ଇତିହାସ ବିଭାଗରେ ସ୍ୱାଗତ ଉତ୍ସବ ଅନୁଷ୍ଠିତ l

କୋଦଳା, (ଆମ ଓଡିଶା ଖବର): କୋଦଳା ସ୍ଥିତ ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ଇତିହାସ ବିଭାଗରେ ଯୁକ୍ତ ତିନି ପ୍ରଥମ ବର୍ଷ ର ଛାତ୍ରଛାତ୍ରୀ ଙ୍କ ନିମନ୍ତେ ଏକ ସ୍ୱାଗତ ଉତ୍ସବ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ରଘୁନାଥ ମୁଦୁଲିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀଙ୍କୁ ମହାବିଦ୍ୟାଳୟ କୁ ସ୍ୱାଗତ କରିବା ସହ ସେମାନଙ୍କ ଉଜ୍ଜଳ ଭବିଷ୍ୟତ ଅଧ୍ୟକ୍ଷ କାମନା କରିଥିଲେ । ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ବିନୋଦ କୁମାର ମିଶ୍ର ଛାତ୍ରଛାତ୍ରୀଙ୍କୁ ଅନେକ ଶିକ୍ଷଣୀୟ ବାର୍ତା ପ୍ରଦାନ କରିଥିଲେ । ଓଡ଼ିଆ ବିଭାଗୀୟ ମୁଖ୍ୟ ଶ୍ରୀମତୀ ରଂଜୁବାଳା ନନ୍ଦ ଛାତ୍ରଛାତ୍ରୀଙ୍କ ମଙ୍ଗଳ କାମନା କରିବା ସହ ଶିକ୍ଷା ବିଭାଗୀୟ ମୁଖ୍ୟ ଡ଼କ୍ଟର ପ୍ରଦୀପ କୁମାର ପଣ୍ଡା ଛାତ୍ରଛାତ୍ରୀ ଙ୍କୁ ସ୍ୱାଗତ ଅଭିନନ୍ଦନ ଜଣାଇଥିଲେ । ଇତିହାସ ଅଧ୍ୟାପିକା ଶ୍ରୀମତୀ ଗୃହଲକ୍ଷ୍ମୀ ସାହୁ ଏବଂ ଅଧ୍ୟାପକ ଶ୍ରୀ ସପନ କୁମାର ଦାଶ ଛାତ୍ର ଛାତ୍ରୀଙ୍କୁ ଜଣେ ଉତ୍ତମ ବିଦ୍ୟାର୍ଥୀ ହୋଇ ସାମାଜିକ କାର୍ଯ୍ୟରେ ବ୍ରତୀ ହେବା ପାଇଁ ଉତ୍ସାହ ଦେଇଥିଲେ । ଆଜିର କାର୍ଯ୍ୟକ୍ରମକୁ ଯୁକ୍ତ ତିନି ଦ୍ୱିତୀୟ ବର୍ଷର ଛାତ୍ରୀ ସୁଶ୍ରୀ କାଜଲ ବିଷୋୟୀ ଏବଂ ସୁଶ୍ରୀ ଜସ୍ମିନ ଦତ୍ତ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୁକ୍ତ ତିନି ପ୍ରଥମ ବର୍ଷ ର ଛାତ୍ର ଛାତ୍ରୀ ନିଜର ଅନୁଭୂତି ପ୍ରକାଶ କରିବା ବେଳେ ଯୁକ୍ତ ତିନି ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀ ସେମାନଙ୍କୁ ସ୍ୱାଗତ ଜଣାଇଥିଲେ । ପରିଶେଷରେ ଯୁକ୍ତ ତିନି ଦ୍ୱିତୀୟ ବର୍ଷର ଛାତ୍ର ଅମର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ :ଦେବାଶିଷ ମହାରଣା

error: Content is protected !!