ଭୁବନେଶ୍ୱର, “ଆମ ଓଡ଼ିଶା ଖବର” ଦର୍ଶକ ବନ୍ଧୁ ଧ୍ୟାନ ଦିଅନ୍ତୁ, ଠକ କୋଟିପତିଙ୍କ ଘର ରାଜଧାନୀ ଉପକଣ୍ଠ ନୟାପଲ୍ଲୀ ଅଞ୍ଚଳର। ନାମଟି ହେଲା ସୁବ୍ରତ ନାୟକ, ଧନ୍ଦାହେଲା ଠକେଇ। ତେବେ ଆସନ୍ତୁ ଜାଣିବା ବାବୁଙ୍କ କାର୍ଯ୍ୟସୈଳିର କଛି ଝଲକ୍। ସୁବ୍ରତ ନାୟକ ନିଜ ମୃତ ମାର ଜାଲ୍ କାଗଜପତ୍ର ତିଆରିକରି ଲକ୍ଷ୍ମୀସାଗର ସ୍ଥିତ ଓଉଓଉଓ ବ୍ୟାଙ୍କରୁ ୧.୨୭ କୋଟି ଟଙ୍କା ଠକେଇ କରି ରୁଣ କରିଥିଲେ। ଠକ ବାବୁ ଜଣକ ଖୋର୍ଦ୍ଧା ନିକଟସ୍ଥ ଧନିଆ ମୁଣ୍ଡିଆ ଦୁଇଟାକୁ ହାତେଇଛନ୍ତି। ଉଭୟ ମୁଣ୍ଡିଆ ଜଗନ୍ନାଥଙ୍କ ସମ୍ପତ୍ତି। ବାବୁ ଜଣେ ପୁରୁଣା ଖେଳାଳି। ଠକିବାରେ ମହା ଧୁରନ୍ଧର। ସୁବ୍ରତ ବାବୁ ଗୋଟିଏ ମୁଣ୍ଡିଆ ପାଇଁ ସରକାରଙ୍କୁ ଟାକ୍ସ ଦେଇଛନ୍ତି। ଅନ୍ୟ ମୁଣ୍ଡିଆଟିକୁ ଟାକ୍ସ ନଦେଇ ମନଇଚ୍ଛା ଶହଶହ ଟ୍ରକ ଜାତିଆ ମୁଗୁନିପଥରକୁ କୋଟିକୋଟି ଟଙ୍କାର ଜଗନ୍ନାଥଙ୍କ ସମ୍ପତ୍ତିକୁ ଚଳୁ କରି ଆସୁଛନ୍ତି, ତାହା ପୁଣି ସେଠିକାର ସ୍ଥାନୀୟ ମାମଲତକାର ସହାୟତାରେ। ବାରମ୍ବାର ଗଣମାଧ୍ୟମରେ ପ୍ରସାରଣ ହେବା ପରେ, ପଦକ୍ଷେପ ନିଆଗଲା। ବାବୁ ସୁବ୍ରତଙ୍କୁ ବ୍ୟାଙ୍କ ଠକେଇ ମାମଲାରେ ଗିରଫ କରାଯାଇଛି।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।
More Stories
ଲାଞ୍ଚ ନେଇ ଆଇପିଏସ୍ ଧରାପଡ଼ିବା ଘଟଣା: ମିଳିଳା ନଗଦ ୫ କୋଟି, ଦାମୀ କାର ଓ ପୁଳାପୁଳା ସୁନା।
ଜିଲ୍ଲା ସ୍ତରୀୟ ପେନସନ ଅଦାଲତରେ ୧୯୩ ପେନସନ କେଶ୍ ସମୀକ୍ଷା l
ଖୋର୍ଦ୍ଧା ଜିଲ୍ଳା ପ୍ରଶାସନ ପକ୍ଷରୁ ଦୀପାବଳୀ (ଦୀୱାଲୀ) ଷ୍ଟଲ୍ ଉଦ୍ଘାଟିତ l