ଜଟଣୀର ସୁଯୋଗ୍ଯ ସନ୍ତାନ ଦେବାଶିଷ ପଟୋ ପ୍ରଦର୍ଶନୀରେ ପୁରସ୍କୃତ।

ଭୁବନେଶ୍ୱର, “ଆମ ଓଡ଼ିଶା ଖବର” ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ନୂତନ ଭବିଷ୍ୟତ ନିର୍ମାଣ ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା ଚତୁର୍ଥ ରାଜ୍ୟସ୍ତରୀୟ ଫୋଟୋ ପ୍ରଦର୍ଶନୀ ଉତ୍ସବ। ଦିର୍ଘ ୪ ଦିନଧରି ଚାଲିଥିବା ଫଟୋ ପ୍ରଦର୍ଶନୀ ଶେଷ ହୋଇଛି। ଅନ୍ତିମ ଦିବସରେ ପୁରସ୍କୃତ ହେଲେ ଅଂଶ ଗ୍ରହଣକାରୀ। ଭୁବନେଶ୍ୱର ସ୍ଥିତ ସ୍ଥାନୀୟ ଜୟଦେବ ଭବନରେ ନୂତନ ଭବିଷ୍ୟତ ନିର୍ମାଣ ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ ଚତୁର୍ଥ ରାଜ୍ୟସ୍ତରୀୟ ଫୋଟୋ ପ୍ରଦର୍ଶନୀ ଦିବସ ଗତ ଅଗଷ୍ଟ ୧୯ ତାରିଖରୁ ଆରମ୍ଭ ହୋଇ ୨୨ ଅଗଷ୍ଟ ରେ ଶେଷ ହୋଇଅଛି। ଏଥିରେ ମୁଖ୍ୟ ଅତିଥି ଭାବେ ଦିଗ ପହଣ୍ଡି ବିଧାୟକ ତଥା ସିନେ ତାରକା ସିଦ୍ଧାନ୍ତ ମହାପାତ୍ର, ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ ଙ୍କ ସହିତ ବହୁ ମାନ୍ୟଗଣ ବ୍ୟକ୍ତି ଙ୍କର ସମାଗମ ହୋଇଥିଲା।।ଟ୍ରଷ୍ଟର ବାର୍ଷିକ ପୁସ୍ତିକା ଉନ୍ମୋଚନ ସହିତ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରତିବର୍ଷ ବିଶ୍ୱ ଫୋଟୋଗ୍ରାଫି ଦିବସ ଉପଲକ୍ଷେ ଏହା ଆୟୋଜନ କରାଯାଉଅଛି। ନୂତନ ଯୁବପିଢିଙ୍କୁ ଏ.ଆଈ ଯୁଗରେ ଏହା ଦିଗଦର୍ଶନ ଦେବ ବୋଲି ଅନୁଷ୍ଠାନ ର ଅଧକ୍ଷ ଲକ୍ଷ୍ମୀକାନ୍ତ ଦାସ କହିଛନ୍ତି।

ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।

error: Content is protected !!