କେନ୍ଦ୍ରାପଡ଼ା (ଆମ ଓଡିଶା ଖବର) 21/02କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ରାଧାରାଣୀ ମଣ୍ଡପରେ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ଓ ଲେଖାଲେଖି ଆୟୋଜିତ ଦିବ୍ୟଦର୍ଶି ଦିବାକର, ସ୍ବର୍ଗତ ଦିବାକର ବିଶ୍ଵାଳଙ୍କ ୯୬ତମ ଜନ୍ମୋତ୍ସବ ପାଳିତ ହୋଇ ଯାଇଛି। ଲେଖାଲେଖି ର ସମ୍ପାଦକ ଶ୍ରୀ ପ୍ରଦୀପ୍ତ କୁମାର ବେହୁରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜନଗର ପୂର୍ବତନ ବିଧାୟକ ଶ୍ରୀ ଅଲେଖ ଜେନା ମୁଖ୍ୟ ଅତିଥି, ନାଟ୍ୟକାର ଗୋଲକ ମହାରଣା ମୁଖ୍ୟ ବକ୍ତା, ଅନ୍ୟତମ ଅତିଥି ଭାବେ କଥାକାର ଶ୍ରୀ ପ୍ରଦୀପ ନାୟକ, ଶିକ୍ଷାବିତ୍ କଣ୍ଡୁରି ଚରଣ ସ୍ୱାଇଁ,କବି ସୁଚିତ୍ର ବେହୁରା, ଶିକ୍ଷାବିତ୍ ଶ୍ରୀ ସୁରେଶ କୁମାର ଜେନା,ବିଜୟ ସାହୁ, ସରୋଜ ମଲ୍ଲିକ, ଶିକ୍ଷୟିତ୍ରୀ ବନଜା ପାତ୍ର ପ୍ରମୁଖ ଯୋଗ ଦେଇ ପଟ୍ଟାମୁଣ୍ଡାଇ ର ବରପୁତ୍ର ସାରସ୍ଵତ ସାଧକ ସ୍ବର୍ଗତ ଦିବାକର ବିଶ୍ଵାଳଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ସ୍ବର୍ଗତ ଦିବାକର ବିଶ୍ଵାଳଙ୍କ ବହୁମୁଖୀ ପ୍ରତିଭାର ଉଦାହରଣ ଦେଇ ତାଙ୍କ ହାତ ଗଢା ବିଭିନ୍ନ ଅନୁଷ୍ଠାନ, ଯଥା କସ୍ତୁରୀ କଳା ନିକେତନ, ଚେତନା ସାହିତ୍ୟ ସଂସଦ ଇତ୍ୟାଦି କିପରି ଆଗକୁ ଭଲ ଭାବରେ ପରିଚାଳିତ ହେବ ତାହା ଉପରେ ଅତିଥି ମାନେ ନିଜର ବକ୍ତବ୍ୟ ରଖିଥିଲେ। କସ୍ତୁରୀ କଳା ନିକେତନ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଆବହାନୀ ସଙ୍ଗୀତ ପରିବେଷଣ କରା ଯାଇଥିଲା, ଏହି ଉତ୍ସବରେ ପଟ୍ଟାମୁଣ୍ଡାଇ ଅଞ୍ଚଳର ବହୁ ବିଜ୍ଞ, ଜ୍ଞାନୀ ଗୁଣୀ ବ୍ୟକ୍ତି ଯୋଗ ଦେଇ ଥିଲେ।
କେନ୍ଦ୍ରାପଡ଼ା ରୁ ନରେନ୍ଦ୍ର ଧଳଙ୍କ ରିପୋର୍ଟ ଆମ ଓଡିଶା ଖବର l


More Stories
ସାଙ୍କୁଡ଼ା ଧବଳେଶ୍ୱର ଠାରେ ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ସମାବେଶ l
ରାୟ ରାମାନନ୍ଦଙ୍କ ତିରୋଭାବ୍ ପାଳିଲେ ଶ୍ରୀଚୈତନ୍ଯ ରିସର୍ଚଆସୋସିଏସନ।
ଯୁକ୍ତ ତିନି ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା l