ଖୋର୍ଦ୍ଧା ଜିଲ୍ଲା (ଆମ ଓଡିଶା ଖବର )ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅନ୍ତର୍ଗତ ରାଜସୁନାଖଳା ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣୀ ମଣ୍ଡପ ସଭାଗୃହରେ ଜସ୍ୱଶ୍ରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଜନ୍ମ ଦିବସ ଅବସରରେ ସେବା ପକ୍ଷ ପାଳନ ବିଜେପି ସାଂସ୍କୃତିକ ପ୍ରକୋଷ୍ଠ ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ଡ. ପୂର୍ଣ୍ଣ ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ପ୍ରସ୍ତୁତି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବରିଷ୍ଟ ଆଇନଜୀବି ତଥା ବିଜେପି ରାଜ୍ୟ ପରିଷଦ ସଦସ୍ୟ ଲୋତକବିନ୍ଦୁ ପଟ୍ଟନାୟକ , ଉଦଘାଟକ ଭାବେ ଫ୍ରେଣ୍ଡସ କ୍ଳବ ମୁଖ୍ୟ ତଥା ପ୍ରତିଷ୍ଠାତା ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ନାୟକ , ମୁଖ୍ୟ ବକ୍ତା ଭାବେ ସମାଜ ସେବୀ ତଥା ବିଜେପି ଯୁବ ନେତା ବାସୁଦେବ ସାହୁ, ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ପ୍ରସନ୍ନ କୁମାର ସ୍ବାଇଁ, ଅଶୋକ କୁମାର ପ୍ରଧାନ , ରାକେଶ ଚନ୍ଦ୍ର ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେ l
ଅତିଥିମାନଙ୍କୁ ଚନ୍ଦନ, ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା l ଜସ୍ୱଶ୍ରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କର ଜନ୍ମ ଦିବସ ଅବସରରେ ସେବା ପକ୍ଷ ପାଳନ ବିଜେପି ସାଂସ୍କୃତିକ ପ୍ରକୋଷ୍ଠ ଅବସରରେ ସେପ୍ଟେମ୍ବର ୧୪ରୁ ୧୭ତାରିଖ ପର୍ଯ୍ୟନ୍ତ ବୃକ୍ଷ ରୋପଣ , ସାଂସ୍କୃତିକ ସଚେତନତା ,ମଠ ମନ୍ଦିର ସଫେଇ କାର୍ଯ୍ୟକ୍ରମ ମାନ କରାଯିବା ପାଇଁ ଆହ୍ବାନ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଦୀପ ନାୟକ ଓ ପ୍ରଦୀପ୍ତ ମହାପାତ୍ର ନିଖୁଣ ସଂଗୀତ କାର୍ଯ୍ୟକ୍ରମ ତାଙ୍କ ଟିମ କିଛି ସମୟ ପର୍ଯ୍ୟନ୍ତ ଆକର୍ଷଣୀୟ ତଥା ଚମତ୍କାର ଭାବେ ସଂଗୀତ କଳା ପ୍ରଦର୍ଶନ କରିଥିଲେ l ଏଥିରେ ସାମାଜିକ କର୍ମୀ, ସାମ୍ବାଦିକ, କୁନି ନୃତ୍ୟ ଶିଳ୍ପୀ, କବି କବୟିତ୍ରୀଙ୍କୁ ମାନପତ୍ର ଓ ଉପଢୌକନ ଦିଆ ଯାଇ ସମ୍ମାନିତ କରାଯାଇଥିଲା । ପରିଶେଷରେ ସାମ୍ବାଦିକ ଜିତେନ୍ଦ୍ର କୁମାର ସାହୁ ଧନ୍ୟବାଦ୍ ଦେଇଥିଲେ ।
ପ୍ରସନ୍ନ କୁମାର ସ୍ବାଇଁ, ଖୋର୍ଦ୍ଧା


More Stories
ଜଟଣୀ ତ୍ରୟୋବିଂଶ ପୁସ୍ତକମେଳା ୨୦୨୫ ପାଇଁ ସାମ୍ବାଦିକ ସମ୍ମିଳନୀ ।
ଜଟଣୀ ଶାଖା ଚିନ୍ମୟ ମିଶନ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରର ବାର୍ଷିକ ଉତ୍ସବ।
ଜଟଣୀ ମଣ୍ଡଳ ସ୍ତରୀୟ ଯୁବ ମହୋତ୍ସବ ୨୦୨୫