ବେଗୁନିଆପଡା, (ଆମ ଓଡିଶା ଖବର): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ପୁସ୍ତପୁର ଗ୍ରାମର ଗାୟତ୍ରୀ ମନ୍ଦିର ପରିସରରେ ଦୁର୍ଗାଷ୍ଟମୀ ଓ ଶସ୍ତ୍ର ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଖଲ୍ଲିକୋଟ ଓ ବେଗୁନିଆପଡା ପ୍ରଖଣ୍ଡ ଦୁର୍ଗାବାହିନୀ/ମାତୃଶକ୍ତି ତରଫରୁ ପରିଚାଳନା କରିଥିଲେ । ଗଞ୍ଜାମ ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦର ସଭାପତି ଶ୍ରୀ ଅଜିତ କୁମାର ମହାପାତ୍ର ମୁଖ୍ୟବକ୍ତା ଓ ଉପସଭାପତି ଶ୍ରୀମତୀ ବିନୋଦିନୀ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଗଞ୍ଜାମ ଜିଲ୍ଲା ମାତୃଶକ୍ତି ସହ ସଂଯୋଜିକା ଶ୍ରୀମତି ପ୍ରଣିତା ସାହୁ ସଭାରେ ଏହି କାର୍ଯ୍ୟକ୍ରମ ର ଉଧ୍ୟେଶ୍ୟ ଉପସ୍ଥାପନା କରିଥିଲା ବେଳେ ମୁଖ୍ୟଅତିଥି ଶ୍ରୀମତି ପଟ୍ଟନାୟକ ହିନ୍ଦୁସମାଜ କିଭଳି ଭାବେ ଏକ ଦୃଢ଼ ସଂଗଠନ ହୋଇପାରିବ ସେ ନେଇ ବକ୍ତବ୍ୟ ରଖିଥିଲେ। ମୁଖ୍ୟ ସହଯୋଗୀ ଶ୍ରୀ କେଦାରନାଥ ସାହୁ ବିଶ୍ୱହିନ୍ଦୁ ପରିଷଦ ଜିଲ୍ଲା ସହସମ୍ପାଦକ ଏବଂ ବିଶ୍ୱହିନ୍ଦୁପରିଷଦ ର କର୍ମକର୍ତ୍ତା ବାନାମ୍ବର ପ୍ରଧାନ, ସୀତାରାମ ପଢିୟାରୀ, ନାରାୟଣ ସାମନ୍ତରାୟ, ଭାବଗ୍ରାହୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଦୁଇ ପ୍ରଖଣ୍ଡ ମାତୃଶକ୍ତ ଓ ଦୁର୍ଗାବାହିନୀ ର 200 ରୁ ଉର୍ଦ୍ଧ ମହିଳା ଏବଂ ସ୍ଥାନୀୟ ଜନସାଧାରଣ ଯୋଗଦେଇଥିଲେ ।
ରିପୋର୍ଟ :ଦେବାଶିଷ ମହାରଣା
More Stories
ଜିଲ୍ଲା ଡେଫ ଏବଂ ଡମ ସଂଘ ତରଫରୁ ବାର୍ଷିକ ଉତ୍ସବ ଅନୁଷ୍ଠିତ l
ପୋଖରୀରେ ବୁଡି ବୃଦ୍ଧ ମୃତ୍ୟୁ
ପୀତବାସ ପଣ୍ଡାଙ୍କ ମୃତ୍ୟୁରେ ଓଡ଼ିଶା ଡିଜିଟାଲ ଗଞ୍ଜାମ ମିଡିଆ ଆସୋସିଏସନ୍ ତରଫରୁ ଶୋକସଭା।