ରିପୋର୍ଟ ଞାନ ରଞ୍ଜନ ଦାଶ
ନିର୍ବାଚନ ପୂର୍ବରୁ ଖୋର୍ଦ୍ଧା(ଓଡ଼ିଶା ଆମ ଖବର)ଅବକାରୀ ବିଭାଗକୁ ମିଳିଛି ସଫଳତା।ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ବେଗୁନିଆ ଥାନା ଓ ଖୋର୍ଦ୍ଧା ସଦର ଥାନା ଅଂଚଳରେ ଅତର୍କିତ ଚଢ଼ାଉ କରି ବିପୁଳ ପରିମାଣର ମଦ ଜବତ କରିବାରେ ସଫଳ ହୋଇଛନ୍ତି।ବେଗୁନିଆ ଥାନା ବରପଦା ଜଂଗଲରେ ମଦ ମାଫିଆ ମାନେ ଦେଶୀ ମଦ ରାନ୍ଧି ବାହାରକୁ ଚାଲାଣ କରୁଥିବା ଅବକାରୀ ବିଭାଗ ପାଖରେ ସୂଚନା ଥିଲା।ଅବକାରୀ ବିଭାଗ ପକ୍ଷରୁ ଆଜି ଅତର୍କିତ ଚଢ଼ାଉ କରାଯାଇଥିଲା ଅବକାରୀ ବିଭାଗ ଚଢ଼ାଉ ଦେଖି ମାଫିଆମାନେ ଜଂଗଲ ମଧ୍ୟରେ ଖସି ପଳାଇଥିଲେ।ଅବକାରୀ ବିଭାଗ ପୋଲିସ ଘଟଣା ସ୍ଥଳରୁ ବିପୁଳ ପରିମାଣର ମଦ ଓ ମଦ ତିଆରିରେ ବ୍ୟବହୃତ ସାମଗ୍ରୀ ଜବତ କରିଥିବା ଖୋର୍ଦ୍ଧା ଅବକାରୀ ବିଭାଗ ଥାନା ଅଧିକାରୀ ସୂଚନା ଦେଇଛନ୍ତି।
More Stories
Dr. B. Bipin Bihari Mishra was awarded the Odisha Seva Ratna award.
ବେଗୁନିଆ ତହସିଲଦାର ଅଫିସରେ ଭିଜିଲାନ୍ସ ଚଢ଼ାଉ, ଧରାହେଲା ମହିଳା ଡାଟାଏଣ୍ଟ୍ରି ଅପରେଟର।
ମହିଳାଙ୍କୁ କାର୍ କିଣି ଦେବେ ଓଡ଼ିଶା ସରକାର।