ବାଣପୁର(ଆମ ଓଡିଶା ଖବର )ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭାରୀମୁଣ୍ଡା, ନାଚୁଣୀ ଅଂଚରେ ବେ ଆଇନ ମୋରମ ଚାଲାଣ କାରିଙ୍କ ଭୁସ୍ୱର୍ଗ ପାଲଟିଛି, ଏପରିକି ଜୈନିକ ଠିକାଦାର ହଜ ଠାରୁ ଦୀନବନ୍ଧୁ ପୁର ଗମେଇ ରାସ୍ତା ରେ ଅନୁମୋଦିତ ରାସ୍ତାରେ ମାଟି ପକାଇବା ପାଇଁ ଅନୁମୋଦନ ହୋଇଥିବା ଟଙ୍କା କୁ ହଡପ କରି ମାଟି ମୁଠାଏ ନ ପକାଇ ପାର୍ଶ୍ଵସ୍ଥ ସ୍ଥାନ ରୁ ବେଆଇନ ଭାବେ ଜେ ସି ବି, ଟ୍ରାକଟର ଲଗାଇ ମୋରମ ଖୋଳି ରାସ୍ତା ରେ ବିଛେଇ ମାଟିକାମ ପାଇଁ ଆସିଥିବା 60 ଲକ୍ଷ ଟଙ୍କା କୁ ହଡପ କରିଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ପ୍ରଶାସନ କାହା ଚାପରେ ଚୁପ ରହିଥିଲା ତାହା ପ୍ରଶ୍ନବାଚୀ ହୋଇ ଥିବା ବେଳେ, ଆଜି କୌଣସି ସୂତ୍ରରୁ ଖବର ପାଇ ନାଚୁଣୀ ଥାନା ଅଧିକାରୀ ଚନ୍ଦ୍ରଶେଖର ଜେନା ଙ୍କ ନିର୍ଦେଶ ରେ ଏକ ପୋଲିସ ଟିମ ଗମ୍ଭାରୀମୁଣ୍ଡା ନିକଟସ୍ଥ ମାତାପୋଖରୀ ଠାରୁ ଜେସିବି ରେ ବେଆଇନ ଭାବେ ମୋରମ ଖଣି ରୁ ମୋରମ ଉତ୍ତୋଳନ କରି ଟ୍ରାକଟର ଯୋଗେ ଚାଲାଣ କରାଯାଉଥିବା ବେଳେ ଚଢ଼ାଉ କରି ଦୁଇଟି ଟ୍ରାକ୍ଟର ସହିତ ଗୋଟିଏ ଜେସିବି ଜବତ କରିବା ସହ 3 ଜଣ ଚାଳକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି, ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଉକ୍ତ ବେଆଇନ ଚାଲାଣ ରେ ଉପରୋକ୍ତ ଠିକାଦାର ଙ୍କ ସମ୍ପୃକ୍ତି ନାହିଁତ ? ଏ ସମ୍ପର୍କ ରେ ପ୍ରଶାସନ ପୁଙ୍ଖାନୁ ପୁଙ୍ଖ ତଦନ୍ତ କଲେ ଚିଲିକା ଓ ବାଣପୁର ଅଞ୍ଚଳର ବହୁତ ବେଆଇନ ମୋରମ ଖଣି ଓ ଏହାର ଚାଲାଣ ସମ୍ପର୍କ ରେ ପର୍ଦାଫାଶ ହୋଇ ପାରିବ l
ବେଆଇନ ମୋରମ ଚାଲାଣ ବେଳେ ୨ ଟି ଟ୍ରାକଟର ଗୋଟିଏ ଜେସିବି ଜବତ, ୩ ଗିରଫ l

More Stories
ଲାଞ୍ଚ ନେଇ ଆଇପିଏସ୍ ଧରାପଡ଼ିବା ଘଟଣା: ମିଳିଳା ନଗଦ ୫ କୋଟି, ଦାମୀ କାର ଓ ପୁଳାପୁଳା ସୁନା।
ଜିଲ୍ଲା ସ୍ତରୀୟ ପେନସନ ଅଦାଲତରେ ୧୯୩ ପେନସନ କେଶ୍ ସମୀକ୍ଷା l
ଖୋର୍ଦ୍ଧା ଜିଲ୍ଳା ପ୍ରଶାସନ ପକ୍ଷରୁ ଦୀପାବଳୀ (ଦୀୱାଲୀ) ଷ୍ଟଲ୍ ଉଦ୍ଘାଟିତ l