ଖୋର୍ଦ୍ଧା,୮/୯:- ଖୋର୍ଦ୍ଧା ଜିଲ୍ଲା ଶିଳ୍ପାଂଚଳ ଥାନା ପୁଲିସ ମଠସାହି ଜାଗେଶ୍ୱରୀ ମନ୍ଦିର ନିକଟରେ ଚଢଉ କରି ଜଣେ ବେପାରୀ ସମେତ ୩ଜଣଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ଖୋର୍ଦ୍ଧା ପୁଲିସ ୪୨.୨୧ଗ୍ରାମ ବ୍ରାଉନସୁଗର ସମେତ ନଗଦ ସାଢେ ୪ହଜାର ଟଙ୍କା, ଦୁଇଟି ମୋବାଇଲ ଫୋନ୍ ଏବଂ ଆକ୍ଟିଭା ସ୍କୁଟି କୁ ପୁଲିସ ଜବତ କରିଛି । ଜବତ ବ୍ରାଉନସୁଗର ର ମୂଲ୍ୟ ୪ଲକ୍ଷ ୨୦ହଜାରରୁ ଉର୍ଦ୍ଧ ହେବ ବୋଲି ଥାନା ପରିସରରେ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ଏସପି ବିବେକାନନ୍ଦ ଶର୍ମା ସୂଚନା ଦେଇଛନ୍ତି । ଜିଲ୍ଲା ରେ ବ୍ରାଉନସୁଗରର ମୂଳପୋଛ କରିବା ଲାଗି ପୁଲିସ ପଦକ୍ଷେପ ଜାରୀ ରଖିଛି । ଏନେଇ ବଛାବଛା ଅଧିକାରୀଙ୍କୁ ନେଇ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଥିବା ବେଳେ ଏହି ଟିମ୍ ବିଭିନ୍ନ ସମୟରେ ଅନେକ ସ୍ଥାନରେ ଚଢଉ ଜାରୀ ରଖିଥିବା ଏସପି କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଭାରପ୍ରାପ୍ତ ଏସଡିପିଓ ଅନୀଲ ମହାନ୍ତି, ଭାରପ୍ରାପ୍ତ ଥାନା ଅଧିକାରୀ ବାସୁଦେବ ଜୟସିଂ ପ୍ରମୁଖ ଉପସ୍ଥିତ ଥିଲେ ।
ପ୍ରସନ୍ନ କୁମାର ସ୍ବାଇଁ, ଖୋର୍ଦ୍ଧା
More Stories
ଜିଲ୍ଲା ସ୍ତରୀୟ ପେନସନ ଅଦାଲତରେ ୧୯୩ ପେନସନ କେଶ୍ ସମୀକ୍ଷା l
ଖୋର୍ଦ୍ଧା ଜିଲ୍ଳା ପ୍ରଶାସନ ପକ୍ଷରୁ ଦୀପାବଳୀ (ଦୀୱାଲୀ) ଷ୍ଟଲ୍ ଉଦ୍ଘାଟିତ l
Dr. B. Bipin Bihari Mishra was awarded the Odisha Seva Ratna award.