ପୀତବାସ ପଣ୍ଡାଙ୍କ ମୃତ୍ୟୁରେ ଓଡ଼ିଶା ଡିଜିଟାଲ ଗଞ୍ଜାମ ମିଡିଆ ଆସୋସିଏସନ୍ ତରଫରୁ ଶୋକସଭା।

ବ୍ରହ୍ମପୁର- ଓଡ଼ିଶା ଡିଜିଟାଲ ମିଡିଆ ଆସୋସିଏସନ୍ ତରଫରୁ ପୀତବାସ ପଣ୍ଡାଙ୍କ ଅକାଳ ମୃତ୍ୟୁରେ ସ୍ଥନୀୟ ଗୋଷାଣୀ ନୂଆଗାଁ ଠାରେ ଗଞ୍ଜାମ ଶାଖା ସଭାପତି କୃଷ୍ଣଚନ୍ଦ୍ର ପାଳଙ୍କ ପୈାରହିତ୍ୟରେ ଏକ ଶୋକସଭାର ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ ଅନୁଷ୍ଠାନର ଉପଦେଷ୍ଟା କାର୍ତ୍ତିକ ପାଣିଗ୍ରାହୀ ,ଭୁନନନ୍ଦ କୃଷି ବିଶାରଦ,ରାଜେଶ୍ଵରି ଦୋରା, ରଞ୍ଜନ କୁମାର ସାହୁ, ଗୈାରୀଶଙ୍କର ଶତପଥୀ, ସଂପାଦକ ସଂଜୟ କୁମାର ଦାସ, କାର୍ଯ୍ୟକାରୀ ସଭାପତି ସୀତାକାନ୍ତ ପାତ୍ର , ଉପସଭାପତି ଦୀପକ ସାହୁ, ନୃସିଂହାନନ୍ଦ ପାଢ଼ୀ,ଯୁଗ୍ମ ସଂପାଦକ ହୃଷିକେଶ ପଣ୍ଡା, କାର୍ଯ୍ୟକାରୀ ସଂପାଦକ କୈଳାସ ଚନ୍ଦ୍ର ସ୍ବାଇଁ,କେ ରମେଶ କୁମାର, କୃଷ୍ଣ ସାହୁ, ରତ୍ନ କୁମାର ସେଠି ,ମାନସ ରଂଜନ ପାଠକ,ସୁରଜ୍ ମହାପାତ୍ର, ରମେଶ ପାତ୍ର,ରବି ମହାରଣା, ସନ୍ଦେଶ କୁମାର ସାହୁ, ରମେଶ ସେଠୀ,କେ ଭଗବାନ ଦାସ, ରମେଶ ଚନ୍ଦ୍ର ବେହେରା,ସୁରଜୀତ ରାଉଳ,, ପ୍ରମୋଦ କୁମାର ସାହୁ,‌ହୀମାଶୁ କାନ୍ତ ପାଢ଼ୀ, ପ୍ରଦୀପ କୁମାର କର, ସୁନୀଲ ସାମନ୍ତରା, ଆଶିଷ କୁମାର ସାହୁ, ସଦାଶିବ ପାଣିଗ୍ରାହୀ, ଜଗନ୍ନାଥ ସାହୁ, ରବୀନ୍ଦ୍ରନାଥ ସାହୁ,ସୁରଜ୍ କୁମାର ସାହୁ, କାର୍ତ୍ତିକେୟ ପାତ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ସ୍ବର୍ଗତ ପୀତବାସ ପଣ୍ଡାଙ୍କ ସ୍କୃତିଚାରଣ କରାଯାଇ ତାଙ୍କର ଅମର ଆତ୍ମାର ସଦଗତୀ କାମନା କରି ଦୁଇମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।

ସ୍ବର୍ଗତ ପଣ୍ଡା ଜଣେ ଦକ୍ଷ ସଂଗଠକ , ରାଜନେତା , ଆଇନଜୀବି , ଶ୍ରମିକ ନେତା,ଟ୍ରେଡ ୟୁନୀୟନ ନେତା ଏବଂ ଅନେକ ସଂଘ ସହ ସାମିଲ ହୋଇ ସମାଜର ଅନେକ କଲ୍ୟାଣ କାର୍ଯ୍ୟ କରିଥିଲେ।ଦୂନିତୀ ମୂଳପଟୋନ କରିବା ତାଙ୍କର ମୂଳ ଲକ୍ଷ୍ୟ ଥିଲା।ଦୂନୀତି ହେଲେ ପ୍ରଥମ ବ୍ୟକ୍ତି ନୀଭିକ ଭାବେ ନିଜ୍ ସ୍ବର ଉତ୍ତୋଳନ କରୁଥିଲେ ଓ ସଂସ୍କାର ଆଣିବା ପାଈଁ ମତବ୍ୟକ୍ତ କରୁଥିଲେ। ଏପରି ପରିପ୍ରେକ୍ଷୀରେ ଏବଂ ଏହି ଅସମୟରେ ତାଙ୍କ ପରିବଗ୍ରଙ୍କୁ ସରକାରୀ ପ୍ରୋତ୍ସାହନ ମିଳିବାକୁ ମତପ୍ରକାଶ ପାଇଥିଲା। ଏବଂ ତାହାଙ୍କୁ ଯେଉଁ ଦୃର୍ବୁତ୍ତ ହତ୍ୟା କରିଛି ତା ପ୍ରତି ନ୍ୟାୟଳୟରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହୋଇଥିଲା। ଭ୍ରଷ୍ଟାଚାର ଓ ଦୁର୍ନୀତି ଗସ୍ତ ଅସାମାଜିକ ଲୋକମାନଙ୍କୁ ସମାଜରୁ ମୂଳପାଟନ କରିବା ନିମନ୍ତେ ଆଲୋଚନା ହୋଇଥିଲା।

ବ୍ରହ୍ମପୁରରୁ ଆଦିତ୍ୟ ସାହୁଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।

error: Content is protected !!