ଖୋର୍ଦ୍ଧା(ଆମ ଓଡିଶା ଖବର )-୧୦/୦୯ ଓଡ଼ିଶାରେ ତୃଣମୂଳ ସ୍ତରରୁ କଂଗ୍ରେସ ସଙ୍ଗଠନକୁ ମଝବୁତ କରିବା ପାଇଁ ଏଆଇସିସି ସଭାପତି ମଲିକାର୍ଜୁନ ଖଡ଼ଗେଙ୍କ ନିର୍ଦେଶ ରେ ସଙ୍ଗଠନ କୁ ସୃଦୁଢ କରିବାର ଅଭିଯାନ ଆରମ୍ଭ ହୋଇଛି l ଏହି କ୍ରମରେ ଏଆଇସିସି ତରଫରୁ ଖୋର୍ଦ୍ଧା ସାଙ୍ଗଠନିକ ଜିଲ୍ଲା ପାଇଁ ଗୁଜୁରାଟର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ବିମଲ ଶାହାଙ୍କୁ ଜିଲ୍ଲା ସଭାପତି ଚୟନ ପ୍ରକ୍ରିୟା ନିମନ୍ତେ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି l ଶ୍ରୀ ଶାହା ଗତ ୨ତାରିଖରୁ ୭ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା ସାଙ୍ଗଠନିକ ଜିଲ୍ଲା ଅନ୍ତର୍ଗତ ୫ଟି ବିଧାନସଭାର ୧୧ ଟି ବ୍ଲକ ଗ୍ରସ୍ତକରି ବୁଥ ସ୍ତରୀୟ କାର୍ଯ୍ୟକର୍ତ୍ତା ଙ୍କ ମତାମତ ସଂଗ୍ରହ କରିଛନ୍ତି l ବିଶେଷ ସୂତ୍ରରୁ ପ୍ରକାଶ ଯେ , ଖୋର୍ଦ୍ଧା ଜିଲ୍ଲା ସଭାପତି ଦୌଡରେ, ଜ଼ିଲ୍ଲା ସଂଯୋଜକ ରାଜୀବ ପଟ୍ଟନାୟକ, ବିଧାୟିକା ପ୍ରାର୍ଥୀନୀ ତଥା ରାଜ୍ୟ ମୁଖପାତ୍ର ସୋନାଲି ସାହୁ, ପୂର୍ବତନ ଜ଼ିଲ୍ଲା ସଭାପତି ଜାନକୀ ପଟ୍ଟନାୟକ,ରସିକ ପଟ୍ଟନାୟକ ଓ ଜୟଶ୍ରୀ ପଟ୍ଟନାୟକ ଦୌଡରେ ଥିବାର ଆଲୋଚନା ହେଉଛି l
ରାହୁଲ ଗାନ୍ଧୀ ସାରା ଭାରତରେ ସାମାଜିକ ନ୍ୟାୟ ଆନ୍ଦୋଳନ ଜାରି ରଖିବା ସହିତ ଜାତି ଜନ ଗଣନାକୁ ପ୍ରାଧାନ୍ୟ ଦେଇ ଆସୁଛନ୍ତି l ଯାହାର ସଂଖ୍ୟା ଯେତେ , ତାର ଭାଗ ସେତେ ସ୍ଲୋଗାନ ଦେଇ ଆସୁଥିଲେ ମଧ୍ୟ ଖୋର୍ଦ୍ଧା ଜିଲ୍ଲା ପାଇଁ କେବଳ ସୋନାଲି ସାହୁ ପଛୁଆ ବର୍ଗର ହୋଇଥିବା ବେଳେ, ଦଳିତ ଓ ଆଦିବାସୀଙ୍କ ଭିତରୁ ଗୋଟିଏ ବି ନାମ ଜିଲ୍ଲା ସଭାପତି ପାଇଁ ନ ଆସିବା ଚିନ୍ତା ଜନକ l ରାହୁଲ ଗାନ୍ଧୀ ଙ୍କ ସାମାଜିକ ନ୍ୟାୟ ଆନ୍ଦୋଳନ ଆଧାରରେ ଶ୍ରୀମତୀ ସାହୁ , ପଛୁଆ ବର୍ଗରୁ ଆସିଥିବା ଓ ଜଣେ ମହିଳା ତଥା ସ୍ମାର୍ଟ ଏବଂ ୟଙ୍ଗ ହୋଇଥିବା କାରଣରୁ ତାଙ୍କ ପଲ୍ଲା ଭାରି ଥିବା ଜଣା ପଡୁଛି l ଦେଖାଯାଉ ଏଆଇସିସି କାହା କାନ୍ଧରେ ଖୋର୍ଦ୍ଧା ଦାୟିତ୍ୱ ଦେଉଛି l
ପ୍ରସନ୍ନ କୁମାର ସ୍ବାଇଁ , ଖୋର୍ଦ୍ଧା
More Stories
Dr. B. Bipin Bihari Mishra was awarded the Odisha Seva Ratna award.
ବେଗୁନିଆ ତହସିଲଦାର ଅଫିସରେ ଭିଜିଲାନ୍ସ ଚଢ଼ାଉ, ଧରାହେଲା ମହିଳା ଡାଟାଏଣ୍ଟ୍ରି ଅପରେଟର।
ମହିଳାଙ୍କୁ କାର୍ କିଣି ଦେବେ ଓଡ଼ିଶା ସରକାର।