍କ ନିର୍ମାଣ ହେବ ,ଯେଉଁଠି  ଚିତ୍ରାଙ୍କନ  ପ୍ରତିଯୋଗିତା  କରାଯିବ।ବିଭିନ୍ନ ଅଞ୍ଚଳର ପିଲା ଭାଗ ନେଇ ନିଜ ନିଜ ରଙ୍ଗ, ତୂଳୀରେ ମୁକ୍ତ କାରିଗରୀ  କଳାରେ ସେମାନଙ୍କର ପରିକଳ୍ପନାକୁ  ଆଙ୍କିବାର ସୁଯୋଗ ପାଇବେ। ଲୋକଙ୍କ ଯାତାୟତ,  ପୂଜା ମଣ୍ଡପ  ଦର୍ଶନ ଓ ପ୍ରସାଦ ସେବନ   ସୁବ୍ୟବସ୍ଥା ସହ ଶୃଙ୍ଖଳିତ  ଧାଡ଼ି ଦର୍ଶନ ପାଇଁ ମଧ୍ୟ ସ୍ଥାନୀୟ ପୋଲିସ ଓ ପୂଜା କମିଟି ମଧ୍ୟରେ ନିଷ୍ପତି ନିଆଯାଇଛି।ଏଥି ସହ ଅସାମାଜିକ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ସିସିଟିଭି କ୍ୟାମେରା ସହ ସ୍ବେଚ୍ଛାସେବୀ  ମାନେ ମଧ୍ୟ ସଜାଗ ରହିବେ ।ଏପରିକି ମହିଳା ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଦର୍ଶନ ଓ ସୁବିଧା ପାଇଁ ପୂଜା କମିଟି ଏଥର ଏକ ବଡ ନିଷ୍ପତି ନେଇଛି।ଯେପରି କୌଣସି ଅଞ୍ଚଳ ଅନ୍ଧକାର ନ ରହିବ ଚାରିଆଡ଼େ ଆଲୋକି କରଣର ବ୍ୟବସ୍ଥା ପ୍ରତି ଧ୍ୟାନଦିଆଯିବ ।  ଆଖ ପାଖ ରେ ଖାଦ୍ୟ ବିକ୍ରି କରୁଥିବା ଦୋକାନ ମାନଙ୍କୁ ହାନିକାରକ ରଙ୍ଗ ଯୁକ୍ତ ଖାଦ୍ୟ ନ ବିକିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି।ଲୋକଙ୍କ ସ୍ବାସ୍ଥ୍ୟ ସେବା ଓ ଦୁର୍ଘଟଣାକୁ   ଦୃଷ୍ଟିରେ ରଖି ଷ୍ଟ୍ରେଚର ଓ ଫାଷ୍ଟ ଏଡ କିଟ ମଧ୍ୟ ପୂଜା କମିଟି ପାଖରେ ରଖାଯିବ ବୋଲି ସୂଚନା ମିଳିଛି।

ଡେ଼ଲାଙ୍ଗ/ଜଟଣୀ ରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ଆମ ଓଡ଼ିଶା ଖବର ।

error: Content is protected !!