ବେଗୁନିଆପଡା, (ଆମ ଓଡିଶା ଖବର):ବୁଧବାର ଦିନ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମର୍ଦମେଖ ପଞ୍ଚାୟତ ର ବିଭିନ୍ନ ସ୍ଥାନରେ “ମା ପାଇଁ ଗଛଟିଏ” କାର୍ଯ୍ୟକ୍ରମରେ ବୃକ୍ଷ ରୋପଣ କରାଯାଇଛି । ଏଥିରେ ମର୍ଦମେଖ ଉଚ୍ଚ ବିଦ୍ୟାଳୟ ପରିସର ସମେତ ହଜ ହୁଡା, ବେଲଝରି, ନୁଆଁ ବନ୍ଧ ରେ ପାଞ୍ଚ ଶହ ଗଛ ରୋପଣ କରାଯାଇଥିବା ଜଣା ପଡିଛି । ଗଛ ର ସୁରକ୍ଷା ଦୃଷ୍ଟିରୁ ଗଛ ଗୁଡିକୁ ବାଡ଼ ଦେଇ ସୁରକ୍ଷିତ ଭାବେ ରୋପଣ କରାଯାଇଥିବା ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମରେ ମର୍ଦମେଖ ସରପଞ୍ଚ ମଞ୍ଜୁଳା ମେହେଣା, ଆସିକା ସମବାୟ ନିର୍ଧେଶକ ହୃଷିକେଶ ମେହେଣା, ବେଗୁନିଆପଡା ବ୍ଲକ ଉପାଧ୍ୟକ୍ଷ ସୁଧାକର ପ୍ରଧାନ, ପି ଇ ଓ ରଂଜିତ ନାୟକ, ଏ ଡି ଇ ଓ ତ୍ରିଲୋଚନଙ୍କ ସମେତ ବିଦ୍ୟାଳୟର ଛାତ୍ର ଛାତ୍ରୀ, ପଞ୍ଚାୟତ ବାସୀ ସହଯୋଗ କରିଥିଲେ ।
ରିପୋର୍ଟ :ଦେବାଶିଷ ମହାରଣା
More Stories
ଭୋଟ ଚୋରୀ ବିରୁଦ୍ଧରେ କଂଗ୍ରେସର ଦସ୍ତଖତ ଅଭିଯାନ
ଜିଲ୍ଲା ଡେଫ ଏବଂ ଡମ ସଂଘ ତରଫରୁ ବାର୍ଷିକ ଉତ୍ସବ ଅନୁଷ୍ଠିତ l
ପୋଖରୀରେ ବୁଡି ବୃଦ୍ଧ ମୃତ୍ୟୁ