ରିପୋର୍ଟ ଞାନ ରଞ୍ଜନ ଦାଶ
ପାଖେଇ ଆସୁଛି ୨୦୨୪ନିର୍ବାଚନ।ନିର୍ବାଚନ କୁ ଆଖି ଆଗରେ ରଖି ସକ୍ରିୟ ହୋଇଛନ୍ତି ନିଶା ବେପାରୀ।ଖୋର୍ଦ୍ଧା (ଆମ ଓଡ଼ିଶା ଖବର)ଜିଲ୍ଲା ନିରାକାରପୁର ଥାନା ଅଧିନସ୍ଥ ନୂଆ ଜଗନ୍ନାଥ ସଡକ ଦେଇ ନିଶା ବେପାରୀ ମାନେ ବେଧଡକ ଭାବରେ ନିଶାଦ୍ରବ୍ୟ ଚୋରାଚାଲାଣ କରୁଛନ୍ତି।ସୂଚନାରୁ ଜଣାପଡିଛି ଆଜି ଅପରାହ୍ନ ରେ ଗୋଟିଏ ଦାମି କାରରେ ବିପୁଳ ପରିମାଣର ଗଂଜେଇ ନୂଆ ଜଗନ୍ନାଥ ସଡକ ଦେଇ ପୁରୀକୁ ଚୋରାଚାଲାଣ ହେଉଥିବା ବେଳେ କାରଟି ଲେଣ୍ଡୋ ଗାଁ ଛକ ନିକଟରେ ଏକ ମୋଟର ସାଇକେଲ କୁ ସାଇଟରୁ ଧକ୍କା ଦେବାରେ କାରରେ ଥିବା ବ୍ୟକ୍ତି ଓ ମୋଟର ସାଇକେଲ ଚାଳକ ମଧ୍ୟରେ ଯୁକ୍ତିତର୍କ ହୋଇ ମାଡପିଟ ହୋଇଥିଲା।

ଖବର ପାଇ ସ୍ଥାନୀୟ ଲୋକେ ପହଞ୍ଚିବା ଉଭୟଙ୍କ ଗାଡି ଜବତ କରି ଅଟକ ରଖି ନିରାକାରପୁର ପୋଲିସ କୁ ଖବର ଦେଇଥିଲେ।ଖବର ପାଇ ନିରାକାରପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ କାରରେ ଥିବା ବ୍ୟକ୍ତି ଫେରାର ହୋଇଯାଇଥିଲେ।ପୋଲିସ ମୋଟର ସାଇକେଲରେ ଥିବା ଦୁଇ ଜଣଙ୍କୁ ଥାନାରେ ଅଟକ ରଖିଛି।କାରର ଡିକି ଖୋଲି ପୋଲିସ ଦେଖିଲା ପରେ ସେଥିରେ ବିପୁଳ ପରିମାଣର ଗଂଜେଇ ଭର୍ତ୍ତି ହୋଇଥିବା ଜଣାପଡିଛି।ଜବତ ଗଂଜେଇ କିଏ କେଉଁଠି କୁ ଚାଲାଣ କରୁଥିଲା ବେପାରୀ ମାନେ କେଉଁ ଅଂଚଳର ପୋଲିସ ପାଖରେ ସୂଚନା ନଥିବା ଜଣାପଡିଛି।
More Stories
Dr. B. Bipin Bihari Mishra was awarded the Odisha Seva Ratna award.
ବେଗୁନିଆ ତହସିଲଦାର ଅଫିସରେ ଭିଜିଲାନ୍ସ ଚଢ଼ାଉ, ଧରାହେଲା ମହିଳା ଡାଟାଏଣ୍ଟ୍ରି ଅପରେଟର।
ମହିଳାଙ୍କୁ କାର୍ କିଣି ଦେବେ ଓଡ଼ିଶା ସରକାର।