ରାୟଗଡା ଜିଲ୍ଲା (ଆମ ଓଡିଶା ଖବର ):-ଅଦ୍ୟ ତା.୦୧.୦୯.୨୦୨୫ ରିଖ ରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ପାରା ଲିଗାଲ୍ ଭଲ୍ୟୁଣ୍ଟର ଶ୍ରୀମତି କୁମାରୀ ବାଡତ୍ୟା ଜଣେ ନିରାଶ୍ରୟ ମହିଳା କୁମାରୀ ନାଏକ, ସ୍ୱାମୀ-ଜନସେନ ନାୟକ, ନୂଆ ସାହି, ଜେ.ଏସ୍.କୋ, ରାୟଗଡା ଙ୍କୁ ଠାବ କରି ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଙ୍କର ହସ୍ତଗତ କରିଥିଲେ I ଉକ୍ତ ମହିଳା ଜଣକ ନିଜର ରହିବା, ଖାଇବା ଓ ନିଜର ଅସୁବିଧା କଥା ଲେଖି ଜଣାଇବା ସହିତ ସ୍ନେହା ସ୍ୱଧାର ଗୃହରେ ତାଙ୍କୁ ରହିବାର ବ୍ୟବସ୍ଥା କରାଇଦିଆଗଲେ ସେ ସୁରକ୍ଷିତ ମନେ କରିବେ ବୋଲି ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଙ୍କୁ କହିଥିଲେ I ଏହାପରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ର ନିର୍ଦ୍ଦେଶ କ୍ରମେ ପାରା ଲିଗାଲ୍ ଭଲ୍ୟୁଣ୍ଟର ଶ୍ରୀମତି କୁମାରୀ ବାଡତ୍ୟା ଙ୍କ ସହାୟତାରେ ଉକ୍ତ ମହିଳାଙ୍କୁ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ରାୟଗଡା ସ୍ଥିତ ସ୍ନେହା ସ୍ୱଧାର ଗୃହରେ ଅବସ୍ଥାପିତ କରାଯାଇଛି I
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।


More Stories
କାଶୀପୁର ବ୍ଲକ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ …
ରାୟଗଡ଼ା ଜିଲ୍ଲା ପ୍ରଶାସନ ଓ ‘ସ୍ପର୍ଶ’ (ଜେ.କେ. ପେପର୍ ମିଲ୍ ସି.ଏସ.ଆର) ର ମିଳିତ ଆନୁକୂଲ୍ୟରେ ‘ଯୁବ ସମ୍ବଳ କେନ୍ଦ୍ର’ ଉଦଘାଟିତ।
ଆତ୍ମରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ।