ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ l

ବେଗୁନିଆପଡା, (ଆମ ଓଡିଶା ଖବର ):ଜନତା ବିହାର ସ୍ଥିତ ଜନତା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଯୁବ ରେଡକ୍ରସ ତରଫରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଚିଠି ଅନୁଯାୟୀ ଅଧ୍ୟକ୍ଷ ଶ୍ରୀ ଅଭିମନ୍ୟୁ ସ୍ବାଇଁଙ୍କ ସଭାପତିତ୍ୱରେ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ସହ କଲେଜର YRC ପରାମର୍ଶଦାତା ଶ୍ରୀ ସୂର୍ଯ୍ୟ ନାରାୟଣ ପଣ୍ଡା, ମମତା କୁମାରୀ ପାଢ଼ୀ, ଶ୍ରୀ ପ୍ରବୀଣ କୁମାର ଖାଡ଼ଙ୍ଗା, ସୁଶ୍ରୀ ମୌସୁମୀ ମହାପାତ୍ର, ସଶାଙ୍କ ଶେଖର ଦିଗାଲ, ଶ୍ରୀ ଋଷିନାଥ ଚର୍ଚ୍ଚି, ପି ରାଜେଶ ପାତ୍ର, ଜ୍ୟୋତ୍ସ୍ନା ନାୟକ, ଶ୍ୟାମସୁନ୍ଦର ଦାଶ, ରମେଶ ଚନ୍ଦ୍ର ଗୌଡ଼, ଅଚ୍ୟୁତାନନ୍ଦ ଡାକୁଆ, ରମେଶ ଚନ୍ଦ୍ର ନାୟକ, ମହେଶ୍ୱର ମହାନ୍ତି, ଶିବାନୀ କୁମାରୀ ଚର୍ଚ୍ଚି ପ୍ରମ୍ମୁଖ ଗୋଟିଏ ଗୋଟିଏ ଚାରା ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୦୦ ରୁ ଉର୍ଦ୍ଧ୍ବ ଗଛ କଲେଜ ପରିସରରେ ରୋପଣ କରାଯାଇଥିଲା ।

ରିପୋର୍ଟ :ଦେବାଶିଷ ମହାରଣା

error: Content is protected !!