ଖୋର୍ଦ୍ଧା, “ଆମ ଓଡ଼ିଶା ଖବର” ୩୧ ଅଗଷ୍ଟ ରବିବାର ଦିନ ଶ୍ରୀ ରାଧା ଅଷ୍ଟମୀ ରେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ୍ ତରଫରୁ ଶ୍ରୀ ଚୈତନ୍ଯ ବିହାର ଠାରେ, ଶ୍ରୀ ଗୌର ଜଗନ୍ନାଥ ମନ୍ଦିର ପରିସରରେ ଶ୍ରୀ ରାଧା ଅଷ୍ଟମୀ ଉପଲକ୍ଷେ, ମଧ୍ୟାହ୍ନରେ ଶ୍ରୀରାଧା ପ୍ରମୋଦ ବିହାରୀ ଙ୍କୁ ଅଭିଷେକ କରଯାଇ ଶ୍ରୀରାଧା ସହସ୍ର ନାମ ସ୍ତୋତ୍ର ପାଠ କରାଯିବା ସହ ଶ୍ରୀମଦ୍ ରୂପ ଗୋସ୍ବାମୀ ବୀରଚିତ ସଂକୃତ ” ଚାଟୁ ପୁଷ୍ପାଞ୍ଜଳୀ “(ଶ୍ରୀରାଧା ସ୍ତବ) ଏବଂ ଆମ ଓଡିଶାର ବାବଜୀ ବୈଷ୍ଣବ ଚରଣ ଦାସ ତାର ଓଡ଼ିଆ ଅନୁବାଦ ଯାହା କରିଛନ୍ତି ତାହା ଆସୋସିଏସନ୍ ପକ୍ଷରୁ ଶ୍ରୀ ଅଶୋକ ରଣା ଙ୍କ ବିଶେଷ ଆଗ୍ରହରେ ପ୍ରକାଶ କରାଯାଇ ଲୋକାର୍ପିତ ହେବସହ ଉକ୍ତ ଗ୍ରନ୍ଥ ଟିକୁ ସାମୁହିକ ପାରାୟଣ୍ କରାଗଲା। ପଣ୍ଡିତ ଗୋପବନ୍ଧୁ ପଣ୍ଡା ଓ ଜାନକୀ ବଲ୍ଲଭ ପଟ୍ଟନାୟକ ଶ୍ରୀ ରାଧା ତତ୍ଵ ସମ୍ବଦ୍ଧରେ ଆଲୋଚନା କରିଥିଲେ। ଶେଷରେ ଗୌର ବିହିତ ସଙ୍କିର୍ତନ୍ କରା ଯାଇଥିଲା। ସମସ୍ତଙ୍କୁ ପ୍ରସାଦ ବିତରଣର ବେବସ୍ଥା କରାଯାଇ ଥିଲା। ଏହି କର୍ୟ୍ଯକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀ ବୋଧାୟନ ମହାରାଜ, ଅନନ୍ତ ହରି ବାବା, ବ୍ରଜ ବାବା, ଯୁଧିଷ୍ଠିର ଛୁଆଳ ସିହ, ଜୋଗେସ୍ଵର ସୀଂହ, ଜଗଦୀଶ ପ୍ରସାଦ ପଟ୍ଟନାୟକ, ରୁବି ପଣ୍ଡା, ବନ୍ଦୀତା ରାଣୀ ପଟ୍ଟନାଯକ, ଶକ୍ତି ରଞ୍ଜନ ମତଗଜ, ଅନିଲ ରଣା, ଗଗନ ପୃସ୍ଟି, ମିନା ପଣ୍ଡା ଆଦି ଯୋଗ ଦେଇଥିଲେ। ଆସୋସିଏସନ୍ ସମ୍ପାଦକ ଶ୍ରୀ ଜୟ ନାରାୟଣ ପଟ୍ଟନାଯକ ଆଲୋଚନା ଚକ୍ରର ସଜୋଜନା କରିଥିଲେ। କୃପାସିନ୍ଧୂ ପ୍ରଭୁ ଧନ୍ୟବାଦ ଅର୍ପଣ କରିଥିଲେ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।
More Stories
ଲାଞ୍ଚ ନେଇ ଆଇପିଏସ୍ ଧରାପଡ଼ିବା ଘଟଣା: ମିଳିଳା ନଗଦ ୫ କୋଟି, ଦାମୀ କାର ଓ ପୁଳାପୁଳା ସୁନା।
ଜିଲ୍ଲା ସ୍ତରୀୟ ପେନସନ ଅଦାଲତରେ ୧୯୩ ପେନସନ କେଶ୍ ସମୀକ୍ଷା l
ଖୋର୍ଦ୍ଧା ଜିଲ୍ଳା ପ୍ରଶାସନ ପକ୍ଷରୁ ଦୀପାବଳୀ (ଦୀୱାଲୀ) ଷ୍ଟଲ୍ ଉଦ୍ଘାଟିତ l