ଜଟଣୀ, “ଆମ ଓଡ଼ିଶା ଖବର” ୨୪ ସେପ୍ଟେମ୍ବର ବୁଧବାରଦିନ ଦିବ୍ୟଜୀବନ ସଂଘ, ଜଟଣୀ ଶାଖାର ସଭାପତି ଶ୍ରୀ ଯୁକ୍ତ ଭଗଵାନ ମିଶ୍ରଙ୍କ ଆବାହକତ୍ୱରେ ପରମପୂଜ୍ୟ ସ୍ବାମୀ ଚିଦାନନ୍ଦସରସ୍ବତୀ ମହାରାଜଙ୍କ ଜନ୍ମ ଜୟନ୍ତି ଆଶ୍ରମରେ ପାଳିତ ହୋଇଯାଇଛି। ସକାଳ ନଅ ଘଟିକା ସମୟରେ ଗୁରୁ ପାଦପୂଜା, ଗୁରୁ ସ୍ତୋତ୍ର ପାଠ, ଭଜନ କୀର୍ତ୍ତନ ଆରମ୍ଭ ହୋଇ ଥିଲା। ଦିବା ଏଗାର ଘଟିକା ସମୟରେ ସତସଙ୍ଗ କାର୍ଯ୍ୟକ୍ରମରେ ଗୁରୁଙ୍କ ଜୀବନୀ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଉକ୍ତ ଆଲୋଚନାରେ ଶ୍ରୀ ପଦ୍ମନାଭ ପାଣିଗ୍ରାହୀ ସ୍ୱାମୀଜୀ କିପରି ନିଷ୍କାମ ସେବାର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ, କୁଷ୍ଠ ରୋଗୀ ମାନଙ୍କୁ ସେବା କରୁଥିଲେ,

ଏପରିକି ପଶୁ, ପକ୍ଷୀ, କୀଟ, ପତଙ୍ଗ ମାନଙ୍କ ପ୍ରତି ଦୟାଶୀଳ ଥିଲେ ସେ ସମ୍ବନ୍ଧରେ ବର୍ଣ୍ଣନା କରିଥିଲେ। ଶ୍ରୀ ଜଗନ୍ନାଥ ନାୟକଆମ ଭାରତୀୟ ସଂସ୍କୃତିରେଗରୁ ଶିଷ୍ୟ ସମ୍ପର୍କ କିପରି ମହାନ୍ ସେ ବିଷୟରେ ଆଲେଚନା କରିଥିଲେ। ଶ୍ରୀ ଭଗଵାନ ମିଶ୍ର ଜୀବନର ମହାନ୍ ଉଦ୍ଦେଶ୍ୟ ଈଶ୍ୱର ସାକ୍ଷାତକାର। ସ୍ବାମୀଜୀଙ୍କ ଭଳି ସ୍ଥିତ ପ୍ରଜ୍ଞ ହେଲେ ଈଶ୍ୱର ସାକ୍ଷାତକାର ହୋଇପାରିବ ବୋଲି କହିଥିଲେ। ନର୍ମଦା ଦୋରା କିପରି ନିଜକୁ ଆଦର୍ଶଅନୁରୂପ ଗଢିବା ସେ ସମ୍ବନ୍ଧରେ ଆଲୋଚନା କରିଥିଲେ। ବିଜୟ କୁମାର ପଟ୍ଟନାୟକ ଶ୍ରୀ ମଦ ଭଗବତ ଗୀତାର ଗୋଟିଏ ଶ୍ଳୋକ ବ୍ୟାଖ୍ୟା କରି ବୁଝାଇଥିଲେ। ଶ୍ରୀମତୀ ରଶ୍ମି ପାତ୍ର, ଗୀତାଞ୍ଜଳି ରାଉତରାୟ ଶାନ୍ତିଦା ମିଶ୍ର , ବିଦ୍ୟୁଲତା ମିଶ୍ର ପ୍ରଭୃତି ଗୁରୁଙ୍କ ଭଜନ ଗାନ କରିଥିଲେ। ଉକ୍ତ କାର୍ଯ୍ୟ କ୍ରମକୁ ସଂଘ ସଂପାଦକ ଶ୍ରୀଯୁକ୍ତ ମନୋଜ କୁମାର ରାଉତରାୟ ପରିଚଳନା କରିଥିଲେ। ହରିହର ସାହୁ ଖଗେଶ ଗୌଡ଼ ଦୀପକ କୁମାର ସାହୁ ତାଙ୍କୁ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ପ୍ରାସାଦ ସେବନ ଅନୁଷ୍ଠିତ ହୋଇଥିଲା।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ବିକାଶ ପରିଷଦ ଶିଶୁ ମନ୍ଦିର ର ବାର୍ଷିକ ଉତ୍ସବ ଅନୁଷ୍ଠିତ l
ଶ୍ରୀଚୈତନ୍ଯ ରିସର୍ଚ ଆସୋସିଏସନ ପକ୍ଷରୁ ଆଲୋଚନାଚକ୍ର।
ବାର୍ଷିକପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ l