
ଖୋର୍ଦ୍ଧା, “ଆମ ଓଡ଼ିଶା ଖବର” ୨୪ ଅଗଷ୍ଟ ଦିନ ଛଣଗିରି ସାଇ ସୋନୁ ଅଳଙ୍କାର ଦୋକାନରୁ ଲୁଟେରା ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କାର ସୁନା ରୁପା। ପୋଲିସ ନିକଟକୁ ଅଭିଯୋଗ ଆଣିଥିଲେ ଅରୁନ୍ଧତୀ ସାହୁ। ଏହି ରାକେଟର ପର୍ଦ୍ଦାଫାଶ ପାଇଁ ଏକ ମିଳିତ ଟିମ୍ କେନ୍ଦ୍ରାଞ୍ଚଳ ଡିଆଇଜି ଡଃ ସତ୍ୟଜିତ ନାୟକ ତତ୍ତ୍ବାବଧାନରେ, ଖୋରଧା ଏସପି ବିବେକାନନ୍ଦ ଶର୍ମା, ଅତିରିକ୍ତ ଏସପି ଶ୍ରୀନିବାସ ମହନ୍ତିଙ୍କ ନେତୃତ୍ୱରେ ଏସଡିପିଓ, ଖୋରଧା, ବାଲୁଗାଁ, ଜଂକିଆ, ସଦର, ନିରାକାର ପୁର, ବାଲୁଗାଁ, ବାଣପୁର ଟାଙ୍ଗି ଓ ଖୋରଧା, ନୟାଗଡ, କଟକ, ପୁରୀ ଜିଲ୍ଲାର ସ୍ପେସିଆଲ ସ୍କ୍ୱାର୍ଡ ଗଠନ କରାଯାଇ ଛାନଭିନ କରିଥିଲେ। ଲୁଟ ଘଟଣାରେ ଚାରି ଅଭିଯୁକ୍ତଙ୍କ ସହ ସେମାନଙ୍କ ଠାରୁ ୯୦୦ଗ୍ରାମ ସୁନା, ୨୩୬୩ ଗ୍ରାମ ରୂପେ, ୯.୪୫ ଲକ୍ଷ ଟଙ୍କା, ଗୋଟେ ଦେଶୀ ବନ୍ଧୁକ ସହ ଭୁଜାଲି ଜବତ କରିଛି ପୋଲିସ ଟିମ୍। ଅଭିଯୋଗରେ ଶ୍ରୀମତୀ ସାହୁ ଦର୍ଶାଇଥିଲେ ୧୧.୫୦୦ ଗ୍ରାମ ସୁନା , ୫କେଜି ରୂପା ଯାହାର ମୂଲ୍ୟ ୧୧କୋଟି ୫୫ ଲକ୍ଷ ଟଙ୍କା। ଏହି ଲୁଟେରା ଗ୍ୟାଙ୍ଗ ରେ ୧୦ ଜଣ ସଂପୃକ୍ତ ଥିଲେ। ସେମାନଙ୍କ ମଧ୍ୟରୁ ୮ଜଣ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଠାରୁ ୯୦୦ଗ୍ରାମ ସୁନା, ୨୩୬୩ ଗ୍ରାମ ରୂପେ, ୯.୪୫ ଲକ୍ଷ ଟଙ୍କା, ଗୋଟେ ଦେଶୀ ବନ୍ଧୁକ ସହ ଭୁଜାଲି ଜବତ କରିଛି ପୋଲିସ। ଅଳଙ୍କାର ଦୋକାନ ଲୁଟୁ ଘଟଣାର ସଫଳତା ପାଇଁ ସହଯୋଗ କରିଥିବା ଏସପି ନୟାଗଡ, କଟକ ( ଗ୍ରାମାଞ୍ଚଳ) , ପୁରୀ ଓ ଡିସିପି, ୟୁପିଡି କଟକ ଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରାଞ୍ଚଳ ଡିଆଇଜି ଡଃ ସତ୍ୟଜିତ ନାୟକ ।

ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।
More Stories
ଲାଞ୍ଚ ନେଇ ଆଇପିଏସ୍ ଧରାପଡ଼ିବା ଘଟଣା: ମିଳିଳା ନଗଦ ୫ କୋଟି, ଦାମୀ କାର ଓ ପୁଳାପୁଳା ସୁନା।
ଜିଲ୍ଲା ସ୍ତରୀୟ ପେନସନ ଅଦାଲତରେ ୧୯୩ ପେନସନ କେଶ୍ ସମୀକ୍ଷା l
ଖୋର୍ଦ୍ଧା ଜିଲ୍ଳା ପ୍ରଶାସନ ପକ୍ଷରୁ ଦୀପାବଳୀ (ଦୀୱାଲୀ) ଷ୍ଟଲ୍ ଉଦ୍ଘାଟିତ l