ଖୋର୍ଦ୍ଧା ଜିଲ୍ଲା (ଆମ ଓଡିଶା ଖବର )ତା :-୧୩। ୦୯: ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଅଞ୍ଚଳର ଅଗ୍ରଣୀ ସାରସ୍ବତ ଅନୁଷ୍ଠାନ ଅନଙ୍ଗ ନରେନ୍ଦ୍ର ସାହିତ୍ୟ ସଂସଦର ଅଷ୍ଟମ ବାର୍ଷିକ ଉତ୍ସବ ଓ ପ୍ରତିଭା ସମ୍ବର୍ଦ୍ଧନା ସଭାର ପ୍ରସ୍ତୁତି ବୈଠକ ବୈକୁଣ୍ଠ ନାଥ ମହାରଣାଙ୍କ ଅଧ୍ଯକ୍ଷ ତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ‘ଅନଙ୍ଗାୟନ’ ପତ୍ରିକା ପ୍ରକାଶନ, ଅତିଥି ମନୋନୟନ, ପ୍ରତିଭା ଚୟନ, ନୂତନ ସଦସ୍ଯ ଗ୍ରହଣ, କବିତା ପାଠ ଓ ସାହିତ୍ୟ ଆଲୋଚନା, କାଳିଚରଣ ଜୟସିଂହଙ୍କ ୮୩ ତମ ଜନ୍ମୋତ୍ସଵ ପାଳନ, ଅନଙ୍ଗ ନରେନ୍ଦ୍ରଙ୍କ ଶ୍ରୀରାମଲୀଳା ଶୁଦ୍ଧ ସମ୍ପାଦନା ପ୍ରଭ୍ରୁତି କେତେକ ପ୍ରସଙ୍ଗରେ ଏହି ବୈଠକରେ ଆଲୋଚନା କରାଯାଇଛି। ପତ୍ରିକାପାଇଁ ଚଳିତ ମାସ ୩୦ ତାରିଖ ସୁଦ୍ଧା ନିଜ ନିଜର ଲେଖନୀ ମୁନର ଲେଖା ପଠାଇବା ପାଇଁ ଅନୁରୋଧ କରାଯାଇଛି। ଏହାକୁ ମଧ୍ୟ ୱେବ୍ ସାଇଟ୍ ମାଧ୍ୟମରେ sahoorajakishora@gmail.com ରେ କିମ୍ବା ୯୮୬୧୫୯୪୯୩୩ ରେ ଲେଖା ପଠାଇଵାକୁ ଅନୁରୋଧ କରାଯାଇଛି। ଚଳିତବର୍ଷ ପତ୍ରିକା ଅକ୍ଟୋବର ୩୧ ତାରିଖରେ ଅନୁଷ୍ଠିତ ବର୍ଷିକ ଉତ୍ସବରେ ଲୋକାର୍ପଣ କରିବାକୁ ସ୍ଥିର କରାଯାଇଛି। ଏହି ବୈଠକରେ ସଂସଦର ପ୍ରୁଷ୍ଠପୋଷକ ତଥା ଶିକ୍ଷାବିତ କାଳିଚରଣ ଜୟସିଂହ, ସମ୍ପାଦକ ରଙ୍କନିଧି ବଳିଆର ସିଂହ, ବଂଶୀଧର ପଣ୍ଡା, ଅଧ୍ଯକ୍ଷ ରମେଶ ଚନ୍ଦ୍ର ସାମନ୍ତରାୟ, ତପନ କୁମାର ମହାପାତ୍ର, ପ୍ରଶାନ୍ତ କୁମାର ତ୍ରିପାଠୀ, ଅଜୟ କୁମାର ଖୁଣ୍ଟିଆ, ମହେଶ୍ବର ଜୟସିଂହ, ପ୍ରଶାନ୍ତ କୁମାର ଜୟସିଂହ ପ୍ରମୁଖ ବହୁ ସଦସ୍ଯ ମାନେ ଉପସ୍ଥିତ ଥିଲେ। ଏହି ଅବସରରେ ସମ୍ପାଦକ ବିଗତ ବର୍ଷର ଖର୍ଚ୍ଚ ଅନୁମୋଦନ କରାଇଥିଲେ ଏବଂ ଅଧ୍ଯାପକ ପ୍ରଶାନ୍ତ ତ୍ରିପାଠୀ ଧନ୍ଯବାଦ ଅର୍ପଣ କରିଥିଲେ।
ପ୍ରସନ୍ନ କୁମାର ସ୍ବାଇଁ, ଖୋର୍ଦ୍ଧା


More Stories
ଜଟଣୀ ତ୍ରୟୋବିଂଶ ପୁସ୍ତକମେଳା ୨୦୨୫ ପାଇଁ ସାମ୍ବାଦିକ ସମ୍ମିଳନୀ ।
ଜଟଣୀ ଶାଖା ଚିନ୍ମୟ ମିଶନ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରର ବାର୍ଷିକ ଉତ୍ସବ।
ଜଟଣୀ ମଣ୍ଡଳ ସ୍ତରୀୟ ଯୁବ ମହୋତ୍ସବ ୨୦୨୫