
ବାଣପୁର (ଆମ ଓଡ଼ିଶା ଖବର ) ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଧିନସ୍ଥ ଗମ୍ଭାରୀମୁଣ୍ଡା ବଜାର ଠାରେ ଆରାଧ୍ୟା ଠାକୁରାଣୀ ମା ଆଙ୍କୁଲେଇଶ୍ବରୀଙ୍କର ଅଶୋକାଷ୍ଟମୀ ଯାତ୍ରା ଗତ ମଙ୍ଗଳବାର ଠାରୁ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି। ମା ଆଙ୍କୁଲେଇଶ୍ବରୀ ଙ୍କ ଆମନ୍ତ୍ରଣକ୍ରମେ ଶ୍ରୀ ଶ୍ରୀ ବାବା ଗାଦିଶ୍ୱର ଦେବ , ଶ୍ରୀ ଶ୍ରୀ ପତିତପାବନ ଦେବ, ମା ବ୍ରାହ୍ମଣୀ ଦେବୀ ଙ୍କୁ ସାଙ୍ଗରେ ଧରି ଯାତ୍ରା ପଡିଆ ମଧ୍ୟରେ ଉଦ୍ଧିଷ୍ଟ ମଣ୍ଡପରେ ଆସନ ଗ୍ରହଣ କରିଥିଲେ I
ଗମ୍ଭାରୀମୁଣ୍ଡା ଗ୍ରାମରୁ ବାହାରି ଗମ୍ଭାରୀମୁଣ୍ଡା ବଜ଼ାର ଶେଷପର୍ଯ୍ୟନ୍ତ ଯାତ୍ରା ପରିକ୍ରମା ଅବସରରେ ସମସ୍ତ ଦେଵାଦେଵୀ ସୁସଜ୍ଜିତ ବିମାନରେ ବିଜେ ହୋଇ ପାଟପଟୁଆର ରୋଷଣୀ ମଧ୍ୟରେ ଆସୁଥିବା ବେଳେ ରଙ୍ଗ ବେରଙ୍ଗ ଆଲୋକ ମାଳ ଘୋଡା ନାଚ ବାଘ ନାଚ ଶଙ୍ଖ ଓ ତୁରୀ ମହୁରୀ ହରିବୋଲ ହୁଳହୁଳି ଧ୍ୱନି ରେ ପରିବେଶ କୁ ଆଧ୍ୟାତ୍ମିକ ହୋଇ ଉଠିଥିଲା I

ଗତ ମଙ୍ଗଳବାର ରାତ୍ରରୁ ଭକ୍ତଙ୍କ ଭିଡ଼ ଲାଗି ରହିଥିବାବେଳେ ରାତ୍ର ଏଗାର ଘଣ୍ଟିକା ସମୟରେ ରାମ ନାଟକ ପରିବେଷଣ ସହିତ ବୁଧବାର ସଂସୃତିକ କାର୍ଯ୍ୟକ୍ରମ ର ଆସର ଜମିଥିଲା। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଲୋକମାନଙ୍କ ପାଇଁ ପାନୀୟଜଳ ବିତରଣ କେନ୍ଦ୍ର ଖୋଲାଯାଇ ଜଳ ଦାନ କରାଯାଇଥିଲା I ସଂନ୍ଧ୍ୟା ସମୟରେ ଗମ୍ଭାରୀମୁଣ୍ଡା ଗ୍ରାମବାସୀ ତଥା ଯୁବଗୋଷ୍ଟି ଙ୍କ ଦ୍ୱାରା ମେଳନ ଯାତ୍ରା ସମାପନ ହୋଇଥିଲା। ବହୁ ସଂଖ୍ୟା ରେ ଭିଡ ସମାଗମକୁ ଦେଖି ପୋଲିସ ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା I
More Stories
ରାଜା ୱେଲଫ୍ୟାର ଟ୍ରଷ୍ଟ ପକ୍ଷରୁ ସୁଖିଲା ଖାଦ୍ୟ ବଣ୍ଟନ l
ଜମାକାରୀଙ୍କ ଟଙ୍କା ଫେରସ୍ତ ନେଇ ସାମ୍ବାଦିକ ସମ୍ମିଳନୀ କଲା ରାଜ୍ୟ ଓ ଜି.ଏଲ.ପି କ୍ଷତିଗ୍ରସ୍ତ ଜମାକାରୀ ସଂଘ ।
ସମାଜସେବୀ ମହମ୍ମଦ ଅକ୍ତର ଙ୍କ ପରଲୋକ l