ଟାଙ୍ଗୀ (ଆମ ଓଡ଼ିଶା ଖବର )ଚିଲିକା ନଳବଣରେ ନିଆଁ ଲଗାଇବା ବେଳେ ଧରାପଡିଛନ୍ତି ୪ ମତ୍ସ୍ୟଜୀବୀ । ଏହି ମତ୍ସ୍ୟଜୀବୀ ଙ୍କୁ ଗିରଫ କରିଛି ବନ୍ୟପ୍ରାଣୀ ବିଭାଗ । ଚିଲିକା ନଳବଣ ଓ ନଳଘାସ ରେ ବାରମ୍ବାର ଲାଗୁଥିଲା ନିଆଁ , ଜଳିପୋଡି ପାଉଁଶ ହେଉଥିଲା ଏକର ଏକର ନଳଘାସ , ପକ୍ଷୀ ଙ୍କ ସହିତ ଜଳଚର ଜୀବ ଏବଂ ଜଳଜ ଉଦ୍ଭିଦ ଉପରେ ପଡୁଥିଲା ପ୍ରଭାବ । ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନର ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ରେଞ୍ଜ ଇଲାକାର ଭୁଷଣ୍ଡପୁର ଚିଲିକା ମଧ୍ୟରେ ନିଆଁ ଲଗାଇ ଧରାପଡିଥିବା ମତ୍ସ୍ୟଜୀବୀମାନେ ହେଉଛନ୍ତି ପୁରୀ ଜିଲ୍ଲା ଗଡିଶାଗଦା ଥାନା ଅଧିନସ୍ଥ ଆଳିପଡା ଗ୍ରାମର ରାଜୀବ ପଲେଇ , ଅଡାଲ ନିକଟସ୍ଥ ନୂଆଗାଁ ଗ୍ରାମର ସହଦେବ ସାହୁ ଓ ଗୋଲଖ ରାଉତ । ଠିକ୍ ସେହିପରି ଟାଙ୍ଗୀ ନିକଟସ୍ଥ ବରୁଣପଡା ଗ୍ରାମର ନିରଞ୍ଜନ ବେହେରା କୁ ଗିରଫ କରାଯାଇଛି ।
ବନ୍ୟପ୍ରାଣୀ ବିଭାଗ ଏହି ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପରେ ସେମାନଙ୍କ ଠାରୁ କିରୋସିନ୍ , ଡିଆସିଲ୍ ଜବତ କରିଛି । ମତ୍ସ୍ୟଜୀବୀ ମାନଙ୍କୁ ବାରମ୍ବାର ସଚେତନ କରାଯିବା ପରେ ମଧ୍ୟ ଏଭଳି ନିଆଁ ଲଗାଇବା ଧର୍ତ୍ତବ୍ୟ ଅପରାଧ ବୋଲି ପରିବେଶବିତ୍ ତଥା ବରିଷ୍ଠ ସାମ୍ବାଦିକ ଧନେଶ୍ୱର ବିଧାର ମତ ଦେଇଛନ୍ତି । ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଚିଲିକା ବନ୍ୟପ୍ରାଣୀ ଡିଭିଜନର DFO ଅମ୍ଲାନ କୁମାର ନାୟକ ଓ ଟାଙ୍ଗୀ ରେଞ୍ଜର ବିରାଜ ଦାଶ ସୂଚନା ଦେଇଛନ୍ତି ।
More Stories
ବାଣପୁର ବ୍ଲକ ବିଜୁ ଜନତାଦଳ ପକ୍ଷରୁ ମା ମେଘାମ୍ବରୀ କଲ୍ଯାଣ ମଣ୍ଡପ ଠାରେ ଏକ ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l
ଗ୍ରିଲ ତାଡ଼ି ୧୦ ଲକ୍ଷ ଟଙ୍କାର ଅଳଙ୍କାର ଚୋରି କରିନେଲେ ଦୁର୍ବୁତ୍ତ
ବିନା କାଗଜ ପତ୍ରରେ ଚାଲିଛି ବିଦ୍ୟାଳୟ,ଛାତ୍ର ଛାତ୍ରୀ ବୁହା ହେଉଛନ୍ତି କବାଡି ଗାଡ଼ିରେ l