ଖୋର୍ଦ୍ଧା: ତା 09/08./ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ଅଯୋଧ୍ୟା – ବାରାଣସୀ ବରିଷ୍ଟ ନାଗରିକ ମାନଙ୍କ ତୀର୍ଥଯାତ୍ରା ପର୍ଯ୍ୟଟନ ଅଧିକାରୀ ମୀରା ବେହେରାଙ୍କ ପରିଚାଳନାରେ ଶୁଭାରମ୍ଭ କରାଯାଇଅଛି l ଏହି ଉପଲକ୍ଷେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ବରିଷ୍ଟ ନାଗରିକ ତୀର୍ଥ ଯାତ୍ରା ଯୋଜନା ଗରିବ ଗୁରବା ମାନଙ୍କ ପାଇଁ ଏକ ଅପୂର୍ବ ଯୋଜନା l ଓଡ଼ିଶାର ପରମ୍ପରା ସଂସ୍କୃତି ବାହାର ରାଜ୍ୟ ସହ ଆଦାନ ପ୍ରଦାନ ଏବଂ ଆଧ୍ୟାତ୍ମିକତାର ଦିବ୍ୟ ଅନୁଭୂତି ଏହି ଯୋଜନାର ମୂଳ ଲକ୍ଷ୍ୟ ଅଟେ l ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଟ ନାଗରିକ ତୀର୍ଥ ଯାତ୍ରା ଯୋଜନା ପ୍ରତିବର୍ଷ ଚାଲୁରହିଛି l ଯେଉଁମାନେ ଚଳିତ ବର୍ଷ ଯାଇପାରି ନାହାନ୍ତି ପୁନଶ୍ଚ ସରକାରଙ୍କ ବିଜ୍ଞପ୍ତି ପ୍ରକାଶ ପାଇଲେ ସେମାନେ ଅନ୍ ଲାଇନ୍ ମାଧ୍ୟମରେ ଆବେଦନ କରି ଏହି ତୀର୍ଥ ଭ୍ରମଣର ସୁଯୋଗ ନେଇ ପାରିବେ l ଆଜି ଖୋର୍ଦ୍ଧା ଜିଲ୍ଲାର ୧୬୯ ତୀର୍ଥ ଯାତ୍ରୀ ଯେଉଁ ମାନଙ୍କ ମଧ୍ୟରେ ସହଯୋଗୀ ତୀର୍ଥ ଯାତ୍ରୀ ୦୨ ଜଣ, ଦମ୍ପତି ତୀର୍ଥ ଯାତ୍ରୀ ୭୦ ଜଣ ଏବଂ ଏକକ ତୀର୍ଥ ଯାତ୍ରୀ ୯୭ ଜଣଙ୍କୁ ନେଇ ବସ ଗୁଡ଼ିକ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଠାରୁ ଭୁବେଶ୍ଵରର ରେଳ ଷ୍ଟେସନ ଅଭିମୁଖେ ଯାତ୍ରା ଆରମ୍ଭ କରିଛି l ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିୟମାନୁସାରେ ପ୍ରତ୍ୟେକ ତୀର୍ଥ ଯାତ୍ରୀ ଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଥିଲା l ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ ପ୍ରତ୍ୟେକ ତୀର୍ଥ ଯାତ୍ରୀଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସେମାନଙ୍କର ୬ଦିବସୀୟ ତୀର୍ଥ ଯାତ୍ରା ସଫଳ କାମନା କରି ଆନନ୍ଦ ର ସହ ଖୋର୍ଦ୍ଧା ଫେରିବାକୁ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା ରଖି ଶ୍ରିଫଳ ବାଡେଇ ସବୁଜ ପତାକା ଦେଖାଇ ବସ୍ ଯାତ୍ରାର ଶୁଭାରମ୍ଭ କରିଥିଲେ l ସମସ୍ତ ତୀର୍ଥ ଯାତ୍ରୀ ଙ୍କ ସହାୟତା କାରୀ ଅଧିକାରୀ ମାନେ ସଦାସର୍ବଦା ଜାଗ୍ରତ ରହି ତୀର୍ଥ ଯାତ୍ରୀ ମାନଙ୍କ ଯତ୍ନ ନେଇ ସଫଳ ଭାବେ ଖୋର୍ଦ୍ଧା ଫେରିବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ନିର୍ଦ୍ଦେଶ ଦେଇଥିଲେ l ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ଗୀତାଞ୍ଜଳି ପଣ୍ଡା ଯୋଗଦେଇ ତୀର୍ଥ ଯାତ୍ରୀ ମାନଙ୍କୁ ପ୍ରୋତ୍ସାହିତ କରିଥିଲେ l ଏସ୍କର୍ଟ ଅଫିସର ଭାବେ ନିହାର ରଞ୍ଜନ ମହାନ୍ତି, ବିନୋଦ ଚନ୍ଦ୍ର ବାରିକ, ସଂଗ୍ରାମ କେଶରୀ ଦାସ,ଅଟଳ କୁମାର ଧର୍ମରାଜ୍ ଏବଂ ସତ୍ୟବ୍ରତ ତ୍ରିପାଠୀ ତୀର୍ଥ ଯାତ୍ରା କାର୍ଯ୍ୟ ସମ୍ପାଦନ ନିମନ୍ତେ ନିଯୁକ୍ତି ଦିଆଯାଇଛି l ତୀର୍ଥ ଯାତ୍ରୀ ମାନେ ଆଜି ଭୁବନଶ୍ବରରେ ରାତ୍ରୀ ଯାପନ କରି ଆସନ୍ତା କାଲି ସ୍ଵତନ୍ତ୍ର ଟ୍ରେନ୍ ରେ ଅଯୋଧ୍ୟା ବାରଣାସୀ ଅଭିମୁଖେ ଯାତ୍ରା ଆରମ୍ଭ କରିବେ l ଭୁବନେଶ୍ୱର ଠାରେ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶା ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଯୋଗଦାନ କରି ଅଯୋଧ୍ୟା ବାରଣାସୀ ଟ୍ରେନ୍ ର ଶୁଭାରମ୍ଭ କାର୍ଯ୍ୟକ୍ରମ ରହିଅଛି l ଆଜିର ଏହି କାର୍ଯ୍ୟ କ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ, ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟଳୟ ଏବଂ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଧିକାରୀ ଏବଂ କର୍ମଚାରୀ ଓ ଗଣ ମାଧ୍ୟମ ପ୍ରତିନିଧି ମାନେ ଯୋଗ ଦେଇଥିଲେ l
ପ୍ରସନ୍ନ କୁମାର ସ୍ବାଇଁ, ଖୋର୍ଦ୍ଧା
More Stories
ଜିଲ୍ଲା ସ୍ତରୀୟ ପେନସନ ଅଦାଲତରେ ୧୯୩ ପେନସନ କେଶ୍ ସମୀକ୍ଷା l
ଖୋର୍ଦ୍ଧା ଜିଲ୍ଳା ପ୍ରଶାସନ ପକ୍ଷରୁ ଦୀପାବଳୀ (ଦୀୱାଲୀ) ଷ୍ଟଲ୍ ଉଦ୍ଘାଟିତ l
Dr. B. Bipin Bihari Mishra was awarded the Odisha Seva Ratna award.