
ବୋଲଗଡ଼ ଅଞ୍ଚଳରେ ନକଲି ଡାକ୍ତରଙ୍କ ପାଇଁ ଯାଉଛି ବହୁ ଅମୂଲ୍ୟ ଜୀବନ। ନୀରବ ଦ୍ରଷ୍ଟା ସାଜିଛି ସ୍ବାସ୍ଥ୍ୟ ବିଭାଗ
ଖୋର୍ଦ୍ଧା:-(ଆମ ଓଡିଶା ଖବର) ଖୁଲମ୍ ଖୁଲା ଚାଲିଛି ବିନା ଲାଇସେନ୍ସ ଧାରୀ ବ୍ୟବସାୟୀଙ୍କ ଔଷଧ ଦୋକାନ ଓ ସ୍ବାସ୍ଥ୍ୟସେବା। ଅକାଳରେ ଚାଲି ଯାଉଛି ଅନେକ ମୂଲ୍ୟବାନ ଜୀବନ। ନିଦା ବିଷ୍ଣୁ ସାଜିଛି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ। ଗାଁ ଗାଁରେ ମାତିଛନ୍ତି ନକଲି ଡ଼ାକ୍ତର। ବିନା ଡାକ୍ତରୀ ପାଠ ପଢାରେ ଖୁଲମ ଖୁଲା କରୁଛନ୍ତି ରୋଗୀ ସେବା ପୁଣି ରୋଗୀଙ୍କୁ ଚଢ଼ା ଦାମରେ ଦେଉଛନ୍ତି ଭୁଲ ଔଷଧ ଓ ଇଞ୍ଜେକସନ। ଏଭଳି ଅଭାବନୀୟ ଘଟଣା ଘଟୁଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅଞ୍ଚଳରେ। ସୂଚନା ଅନୁଯାୟୀ ବୋଲାଗଡ ଥାନା ଅଧୀନ ଦିବ୍ୟସିଂହପୁରୁ ( ମାଳିସାହି ) ଗ୍ରାମର ସନ୍ତୋଷ ମହାପାତ୍ରଙ୍କ ସାନ ପୁଅ ବିଷ୍ଣୁ ପ୍ରସାଦ ମହାପାତ୍ର (୧୮) ବର୍ଷ ଙ୍କର ଥଣ୍ତା ଜ୍ୱର ହୋଇଥଲା। ମଙ୍ଗଲବାର ସକାଳୁ ନିକଟସ୍ଥ ବୋଲଗଡ଼ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ବଡ ଭାଇଙ୍କ ସହିତ ଚିକିତ୍ସା ନିମନ୍ତେ ଆସିଥିଲେ। ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ଥିବା ପାଥୋଲୋଜି ଲ୍ୟାବରେ ରକ୍ତ ନମୁନା ପରୀକ୍ଷା କରାଇଥିଲେ। ସେଥିରେ ତାଙ୍କର ଟାଇଫଏଡ ହୋଇଥିବା ନେଇ ଜୈନିକ ପାଥ ଲ୍ୟାବ କର୍ମଚାରୀ କହିଥିଲେ ଓ ଡାକ୍ତରଙ୍କ ପାଖକୁ ଯିବାର ଆବଶ୍ୟକ ନାହିଁ ମୁଁ ଔଷଧ ଇଞ୍ଜେକସନ ଦେଇ ଦେଉଛି ଖୁବ୍ ଶିଘ୍ର ଭଲ ହୋଇଯିବ ବୋଲି କହିଥିଲେ। ନିଜର ଔଷଧ ଦୋକାନରୁ ଏକ ଭୁଲ ଇଞ୍ଜେକସନ ଆଣି ବିଷ୍ଣୁ ପ୍ରସାଦକୁ ଇଞ୍ଜେକସନ ଦେଇଥିଲେ। ଇଞ୍ଜେକସନ ଦେବାର କିଛି ସମୟ ପରେ ମୁଣ୍ଡ ବୁଲେଇ ହେବା ସହିତ ବାନ୍ତି କରିଥିଲେ । ତୁରନ୍ତ ବୋଲଗଡ଼ ଡାକ୍ତରଙ୍କ ନିକଟକୁ ଯାଇ ସ୍ବାସ୍ଥ୍ୟ ଦେଖାଇବା ପରେ ଗୁରୁତର ହୋଇଛି ବୋଲି ଡାକ୍ତର କହିଥିଲେ ଓ ପରାମର୍ଶରେ କହିଲେ ଖୋର୍ଦ୍ଧା ନେଲେ ଡେରି ହୋଇଯିବ ତେଣୁ ତୁମେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଅ । ଏନେଇ ୧୦୮ ଆମ୍ବୁଲାନ୍ସ ଯୋଗେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ବିଷ୍ଣୁ ପ୍ରସାଦଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ସୂଚନାଯୋଗ୍ୟା ଯେ ମୃତ ବିଷ୍ଣୁ ପ୍ରାସାଦ ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟର +୩ ର ପ୍ରଥମ ବର୍ଷ ଛାତ୍ର ଥିଲେ। ବିଷ୍ଣୁ ପ୍ରସାଦଙ୍କ ମୃତ୍ୟୁକୁ ନେଇ ପରମାନନ୍ଦ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସହିତ ମାଳିସାହି ଗ୍ରାମରେ ଶୋକର ଛାୟା ଖେଳି ଯାଇଛି। ବିଷ୍ଣୁ ପ୍ରସାଦଙ୍କ ବାପା ରୋଗ ଶଯ୍ୟାରେ ପୀଡ଼ିତ ଅଛନ୍ତି। ତାଙ୍କ ପରିବାରକୁ ସରକାରଙ୍କ ସହାୟତା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି। ଏହି ଘଟଣାକୁ ନେଇ ବୋଲଗଡ଼ ଅଞ୍ଚଳର ବୃଦ୍ଧିଜିବୀ ମହଲରେ ନକଲି ଡ଼ାକ୍ତର ଓ ବିନା ଲାଇସେନ୍ସ ଔଷଧ ବ୍ୟବସାୟୀଙ୍କ ବିରୋଧରେ ଜିଲ୍ଲା ପ୍ରଶାସନ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ପୋଲିସ୍ ପ୍ରଶାସନ ତଦନ୍ତ କରି ଦୋଷୀ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହିତ ଆଇନ ଅନୁଯାଇ ଦଣ୍ଡ ବିଧାନ କରିବା ସହିତ ଅଞ୍ଚଳରେ ଚାଲିଥିବା ନକଲି ଡାକ୍ତରଙ୍କ ଚିକିତ୍ସା କେନ୍ଦ୍ରକୁ ବନ୍ଦ କରିବାକୁ ଦୃଢ ଦାବି ହେଉଛି ।

ପ୍ରସନ୍ନ କୁମାର ସ୍ବାଇଁ , ଖୋର୍ଦ୍ଧା
More Stories
Dr. B. Bipin Bihari Mishra was awarded the Odisha Seva Ratna award.
ବେଗୁନିଆ ତହସିଲଦାର ଅଫିସରେ ଭିଜିଲାନ୍ସ ଚଢ଼ାଉ, ଧରାହେଲା ମହିଳା ଡାଟାଏଣ୍ଟ୍ରି ଅପରେଟର।
ମହିଳାଙ୍କୁ କାର୍ କିଣି ଦେବେ ଓଡ଼ିଶା ସରକାର।