ଜାତୀୟ ସେବା ଯୋଜନା ଦିବସ ପାଳିତ l

କୋଦଳା, (ଆମ ଓଡିଶା ଖବର): କୋଦଳା ସ୍ଥିତ ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା ବିଭାଗ ତରଫରୁ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ରଘୁନାଥ ମୁଦୁଲି ଆଜିର କାର୍ଯ୍ୟକ୍ରମକୁ ପୌରାହିତ୍ୟ କରି ମୁ ନୁଁହ କିନ୍ତୁ ତୁମେ ର ଯଥାର୍ଥତା ବିଷୟରେ ଛାତ୍ରଛାତ୍ରୀ ଙ୍କ ସମୁଖରେ ନିଜର ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ଜାତୀୟ ସେବା ଯୋଜନାର ବାଳିକା ବିଭାଗ ର ଅଧିକାରୀ ଶ୍ରୀମତୀ ସାଗରିକ ଦାଶ ଆଜି ଦିବସର ମହତ୍ୱ ବିଷୟରେ କହିଥିଲେ । ଡ଼କ୍ଟର ପ୍ରଦୀପ କୁମାର ପଣ୍ଡା, ଜାତୀୟ ସେବା ଯୋଜନାର ବାଳକ ବିଭାଗ ର ଅଧିକାରୀ ଛାତ୍ରଛାତ୍ରୀ ଙ୍କ ସେବା ଓ ଉତ୍ସର୍ଗୀକୃତ ମନୋଭାବ ରହିବା ଦରକାର ବୋଲି କହିଥିଲେ ।ଶ୍ରୀମତୀ ରଂଜୁବାଳା ନନ୍ଦ, ସାଗର ଚାନ୍ଦ ପାତ୍ର, ବିନୋଦ କୁମାର ମିଶ୍ର, ସପନ କୁମାର ଦାଶ ଆଦି ଅଧ୍ୟାପକ ଓ ଅଧ୍ୟାପିକା ଯୋଗ ଦେଇ ଏ ଦିବସ ର ମହତ୍ୱ ବିଷୟରେ ବର୍ଣ୍ଣନା କରିଥିଲେ ।କୋଦଳା ବିଜ୍ଞ୍ୟାପିତ ଅଂଚଳର ଦୁଇ ଅଧିକାରୀ ଶ୍ରୀଯୁକ୍ତ ରାମକୃଷ୍ଣ ପଟନାୟକ ଓ ବିଶ୍ୱଜିତ ବରାଳ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ ।ସୁଶ୍ରୀ ଶିବାନୀ ପ୍ରଧାନ ଯୁକ୍ତ ତିନି ଦ୍ୱିତୀଅ ବର୍ଷ ଛାତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ :ଦେବାଶିଷ ମହାରଣା

error: Content is protected !!