ବେଗୁନିଆପଡା, (ଆମ ଓଡିଶା ଖବର):ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିବସକୁ ସେବା ଓ ସମର୍ପଣର ପର୍ବ ଭାବେ ପାଳନ କରିବାକୁ ଭାରତୀୟ ଜନତା ପାର୍ଟିର ଆହ୍ବାନ କ୍ରମେ ଆଜି ବେଗୁନିଆପଡା ବ୍ଲକରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଅଙ୍ଗାରଗାଁ ବିଜେପି ମଣ୍ଡଳ ପକ୍ଷରୁ କନ୍ୟାରୀବାଡ଼ି ସ୍ଥିତ ମା’ପାଦୁକେଇ କଲ୍ଯାଣ ମଣ୍ଡପ ପରିସରରେ ଏହି ବୃହତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଉକ୍ତ ଶିବିରକୁ କବିସୂର୍ଯ୍ୟନଗରର ମାନ୍ୟବର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ କୋଦଳା ଏନ୍ଏସି ଅଧ୍ୟକ୍ଷ ଶ୍ରୀ ସୂର୍ଯ୍ୟ ନାରାୟଣ ନାୟକ, ସେବାପକ୍ଷ ସଂଯୋଜିକା ଶ୍ରୀମତୀ ଆଭା ପରିଡା, ଅଙ୍ଗାରଗାଁ ମଣ୍ଡଳ ସଭାପତି ଶ୍ରୀ ରାଜେନ୍ଦ୍ର ଭୂୟାଁ, ବରିଷ୍ଠ ସମାଜସେବୀ ଶ୍ରୀ ଚିତ୍ରସେନ ପରିଡା, ଆସିକା ସାଂସଦ ପ୍ରତିନିଧ ଶ୍ରୀ ଆଲୋକ କୁମାର ଶତପଥୀ,ସ୍ଥାନୀୟ ସରପଞ୍ଚ ଶ୍ରୀ ବିନୋଦ ଚନ୍ଦ୍ର ଜେନା, ସମିତି ସଭ୍ୟା ଶ୍ରୀମତୀ ସୁଚିତ୍ରା ମହାନ୍ତି ଏବଂ ସମାଜସେବୀ ତଥା ଯୁବନେତା ଶ୍ରୀ ନାରାୟଣ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ରକ୍ତ ଅଭାବରୁ ଯେପରି କାହାରି ଜୀବନ ନଯାଉ ସେଥିପାଇଁ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ । ଏହି ଶିବିରରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ବୁଥ ସ୍ତରୀୟ କର୍ମକର୍ତ୍ତା ଏବଂ ସ୍ଥାନୀୟ ଗ୍ରାମବାସୀ ସ୍ଵତଃପ୍ରବୃତ୍ତ ଭାବେ ଯୋଗଦେଇ ରକ୍ତଦାନ କରିଥିଲେ । ଶିବିରରେ ମୋଟ ୭୫ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । ବ୍ରହ୍ମପୁର ବଡ଼ ମେଡିକାଲର କର୍ମଚାରୀ ଶ୍ରୀ ମନୋଜ କୁମାର ପାଢ଼ୀ, ଶ୍ରୀ ସୁଜିତ କୁମାର ସାହୁ, ଶ୍ରୀ ଅଶ୍ୱିନୀ ନାୟକ, ଶ୍ରୀ ରାମହରି ପଣ୍ଡା ଏବଂ ଶ୍ରୀ ଅମୂଲ୍ୟ ବେହେରା ରକ୍ତ ସଂଗ୍ରହ କାର୍ଯ୍ୟରେ ସମ୍ପୂର୍ଣ ସହଯୋଗ କରିଥିଲେ ।
ରିପୋର୍ଟ :ଦେବାଶିଷ ମହାରଣା
More Stories
ଭୋଟ ଚୋରୀ ବିରୁଦ୍ଧରେ କଂଗ୍ରେସର ଦସ୍ତଖତ ଅଭିଯାନ
ଜିଲ୍ଲା ଡେଫ ଏବଂ ଡମ ସଂଘ ତରଫରୁ ବାର୍ଷିକ ଉତ୍ସବ ଅନୁଷ୍ଠିତ l
ପୋଖରୀରେ ବୁଡି ବୃଦ୍ଧ ମୃତ୍ୟୁ