ବେଗୁନିଆପଡା, (ଆମ ଓଡିଶା ଖବର):ସୋମବାର ଦିନ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ଅନ୍ତର୍ଗତ ଏସ. ଛଚିନା ଗ୍ରାମ ପଞ୍ଚାୟତ ପରିସରରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ କୋଦଳା ତହସିଲଦାର ତଥା ବେଗୁନିଆପଡ଼ା ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସସ୍ମିତା ଶତପଥି, ବେଗୁନିଆପଡ଼ା ଥାନା ଅଧିକାରୀ ଭଗବାନ ପୂଜାରୀ, ସି ଡି ପି ଓ ନୀଳିମା ଟପ୍ପୋ, ବ୍ଳକ୍ ଗୋଷ୍ଠୀ ଶିକ୍ଷାଧିକାରୀ ରୁଦ୍ର ନାରାୟଣ ସାହୁ,ସ୍ୱାସ୍ଥ୍ୟ ଅଧିକାରୀ ଆଦିତ୍ୟ ପ୍ରସାଦ ସାହୁ,ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ସାହୁ , ଜଳ ଓ ପରିମଳ ସହକାରୀ ଯନ୍ତ୍ରୀ ମମତା ପଣ୍ଡା, ଯନ୍ତ୍ରୀ ଶୁଭଶ୍ରୀ ମହାରଣା, ଭାରପ୍ରାପ୍ତ ବ୍ଳକ୍ ସାମାଜିକ ସୁରକ୍ଷା ଅଧିକାରୀ ଦୁର୍ଗା ପ୍ରସାଦ ପଣ୍ଡା, କନିଷ୍ଠ ଯନ୍ତ୍ରୀ ବାଣୀଶ୍ରୀ ଦେବି , ଯୋଗାଣ ଅଧିକାରୀ,କୃଷି ବିଭାଗ ଅଧିକାରୀ, ଉଦ୍ୟାନ ବିଭାଗ ଅଧିକାରୀ , ମୃତ୍ତିକା ସଂରକ୍ଷଣ ବିଭାଗ ଅଧିକାରୀ, କ୍ଷୁଦ୍ର ଜଳସେଚନ ବିଭାଗ ଅଧିକାରୀ,ମତ୍ସ୍ୟ ଓ , ବିଦ୍ୟୁତ୍ ବିଭାଗ ଅଧିକାରୀ ସମେତ ଅନ୍ୟାନ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହିବା ସହ ଅଭିଯୋଗ ଶୁଣାଣୀ କରିଥିଲେ । ଏଥିରେ ଏସ. ଛଚିନା ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ସେଠୀ, ସମିତି ସଭ୍ୟ ବୁଦ୍ଧିଆ ଦାଶ ,ପି ଇ ଓ ସନ୍ତୋଷ ଭୋଇ ଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ । ଏଥିରେ ସମୁଦାୟ 76 ଗୋଟି ଅଭିଯୋଗ ହୋଇଥିଲା । ସେଥିମଧ୍ୟରୁ ଆବାସ ଯୋଜନା, ଭତ୍ତା, ରାସନ କାର୍ଡ,ବିଦ୍ୟୁତ, ମେଡିକାଲ , ନରେଗା, ଜଳ ପରିମଳ ଅଭିଯୋଗ ହୋଇଥିଲା ।
ରିପୋର୍ଟ :ଦେବାଶିଷ ମହାରଣା
More Stories
ଭୋଟ ଚୋରୀ ବିରୁଦ୍ଧରେ କଂଗ୍ରେସର ଦସ୍ତଖତ ଅଭିଯାନ
ଜିଲ୍ଲା ଡେଫ ଏବଂ ଡମ ସଂଘ ତରଫରୁ ବାର୍ଷିକ ଉତ୍ସବ ଅନୁଷ୍ଠିତ l
ପୋଖରୀରେ ବୁଡି ବୃଦ୍ଧ ମୃତ୍ୟୁ