ଜଟଣୀରେ ଚୋରା ଗଞ୍ଜେଇ ବେବସାଇକୁ ଧରିଲେ ଜଟଣୀ ପୋଲିସ।

ଜଟଣୀ “ଆମ ଓଡ଼ିଶା ଖବର” ୦୪ ସେପ୍ଟେମ୍ବର ୨୦୨୫,
ବିସୟ, ଜଟଣୀ ପିଏସ କେସ୍ ନଂ ୪୧୫ ତା ୦୪ ସେପ୍ଟେମ୍ବର ୨୦୨୫, ଇୟୁ ଏସ୍-୨୦ ପିସ୍ (ବି)(ii)(ବି) ଏନଡିପିଏସ ଧାରା। ପିଓ ଅଭିଯୁକ୍ତର ଦୋକାନ ଜଟଣୀ ପୌର ଛକ, ଥାନା ଜଟଣୀ। ଭୁବନେଶ୍ବର ୟୁପିଡି, ଘଟଣାର ମୁଖ୍ଯ ଖବର।
କୌଣସି ବିଶ୍ଵସ୍ତ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ଜଟଣୀ ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ଥାନାର ଏକ ସ୍ପେଶାଲ ଟିମ୍ ମ୍ୟୁନିସିପାଲିଟି ଛକ ନିକଟରେ ଥିବା ଅଭିଯୁକ୍ତଙ୍କ ଦୋକାନ ଘରେ ଅତର୍କିତ ଚଢଉ କରିଥିଲେ। ଅଭିଯୁକ୍ତ ସର୍ବସାଧାରଣରେ ବେଆଇନ ଗଞ୍ଜେଇ ବିକ୍ରି କରିବା ଅଭିଯୋଗରେ ଅଭିଯୁକ୍ତ ସୁକାନ୍ତ ଦାସଙ୍କୁ ଧରିଥିଲେ। ଛାନଭିନ ସମୟରେ ପୁଲିସ ଅଭିଯୁକ୍ତ ସୁକାନ୍ତଙ୍କ ହେପାଜତରୁ ୧.୧ କେଜି ଓଜନର ଗଞ୍ଜେଇ ଏବଂ ୧,୦୦୦ ଟଙ୍କା ଜବତ କରିଥିଲେ। ପଚରାଉଚରା ବେଳେ, ଅଭିଯୁକ୍ତ ନିଜ ଦୋକାନ ଘରେ ଏହି ବେଆଇନ ଗଞ୍ଜେଇ ବ୍ୟବସାୟ ନେଇ ନିଜର ଅପରାଧ ସ୍ଵୀକାର କରିଥିଲା। ଏହି ଘଟଣାକୁ କେନ୍ଦ୍ରକରି ଜଟଣୀ ଥାନା ପୁଲିସ ଏକ ବେଆଇନ ଗଞ୍ଜେଇ ବିକ୍ରି ଜନିତ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ସୁକାନ୍ତ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।
ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି। ଅଭିଯୁକ୍ତର ସମ୍ପୂର୍ଣ୍ଣ ଠିକଣା, ସୁକାନ୍ତ ଦାସ ବୟସ ୪୫, ପିତା ମୃତ ବଳଭଦ୍ର ଦାସ, ଘର ଅନ୍ଦରସିଙ୍ଗ୍, ଥାନା କଣାସ, ଜିଲ୍ଲା ପୁରି, ଜବତ ଗଞ୍ଜେଇ ୧.୧ କିଲୋ, ମୋଟ ଟଙ୍କା ୧,୦୦୦ ଜବତ।
ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ବାସ କରୁଥିବା ଜନସାଧାରଣମାନେ ଗଞ୍ଜେଇ ବା ବ୍ରାଉନ ସୁଗାର ଭଳି ମାରାତ୍ମକ ନିଶା କାରବାର ସମ୍ପର୍କରେ ସୂଚନା ପ୍ରଦାନ କରିବା ନିମନ୍ତେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ହ୍ଵାଟ୍ସଆପ ନମ୍ବର- ୭୦୭୭୭୯୮୧୧୧ ଜାରି କରାଯାଇଛି।

ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।

error: Content is protected !!