ରୁପାନ୍ତର, “ଆମ ଓଡ଼ିଶା ଖବର” ଧନୀ ବାପାଟି ଛାତିକୁ ଫୁଲେଇ କହୁଛି, ମୋର ଗୋଟେ ପୁଅ ଆମେରିକାରେ ରହୁଛି। ଆଉ ଗୋଟେ ପୁଅ ଜାପାନରେ ରହୁଛି। ପୁଳା ପୁଳା ଟଙ୍କା ପାଉଛି। ଆମକୁ ପୁଳା ପୁଳା ଟଙ୍କା ଦେଉଛି। ଆମପାଇଁ କୋଠା କରିଛି ଆମେ ବୁଢା ବୁଢ଼ୀ ଟଙ୍କା ଖର୍ଚ୍ଚ କରି କରି ଖୁସିରେ ଦିନ କଟୁଛି।
ଗରିବ ବାପାଟି ମୁରୁକି ମୁରୁକି ହସି ମନକଥା କହୁଛି, ମୋର ଗୋଟେ ପୁଅ ପାନ ଦୋକାନଟେ କରିଛି। ଆଉଗୋଟେ ପୁଅ ଅଟୋ ଡ୍ରାଇଭର ହେଇଛି। ମୁଁ ତାଙ୍କରି ପାଖରେ ରହୁଛି, ମୋ ସ୍ତ୍ରୀ ମଧ୍ୟ ପୁଅପାଖରେ ରହୁଛି, ନାତି ନାତୁଣୀ ସଙ୍ଗରେ ଖେଳୁଛି
ମିଳିମିଶି ବସି ଖାଉଛୁ। ଦୁଃଖେ ସୁଖେ ଦିନ କଟୁଛି। ମୁଁ ମରିଗଲେ ପୁଅ କାନ୍ଧେ ଯିବି। ଗୋଟେ ସତକଥା କହୁଛି,
ଯାହା ସମଜ ପାଇଁ ପ୍ରଶ୍ନବାଚି ହେଇ ରହିଯାଇଛି। ବାପା ମାଆଙ୍କର ବେସି ଇଚ୍ଛା ଥାଏ ପୁଅ ବୋହୂ ପାଖେ ରହିବାକୁ। ନାତି ନାତୁଣୀ କୁ ସଙ୍ଗରେ ନେଇ ଖୁସିରେ ଦିନ କାଟି ବାକୁ ମଲାପରେ ଯଦି ପୁଅ କାନ୍ଧେ ଗଲା
ଜୀବନଟା ସାର୍ଥକ ହୋଇଯିବ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ବିକାଶ ପରିଷଦ ଶିଶୁ ମନ୍ଦିର ର ବାର୍ଷିକ ଉତ୍ସବ ଅନୁଷ୍ଠିତ l
ଶ୍ରୀଚୈତନ୍ଯ ରିସର୍ଚ ଆସୋସିଏସନ ପକ୍ଷରୁ ଆଲୋଚନାଚକ୍ର।
ବାର୍ଷିକପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ l