ଜଟଣୀ “ଆମ ଓଡ଼ିଶା ଖବର”ପୁସ୍ତକ ମେଳାର ସପ୍ତମ ତ୍ରିବାର୍ଷିକ ସାମ୍ବିଧାନିକ ସମ୍ମେଳନ ୨୦୨୫. ୬ ସେପ୍ଟେମ୍ବର ୨୦୨୫ ଶନିବାର ଦିନ ଶ୍ରୀଯୁକ୍ତ ଜବାହର ଲାଲ ସୁବୁଦ୍ଧିଙ୍କ ସଭାପତିତ୍ବରେ ଉତ୍ତରାୟଣୀ ବାଳିକା ବିଦ୍ୟାଳୟ, ଜଟଣୀ ଠାରେ ଅନୁଷ୍ଠିତ ହୋଇଯାଇଅଛି। ସମ୍ପାଦକ ଶ୍ରୀଯୁକ୍ତ ଅକ୍ଷୟ କୁମାର ମହାନ୍ତି ସମ୍ପାଦକୀୟ ବିବରଣୀ ପାଠ କରିବା ସହ ଆୟବ୍ୟୟର ସମୀକ୍ଷା କରିଥିଲେ। ତ୍ରୟୋବିଂଶ ଜଟଣୀ ପୁସ୍ତକ ମେଳା ନଭେମ୍ବର ମାସ ଶେଷ ସପ୍ତାହରେ ଟାଉନ୍ ହଲ୍ ସ୍ରଷ୍ଟା ଠାରେ ଅନୁଷ୍ଠିତ ହେବାର ନିଷ୍ପତ୍ତି ନିଆଗଲା। ନୂତନ କାର୍ଯ୍ୟକର୍ତ୍ତା ମନୋନୟନ ହୋଇଥିଲା। ସଭାପତି ଭାବରେ ପ୍ରଫେସର ଅମରେନ୍ଦ୍ର ନାରାୟଣ ଷଡଙ୍ଗୀ, କାର୍ଯ୍ୟକାରୀ ସଭାପତି ଜବାହର ଲାଲ ସୁବୁଦ୍ଧି, ଉପସଭାପତି ରୋଟାରୀୟାନ ଅବନୀ କୁମାର ରାଉତରାୟ, ଓ ସୁନୀଲ କୁମାର ରାଉତରାୟ, ସମ୍ପାଦକ ଶ୍ରୀ ଅକ୍ଷୟ କୁମାର ମହାନ୍ତି, ଯୁଗ୍ମ ସମ୍ପାଦକ ଡ: ଶଶି ରଥ, ଏବଂ ଅଧ୍ୟାପକ ସୁଶାନ୍ତ କୁମାର ରାଉତରାୟ, କୋଷାଧ୍ୟକ୍ଷ ଶ୍ରୀ କ୍ଷୀରୋଦ କୁମାର ନନ୍ଦ, କାର୍ଯ୍ୟକାରୀ ସଭ୍ୟ ଭାବରେ
ଶ୍ରୀ ପଦ୍ମନାଭ ପାଣିଗ୍ରାହୀ, ବ୍ରଜବନ୍ଧୁ ନାୟକ, ଡ: ସ୍ନିଗ୍ଧା ରାଣୀ ସ୍ୱାଇଁ, ଭବାନୀ ଶଙ୍କର ମହାପାତ୍ର, ସାମ୍ବାଦିକ ରବି ସ୍ୱାଇଁ, ଡ: ବେଣୁଧର ଦାସ, ବରିଷ୍ଠ ନାଗରିକ ସଚିଦାନନ୍ଦ ପଟ୍ଟନାୟକ
ଡ: ସୁକାନ୍ତି ମହାପାତ୍ର, ଅଧ୍ୟାପିକା ଆରତି ସେନ୍, ଅଙ୍କିତା ଶର୍ମା ଅନ୍ତର୍ଯ୍ୟାମୀ ପ୍ରଧାନ, ଦେବରାଜ ପ୍ରଧାନ ଶ୍ରୀ ଆଦି ନରୟାଣ ଖଣ୍ଡୁଆଳ, ଉପଦେଷ୍ଟା ଭାବରେ ପ୍ରଫେସର ଧ୍ରୁବ ଚରଣ ରାୟସିଂହ ପାଇକରାୟ, ସୀତାକାନ୍ତ ଶତପଥୀ, କୁମାରମୋହନ ମହାନ୍ତି, ନଟବର ସ୍ୱାଇଁ ମନୋନୀତ ହୋଇଥିଲେ। ଶ୍ରୀ ଯୁକ୍ତ କୁମର ମୋହନ ମହାନ୍ତିଙ୍କ ରଚିତ ପୁସ୍ତକ ଆବେଗ ଉନ୍ମୋଚନ ହୋଇଥିଲା। ଶ୍ରୀ ତ୍ରିନାଥ ସାମନ୍ତରାୟ ଏଥିରେ ସଂଯୋଜନା କରିଥିଲେ। ଶେଷରେ ଶ୍ରୀ ପଦ୍ମନାଭ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ବିକାଶ ପରିଷଦ ଶିଶୁ ମନ୍ଦିର ର ବାର୍ଷିକ ଉତ୍ସବ ଅନୁଷ୍ଠିତ l
ଶ୍ରୀଚୈତନ୍ଯ ରିସର୍ଚ ଆସୋସିଏସନ ପକ୍ଷରୁ ଆଲୋଚନାଚକ୍ର।
ବାର୍ଷିକପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ l