ରାୟଗଡ଼ା ଜିଲ୍ଲା (ଆମ ଓଡିଶା ଖବର )ତା:- ୯/୯ – ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ରେଡ୍ ରିବନ୍ କ୍ଳବ୍ (RRC) ଦ୍ଵାରା ଏଚ୍. ଆଇ.ଭି/ଏଡ଼ସ୍ ସଚେତନତା ପଦଯାତ୍ରା ଓ ସଚେତନ ସଭା ଆୟୋଜିତ ହୋଇଯାଇଅଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ମହାବିଦ୍ୟାଳୟର ରେଡ୍ ରିବନ୍ କ୍ଲବ୍ ସଦସ୍ୟ, ୟୁଥ୍ ରେଡ୍ କ୍ରସ ସ୍ବେଛାସେବୀ ଓ ଛାତ୍ରଛାତ୍ରୀମାନେ କଲେଜ୍ କ୍ୟାମ୍ପସ ଓ ପ୍ରାନ୍ତୀୟ ରାସ୍ତାରେ ସଚେତନତା ରାଲି କରି
“ ସଚେତନ ହୁଅ, ସୁରକ୍ଷିତ ରୁହ ”, “ଜ୍ଞାନ ହିଁ ସୁରକ୍ଷା, ଅଜ୍ଞାନ ହେଉଛି ବିପଦ” ପରି ସ୍ଲୋଗାନ ଉଚ୍ଚାରଣ କରିଥିଲେ। ତା’ପରେ କଲେଜ୍ ସଭାଗୃହରେ ବିଶେଷ ସଚେତନ ସଭା ଆୟୋଜିତ ହୋଇଥିଲା। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷା ତଥା ଯୁବ ରେଡ୍ କ୍ରସ ରାୟଗଡା ଜିଲ୍ଲା ଚେୟାରମେନ ଡ଼. ସରସ୍ଵତୀ ରାୟ ଉଦଘାଟନୀ ଭାଷଣରେ ଏଚ୍. ଆଇ.ଭି/ଏଡ଼ସ୍ ସମସ୍ୟାକୁ ସମାଜର ଅନ୍ଧ ବିଶ୍ବାସ, ଅଜ୍ଞାନତା, ଭ୍ରାନ୍ତି ଓ ଅବହେଳା ଯୋଗୁଁ ବର୍ତ୍ତମାନ ବିଶ୍ଵର ଏକ ବିଶାଳ ସମସ୍ୟାରେ ପରିଣତ ହେବାକୁ ଯାଉଛି, ତେଣୁ ଯୁବ ପିଢ଼ୀଙ୍କୁ ସଚେତନତା ଭଳି ମୁଖ୍ୟ ଅସ୍ତ୍ରକୁ ଅଙ୍ଗୀକାର କରିବାକୁ ଆହ୍ୱାନ କରିଥିଲେ । ତତ୍ ସହ ଛାତ୍ରଛାତ୍ରମାନଙ୍କୁ ସଚେତନ ହୋଇ ଏହି ବାର୍ତ୍ତା କୁ ସମାଜରେ ପ୍ରସାର କରିଲେ ନିଶ୍ଚିତ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ।ମୁଖ୍ୟ ବକ୍ତା ଭାବେ ଭାମସି ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଷ୍ଟଡିଜ୍ ର ଅଧ୍ୟକ୍ଷ ପ୍ରଫେସର୍ କରୁଣାକର କରକରିଆ ଏଚ୍. ଆଇ.ଭି/ଏଡ଼ସ୍ର ର କାରଣ, ତାହାର ପ୍ରତିରୋଧ, ସୁରକ୍ଷିତ ଆଚରଣ ଓ ସମାଜରେ ଥିବା ଭ୍ରାନ୍ତିକୁ ଦୂର କରିବା ବିଷୟରେ ଗଭୀର ବିଶ୍ଲେଷଣାତ୍ମକ ଭାଷଣ ଉପସ୍ଥାପନ କରିଥିଲେ । ସେ କହିଥିଲେ – “ଏଚ୍. ଆଇ.ଭି/ଏଡ଼ସ୍ ଏକ ରୋଗ ନୁହେଁ, ବରଂ ସମାଜିକ ସମସ୍ୟା” । ସଚେତନତା ଓ ସହାନୁଭୂତି ଦ୍ୱାରା ଆମେ ଏହାକୁ ପରାଜିତ କରିପାରିବୁ।” ଯୁବ ରେଡ୍ କ୍ରସର ଜିଲ୍ଲା ସଂଯୋଜକ ଅଧ୍ୟାପକ ଟିକେଶ୍ୱର ମାଝୀ ଛାତ୍ରଛାତ୍ରୀମାନଙ୍କୁ ଏଚ୍. ଆଇ.ଭି/ଏଡ୍ ସ୍ ବିଷୟରେ ସଚେତନ ହେବା ସହିତ ସମାଜରେ ସଚେତନତା ପ୍ରଚାର କରିବାକୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମର ଶେଷରେ ଯୁବ ରେଡ୍ କ୍ରସ ପରାମର୍ଶଦାତା ଅଧ୍ୟାପିକା ପ୍ରିୟଦର୍ଶିନୀ ବଳ ସମସ୍ତ ଅତିଥି, ଅଧ୍ୟାପକ, ଛାତ୍ରଛାତ୍ରୀ ଓ ସ୍ବେଛାସେବୀ ମନଙ୍କୁ ହୃଦୟପୂର୍ବକ ଧନ୍ୟବାଦ୍ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧ୍ୟାପକ ଅଧ୍ୟାପିକା, ଯୁବ ରେଡ୍ କ୍ରସ ସ୍ବେଛାସେବୀ ଓ ସହସ୍ରାଧିକ ଛାତ୍ରଛାତ୍ରୀ ସକ୍ରିୟ ଭାବରେ ଯୋଗଦେଇଥିଲେ।
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।


More Stories
ଜଟଣୀ ତ୍ରୟୋବିଂଶ ପୁସ୍ତକମେଳା ୨୦୨୫ ପାଇଁ ସାମ୍ବାଦିକ ସମ୍ମିଳନୀ ।
ଜଟଣୀ ଶାଖା ଚିନ୍ମୟ ମିଶନ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରର ବାର୍ଷିକ ଉତ୍ସବ।
ଜଟଣୀ ମଣ୍ଡଳ ସ୍ତରୀୟ ଯୁବ ମହୋତ୍ସବ ୨୦୨୫